ସକାଳଖବର.କମ :ବିଶ୍ୱ ଏବେ ଏକ ଅଭୂତପୂର୍ବ ପରିସ୍ଥିତି ଦେଇ ଗତି କରୁଛି । କରୋନା ଭୂତାଣୁର ପ୍ରହାରରେ ଲକ୍ଷେଟି ଅମୂଲ୍ୟ ମଣିଷଜୀବନ ଧରାପୃଷ୍ଠରୁ •ଲିଯିବାର ଅଭିଜ୍ଞତା ବହୁତ ଜଲଦି ଆମ୍ଭେମାନେ ଆଗାମୀ ଅଳ୍ପ କିଛିଦିନ ଭିତରେ କରିବାକୁ ଯାଉଛେ । ପୁଣି ଏହାର ସଂଖ୍ୟା ଇଟାଲୀ, ସ୍ପେନ୍, ଫ୍ରାନ୍ସ ଓ ଆମେରିକା ପରି ବିକଶିତ ଦେଶମାନଙ୍କ ମଧ୍ୟରେ ବହୁତ ବେଶି । ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଆମପରି ବିକାଶଶୀଳ ଦେଶର ପ୍ରଧାନମାନ୍ତ୍ରୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଯଥାସାଧ୍ୟ ସହଯୋଗ କରି ଲୋକଙ୍କର ମନୋବଳ ଏବଂ ଏକତା ବଜାୟରଖିବା ପ୍ରଚେଷ୍ଟାରେ ଏବେ ଅବିରତ କାମ କରୁଛନ୍ତି । ଏହି ସମୟରେ ଦେଶଭକ୍ତ ଏବଂ ଦେଶଦୋ୍ରହୀଙ୍କ ପ୍ରକୃତ ପରିଚୟ ମିଳୁଛି । କିଛି ବଜାରୀ କିସମର ନାଗରିକ ଏବେ ବି କରୋନାକୁ ଆଈମା କାହାଣୀ ବୋଲି ଭାବି ରାସ୍ତାଘାଟରେ ମସ୍ତିକରି ସରକାରଙ୍କ ସଟ୍ଡାଉନ୍ ଲକ୍ଡାଉନ୍ ଭାଙ୍ଗିଦେବାରେ ନିଜକୁ ହିରୋ ବୋଲି ବିବେଚନା କରୁଛନ୍ତି । ବିଶ୍ୱରେ ଏବେ କରୋନା ଦୁଇଶହ ପାଂଚ ଦେଶରେ ନିଜର କରାଳକାୟା ବିସ୍ତାରକରି ୭୦୦୦୦ମୁଣ୍ଡ ନେଇ ସାରିଲାଣି । ପ୍ରତିଘଂଟାରେ ମୃତୁ୍ୟସଂଖ୍ୟା ହୁ ହୁ ହୋଇ ବଢି•ଲିଛି । ଇଲେକ୍ଟୋ୍ରନିକ୍ ଗଣମାଧ୍ୟମର ପ୍ରତ୍ୟେକ ଚ୍ୟାନେଲ୍ କେବଳ କରୋନା ପାଇଁ ଉସôର୍ଗୀକୃତ ଭାବରେ ଦିନରାତି କାମ କରୁଛନ୍ତି । ଏତେସବୁ ହୋଇ ମଧ୍ୟ କିଛିଲୋକ ଭାବୁଛନ୍ତି ଆମଆଡେ କରୋନା ଆସିବନି, ଆମକୁ ହେବା ଅସମ୍ଭବ । ଯାହା ମନା ହେଉଛି ତାହା କରିବାକୁ ତାଙ୍କର ବେଶି ଇଚ୍ଛା । ଭିଡରେ ପଶିଯିବା, ବିନା କାରଣରେ ରାସ୍ତାଘାଟରେ ବୁଲିବା, ମନ୍ଦିର ମସ୍ଜିଦ ଗୀର୍ଜାଘର ଭିତରେ ଭଗବାନ୍ ଆଲ୍ହା ଓ ଯୀଶୁଙ୍କୁ ଖୋଜିବା ଭଳି କର୍ମରେ ପୂର୍ବ ଅଭ୍ୟାସ ଅନୁଯାୟି ଏବେ ବି ଲିପ୍ତ ରହୁଛନ୍ତି । କିଛି ଲୋକ ପୋଲିସ୍ଦଳଙ୍କୁ ପୂଜା କରିବା ପରିବର୍ତ୍ତେ ତାଙ୍କ ଉପରକୁ ଢେଲାପଥର ପକାଉଛନ୍ତି ତ ଆଉକିଛି ଜୀବନରକ୍ଷାକାରୀ ଡାକ୍ତରନର୍ସଙ୍କ ଉପରକୁ ଛେପପକାଇ ଆକ୍ରମଣ କରୁଛନ୍ତି । ଯେଉଁମାନେ ନିଜର ଜୀବନକୁ ପାଣି ଛଡେଇ ପରୋପକାର କର୍ମରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ତାଙ୍କୁ ସମ୍ମାନ ନଦେଲେ ନାହିଁ ପଛେ ଅସମ୍ମାନ କରିବାର ଅଧିକାର ତାଙ୍କୁ କିଏ ଦେଉଛି!
ଯାହା ସତ୍ୟ ତାହା ସବୁ ସମୟରେ ହିଁ ସତ୍ୟ ଶାଶ୍ୱତ ସନାତନ । ଆଜିର ଗୋଟିଏ ସତ୍ୟକଥା ହେଲା ଯଦି ଭାରତର ପ୍ରତ୍ୟେକ ଜିଲ୍ଲାରେ କରୋନା ଭୁତାଣୁ ପହଁଚିବାକୁ ସକ୍ଷମ ହୋଇପାରିଛି ତା’ପଛରେ କେବଳ ଦିଲ୍ଲୀର ନିଜାମୁଦ୍ଦିନ୍ ନିବାସୀ ମୌଲାନା ସାଦ୍ ସୌଜନ୍ୟରେ ଅନୁଷ୍ଠିତ ତବଲିଗି ଜମାତ୍ ମରକଜ୍ ମେଳାର ଭୂମିକା ପ୍ରମୁଖ ଭାବରେ ଅଛି । ମୋର ପ୍ରିୟ ମୁସ୍ଲିମ୍ ଭାଇମାନେ! ଆପଣମାନେ ମାନନ୍ତୁ କି ନ’ମାନନ୍ତୁ, ଏହା କିନ୍ତୁ ଅକ୍ଷରେଅକ୍ଷରେ ସତ । ଏବେ ଫେରାର୍ଥାଇ ଯାଂଚ୍ରେ ସହଯୋଗ କରିବାକଥା କୁହାଯାଉଛି, ହେଲେ ନିଜେ ଯିଏ ସର୍କଶର ରିଂମାଷ୍ଟର୍ ସିଏ ଧରାଦେଇ ଦଣ୍ଡ ପାଇବା ଦରକାର । ତା’ପାଇଁ ଆଜି ଭାରତରେ କରୋନା ଦେଶର ଦୁଇଶହୁ ସତୁରି ଜିଲ୍ଲାରେ ପହଁଚି ଗୋଟିଏ ପରେ ଗୋଟିଏ ଜୀବନ ଦୀପ ଲିଭେଇ ଲିଭେଇ •ଲିଛି । ଆଉ ଅଧିକ କ’ଣ ଏବେ ସହଯୋଗ କରିପାରିବେ? ଯେଉଁମାନେ ମରିଗଲେ କବର ଦିଆସରିଲାଣି, ସେମାନଙ୍କୁ କ’ଣ ବଂଚେଇ ହେବ? ସେମାନେ ଯେଉଁମାନଙ୍କୁ କରୋନା ବାଂଟିଦେଇ •ଲିଗଲେଣି, ସେମାନଙ୍କଠାରୁ କ’ଣ କରୋନା ବାହାର କରି ଆଣିହେବ? ବୋଧହୁଏ କରୋନାକୁ ଏକ ଅସ୍ତ୍ରରୂପରେ ଚିନ୍ତାକରି ନିଜାମୁଦ୍ଦିନ୍ ସମାରୋହର ଆୟୋଜନ କରାଗଲା ପରି ଲାଗୁଛି । ଏହି ଷଡଯନ୍ତ୍ରରେ ଦିଲ୍ଲୀର କିଛି ପ୍ରଶାସନିକ ଅଧିକାରୀ ବି ସାମିଲ୍ ଥାଇପାରନ୍ତି । କାରଣ ସମ୍ପୂର୍ଣ୍ଣ ଭାରତ ଲକ୍ଡାଉନ୍ ଥିବା ଅବସ୍ଥାରେ ଯଦି ଜନୈକ ଧର୍ମଗୁରୁ ଆଇନି ଅମାନ୍ୟକରି ଏଭଳି ବେଆଇନ କାର୍ଯ୍ୟକ୍ରମ •ଲୁରଖିଛି, ତେବେ ଦୁଇଦିନ ପରେ ସେମାନଙ୍କୁ ଭିନ୍ନଭିନ୍ନ ଜିଲ୍ଲା ଯିବାକୁ ଅନୁମତି ଦେବାର ନଥିଲା । ସେହି ନିଜାମୁଦ୍ଦିନ ଅଂଚଳ ସିଲ୍କରି ସଟ୍ଡାଉନ୍ କର୍ଫୁ୍ୟ ଲଗେଇ ଦେଇଥିଲେ ଆଜି ଭାରତର କରୋନା ମାନଚିତ୍ରରେ ସ୍ଥିତି ନିଶ୍ଚିତ ଭାବରେ ଅଲଗା ହୋଇଥାଆନ୍ତା । ଖାଲି ନିଜାମୁଦ୍ଦିନ୍କୁ ସାନିଟାଇଜେସନ କରିବା ସମ୍ଭବ ଥିଲା, କିନ୍ତୁ ଭାରତକୁ ସାନିଟାଇଜେସନ୍ କରିବା କଥା ଚିନ୍ତା କରିବା ବି ମୁର୍ଖାମୀ । ଏବେ କିଏ ଜଣେ ବାହାରି ସେ ଭଗୋଡା ଅପରାଧୀ ସପକ୍ଷରେ କହୁଛି, ତାକୁ ସମ୍ମାନରେ କଥାବାର୍ତ୍ତା କରନ୍ତୁ, ନହେଲେ ଧମକ ଦେଉଛି ଅସୁବିଧା ହେବ । କାରଣ ସେ ମୁସ୍ଲିମ୍ ଧର୍ମର ଜଣେ ମସିହା । ଏପରି ଜଣେ ଅସାଧୁ ଧର୍ମଗୁରୁ ଉପରେ ଦେଶଦୋ୍ରହ ମାମଲା ଦାୟେର୍ କରି କଠୋର ଦଣ୍ଡଦେବା ଆବଶ୍ୟକ । ଯେଉଁମାନେ ତା’ପାଇଁ ଗଣମାଧ୍ୟମକୁ ଧମକାଉଛନ୍ତି ସେମାନଙ୍କୁ ତୁରନ୍ତ ଗିରଫକରି କାର୍ଯ୍ୟନୁଷ୍ଠାନ ନେବା