Odisha news

ଭତା କାର୍ଡ ବାଣ୍ଟିଲେ ବିଧାୟକ ବଦ୍ରିନାରାୟଣ ପାତ୍ର

0
ଗୋଳାବନ୍ଧ :  କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ସଭା ଗୃହରେ ଆଜି ଭତା କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର ଯୋଗଦେଇଥିବା ବେଳେ ତାଙ୍କ ସହିତ ଘଟଗାଁ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାକାନ୍ତ ପରିଡା, ଏ.ବି.ଡି.ଓ ଚିତ୍ତରଞନ ନାୟକ ଉପସ୍ଥିତ ରହି ଘଟଗାଁ ବ୍ଲକ୍ ର ୩୩୦ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭତା କାର୍ଡ ବଣ୍ଟନ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଘଟଗାଁ ବ୍ଲକ୍ ଚେୟାରମ୍ୟାନ୍ ଶ୍ରୀମତୀ ଗୀତାଞ୍ଜଳି ନାୟକ, ଘଟଗାଁ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା,ପଣ୍ଡାପଡ଼ା ଜିଲ୍ଲା ପରିଷଦ ସଦସ୍ୟା ଯାଜ୍ଞସେନି ମହାନ୍ତ,ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦୀପାଶ୍ରୀ ସିଂହ ପ୍ରମୁଖ ଉପସ୍ଥିତି ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |
Nalco
Leave A Reply