Odisha news

ଗୀତା ଜ୍ଞାନ : ପାପ କରିବା ପାଇଁ କାହିଁକି ମନୁଷ୍ୟ ହୋଇଯାଇ ଥାଏ ବିବଶ

0

ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ ଙ୍କ ସାରଥୀ ଭାବରେ କାର୍ଯ୍ୟ କରିଥିଲେ l ଏହି ସମୟରେ ସେ ଅର୍ଜୁନ ଙ୍କୁ ଗୀତାର ଉପଦେଶ ଦେଇଥିଲେ l ଏହି ଉପଦେଶ ର ମହତ୍ୱ ସେହି ସମୟରେ ଯେତିକି ରହିଥିଲା ବର୍ତମାନ ମଧ୍ୟ ସେତିକି ରହିଛି l ଆଜିର ଗୀତା ଜ୍ଞାନରେ ଆମେ ଜାଣିବା ମନୁଷ୍ୟ କାହିଁକି ପାପ କରିବା ପାଇଁ ବିବତ୍ସ ହୋଇଯାଇ ଥାଏ l

* ମନୁଷ୍ୟ କାହିଁକି ଖରାପ କର୍ମ କରିଥାଏ ?
ମଣିଷ ଅନେକ ସମୟ ରେ ନିଜ ଅନିଚ୍ଛା ସତ୍ୱେ ମଧ୍ୟ ଖରାପ କାର୍ଯ୍ୟ କରିଥାଏ ବୋଲି ଅର୍ଜୁନ ଶ୍ରୀକୃଷ୍ନ ଙ୍କୁ ପଚାରି ଥିଲେ l ଏହାର ଉତ୍ତରରେ ଶ୍ରୀକୃଷ୍ନ କହିଥିଲେ ଯେ ମନୁଷ୍ୟ ର ବାସନା ଓ ନିହିତ ସ୍ୱାର୍ଥ କାରଣରୁ ପାପ କରିବାକୁ ବିବତ୍ସ ହୋଇଯାଇ ଥାଏ l

* ପାପ କରିବାର ସବୁଠୁ ବଡ଼ କାରଣ –
ପାପ କରିବାର ସବୁଠୁ ବଡ଼ କାରଣ ମନୁଷ୍ୟ ର କାମ ବାସନା ଅଟେ, କାହିଁକି ନା କାମ ବାସନା ରୁ କ୍ରୋଧ ଓ ଭ୍ରମ ର ଉତ୍ପନ୍ନ ହୋଇଥାଏ , ଯେଉଁ କାରଣରୁ ସର୍ବ ପ୍ରଥମେ ବୁଦ୍ଧି ନଷ୍ଟ ହୋଇଯାଇ ଥାଏ ଓ ଏହା ମନୁଷ୍ୟର ବିନାଶ ର କାରଣ ଅଟେ l

* ମନୁଷ୍ୟ ର ସବୁଠୁ ବଡ଼ ଶତ୍ରୁ –
ଶ୍ରୀକୃଷ୍ଣ କହିଛନ୍ତି ଯେଭଳି ଧୂଆଁ ଅଗ୍ନି କୁ ଢାଙ୍କି ଦେଇଥାଏ, ସେହିଭଳି ମୋହ, କ୍ରୋଧ, ବାସନା ମନୁଷ୍ୟ ର ଜ୍ଞାନ କୁ ଢାଙ୍କି ଦେଇଥାଏ l ଏହି କାରଣରୁ ମନୁଷ୍ୟ ପାପ କରିବାକୁ ବିବତ୍ସ ହୋଇଯାଇ ଥାଏ l

* ଏପରି ଦୁରେଇ ରୁହନ୍ତୁ ପାପ ଠାରୁ –
ଯେଉଁ ବ୍ୟକ୍ତି ନିଜ ଭାଷା, କ୍ରୋଧ, ଲୋଭ ଉପରେ ସଂଯମ ରଖିଥାଏ ସେଭଳି ବ୍ୟକ୍ତି ପାପ ନିକଟରୁ ଦୁରେଇ ରହିଥାଏ l ପାପ ଠାରୁ ଦୁରେଇ ରହିବାର ଗୋଟିଏ ବଡ଼ ଅସ୍ତ୍ର ହେଲା ସଂଯମତା l

Leave A Reply