ବିଧେୟ । ଖାଲି ମୁସ୍ଲିମ୍ ନୁହଁନ୍ତି, ହିନ୍ଦୁମାନଙ୍କ ମଧ୍ୟରେ ବି କିଛି ଏବେ କରୋନାକୁ ହାଲ୍କା ଭାବରେ ନେଉଛନ୍ତି, ସେମାନଙ୍କ ପାଇଁ ବି ଅନୁରୂପ ଦଣ୍ଡ ବିଧାନକରି ସାବାଡ୍ ନକଲେ ଭାରତ କାଲିକା କାଲି ଯେ ଇଟାଲି ନ ହେବ କିଛି କହିହେବନି ।
ମଣିଷକୁ ମଣିଷ ବୋଲି ବି•ର ନକରି, ଦେଶଦଶ ଓ ସମଗ୍ରବିଶ୍ୱର ମଙ୍ଗଳପାଇଁ ମାନବୀୟ ବି•ରରେ ଜୀବଜଗତପ୍ରତି ସମ୍ବେଦନଶୀଳ ଓ ସହାନୁଭୂତିଶୀଳ ସହ ସୌଜନ୍ୟତା ପୂର୍ଣ୍ଣ ବ୍ୟବହାର ଯାହା ମାଧ୍ୟମରେ ନକରିହେଲା ସେ କି ଧର୍ମ! ସେ ଅଯଥା ପ୍ରହସନ ଜ୍ଞାନବାଂଟି ମିଛରେ ମନଛୁଆଁ ଆଦର୍ଶ କାହାଣୀମାନ ବଖାଣି, ମନଲୋଭା ଶଦ୍ଦକୋଷରୁ ବାଛିବାଛି ଶଦ୍ଦ କିଛି ଉଚ୍ଚାରଣ କରି ସରଳ ନୀରିହ ଲୋକଗୁଡାଙ୍କ ମନରେ ଧର୍ମାନ୍ଧତା ଭରିଦେଇ ନିଜର ସ୍ୱାର୍ଥହାସଲ କରିବାକୁ କ’ଣ ଧର୍ମ କୁହାଯିବ? ପୂର୍ବରୁ ଯେମିତି ଦି •ରିଟା କୋଟିପତି, ମିଛ ଧର୍ମଗୁରୁ ମାମୁଁଘରେ କେତେବର୍ଷ ହେଲା ଷଢୁଛନ୍ତି ସେମିତି ତା’ଙ୍କ ସାଙ୍ଗରେ ୟା’ଙ୍କୁ ବି ନେଇ ରଖିବା ଦରକାର । ଶାସ୍ତ୍ରାନୁସାରେ – “ଧର୍ମ ଯୋ ବାଧ୍ୟତେ ଧର୍ମଃ ନ ସ ଧର୍ମ କୁବର୍ତ୍ମବତ୍, ଅବିରୋଧାତ୍ାତୁ ଯୋ ଧର୍ମ ସ ଧର୍ମ ସତ୍ୟ ବିକ୍ରମ ।” ଅର୍ଥାତ୍ ଯେଉଁଧର୍ମ ଅନ୍ୟକୁ ଆଘାତ କରେ ତାହା ଧର୍ମ ପଦବାଚ୍ୟ ନୁହେଁ । ଯେଉଁଧର୍ମରେ ବିରୋଧାଭାବ ନଥାଇ ଶୃଙ୍ଖଳା, ନୀତି, ଦୟା, କ୍ଷମା, ଶାନ୍ତି ଓ ତ୍ୟାଗ ଆଦି ବିଷୟର ମହତ୍ୱ ଥାଏ ତାହା ହିଁ ପ୍ରକୃତ ସତ୍ୟବିକ୍ରମ ଧର୍ମ । କିନ୍ତୁ ସଂକୀର୍ଣ୍ଣ ମନୋଭାବାପନ୍ନ ଅହଂକାରୀ, ଅତ୍ୟା•ରୀ, ରୂଢିବାଦୀ ଓ ସ୍ୱାର୍ଥନ୍ୱେଷୀ ଧର୍ମଗୁରୁମାନଙ୍କ ଆଖଡାରେ ସେମାନଙ୍କର ତଥାକଥିତ ଧର୍ମ ମଣିଷକୁ ସୁଖ, ସମୃଦ୍ଧି, ଉନ୍ନତି, ପ୍ରଗତି ଓ ମୋକ୍ଷ ଦେବା ବଦଳରେ ଆଜି ଦୁଃଖ, ହିଂସା, ଦ୍ୱେଷ ଓ ପରଶ୍ରୀକାତରତା ସହ ପାପ ପ୍ରଦାନ କରୁଛି ।
