ଇସ୍ଲାମ ଧର୍ମର ଗୋଟିଏ ପ୍ରମୁଖ ପର୍ବ ହେଉଛି ବକ୍ରୀ -ଇଦ , ଏହି ପର୍ବ କୁ ଜୁନ ମାସରେ ପାଳିତ କରାଯାଇ ଥାଏ l ଯାହାକୁ ନେଇ ଭାରତର ଗୋଟିଏ ରାଜ୍ୟ ମଧ୍ୟ ପ୍ରଦେଶ , ଯେଉଁଠି ଭଳିକି ଭଳି ଛେଳି ବିକ୍ରି ଚାଲିଛି l ଗୁରୁବାର ଦିନ ଗୋଟିଏ ଛେଳିକୁ ନେଇ ନିଲାମ କାର୍ଯ୍ୟ ଆରମ୍ଭ ହୋଇଥିଲା, ଯାହାର ଓଜନ ପାଖାପାଖି ୧୬୧ କିଲୋଗ୍ରାମ l ଏହାର ମୂଲ୍ୟ ଜାଣି ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ l ଏହି ଛେଳିଟିକୁ ପାଖାପାଖି ସାଢେ ୭ଲକ୍ଷ ଟଙ୍କାରେ ନିଲାମ କରାଯାଇ ଥିଲା l ଯେଉଁଠାରେ ବିଭିନ୍ନ କିସମ ର ଛେଳି ଦେଖିବାକୁ ମିଳିଥିଲା l ଏହି ଛେଳି ଗୁଡିକ ର ଓଜନ ଓ ମୂଲ୍ୟ ଜାଣିଲେ ଆପଣ ହୁଏତ ହୋଇଯିବେ ଆଶ୍ଚର୍ଯ୍ୟ l ଭୋପାଲ ସହରର ସୟଦ ସାହେବ ଅଲ୍ଲୀ, ଯିଏକି ଏହି ଛେଳି ଟିକୁ ବିକ୍ରି କରିଥିଲେ l ତାଙ୍କ ନିକଟରେ ସମୁଦାୟ ୩୬ କିସମ ର ଛେଳି ଅଛନ୍ତି l
ସୟଦ ଅଲି ଙ୍କ ମତରେ ତାଙ୍କ ଫାର୍ମ ରେ କାଶ୍ମୀର ର ଛେଳି ମଧ୍ୟ ଦେଖିବାକୁ ମିଳିଥାଏ l କାଶ୍ମୀର ରେ ସର୍ବଦା ତୁଷାର ପାତ ହୋଇଥାଏ, ଏବଂ ତାପମାତ୍ରା ଖୁବ କମ ରହିଥାଏ l କିନ୍ତୁ ଭୋପାଲ ର ତାପମାତ୍ରା ୪୩ ଡିଗ୍ରୀ ଟେମ୍ପରେଚର ରହିଥାଏ ଏବଂ ସେଠାରେ କାଶ୍ମୀର ଛେଳି ପାଳିବା ଖୁବ କଷ୍ଟ ହୋଇଥାଏ l ବର୍ତମାନ ତାଙ୍କ ପାଖରେ ୬୦ ଲକ୍ଷ ଟଙ୍କାରେ ଛେଳି ରହିଛି l ଯାହାକି ଗୋଟିଏ ରାଜସ୍ଥାନୀ କିସମ ଅଟେ l ଏବଂ ତାହାର ବୟସ ମାତ୍ର ଗୋଟିଏ ଦୁଇ ବର୍ଷ , ଯାହାକି ଗୋଟିଏ ବର୍ଷ ପାଇଁ ଜଙ୍ଗଲ ରେ ରହିଥିଲା ଏବଂ ବର୍ତମାନ ତାଙ୍କ ନିକଟରେ ରହିଛି l ସେ ଏହି ବ୍ୟବସାୟ ରେ ଦୀର୍ଘ ୧୫ ବର୍ଷ ହେଲା ରହିଛନ୍ତି l