ଆମ ପବିତ୍ର ମାତୃଭୂମି ଭାରତବର୍ଷ ଧର୍ମ ନିରପେକ୍ଷତାତାର ଏକ ଆଦର୍ଶ ଦେଶ । ଏହି ସ୍ଥାନରୁ ମୁନିଋଷିମାନଙ୍କ ବେଦ ଉପନିଷେଦ ଗୀତା ଆଦି ଅନେକ ଜ୍ଞାନାଲୋକ ଭରା ପୁସ୍ତକ ଉପରେ ଆଜି ବିଶ୍ୱ ଗବେଷଣା କରି ଅନେକ ମାନବିୟ ତଥ୍ୟ ଉଦ୍ଭାବନ କରିବାକୁ ସକ୍ଷମ ହେଉଛି । ଏଭଳି ସର୍ବମଙ୍ଗଳକାରୀ ଐତିହ୍ୟସମ୍ପର୍ଣ୍ଣ “ବସୁଧୈବ କୁଟୁମ୍ବକମ୍”ଆଦର୍ଶ ମାନି •ଲିବାପରି ମାଟିରେ ଧର୍ମକୁ ଆୟୁଧ କରି କିଛି ସରଳ ଗରିବ ନିଷ୍କପଟମଣିଷ ମାନଙ୍କଦ୍ୱାରା ସମ୍ପୂର୍ଣ୍ଣ ସମାଜର ଅହିତ ସାଧନାର ଷଡଯନ୍ତ୍ର ସହ ବିନାଶ କରିବା ଉଦେ୍ଦଶ୍ୟରେ ଯେଉଁମାନେ କାମକରୁଛନ୍ତି ସେମାନଙ୍କୁ କଠୋର ଦଣ୍ଡଦେବା ଦରକାର । ଅନ୍ୟପକ୍ଷରେ ଏହି କରୋନା ପାଇଁ ସରକାର କଳ ସମ୍ପୂର୍ଣ୍ଣ ଭାବରେ ଲୋକମାନଙ୍କର ଜୀବନ ବଂଚେଇବାକୁ ବ୍ୟସ୍ତରହିବା ସମୟରେ କିଛି ଅପରାଧୀ ଏହାର ସୁଯୋଗ ଉଠାଇବାପାଇଁ ଏବେ ସକ୍ରିୟ ହୋଇଉଠିଛନ୍ତି । ତନ୍ମଧ୍ୟରେ କଳାବଜାରୀ, ଜାଲିନୋଟ୍ କାରବାରୀ, ନକଲି ଜିନିଷପତ୍ରର ଅସାଧୁ ବ୍ୟବସାୟୀମାନେ ପ୍ରମୁଖ । କରୋନାର ନିଷ୍ଠୁର ପ୍ରହାରରେ ଯେତେବେଳେ ସାରା ମାନବଜାତୀ ତ୍ରାହିତ୍ରାହି ଚିକ୍ରାର କରୁଛନ୍ତି ସେତେବେଳେ ଏମାନଙ୍କର ଅମାନବୀୟ ଗୁଣର ବିକଶିତ ହେବା ସମାଜକୁ ବେଡି ଉପରେ କୋରଡା ସଦୃଶ । ସମସ୍ତଙ୍କ ପାଇଁ କେବଳ ଏତିକି ପ୍ରାର୍ଥନା- “ସବ୍କୋ ସନ୍ମତି ଦେ ଭଗବାନ୍ ।”