ଅନେକ ଦିନରୁ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଅଦାକୁ ଏକ ମୁଖ୍ୟ ମସଲା ଭାବେ ବ୍ୟବହାର କରାଯାଇ ଆସୁଅଛି l ଭାରତରେ ପୁରୁଣା ପଦ୍ଧତି ଅନୁସାରେ ଅଦା କୁ ଆଜି ମଧ୍ୟ ଶୁଖିଲା ଓ କଞ୍ଚା ଉଭୟ ଉପାୟରେ ବ୍ୟବହାର କରl ଯାଉଛି l ଚତୁର୍ଥ ସପ୍ତାଦି ବେଳକୁ ମଧ୍ୟ ଲୋକ ମାନେ ଅଦାକୁ ଦାନ୍ତ ବିନ୍ଧା ,ମୁଣ୍ଡ ବିନ୍ଧା ,ଥଣ୍ଡା ,କାଶ ଓ ଗଣ୍ଠି ବିନ୍ଧା ଉପଚାର ପାଇଁ ବ୍ୟବହାର କରୁଥିଲେ l ଭାରତୀୟ ଆୟୁର୍ବେଦ ଗ୍ରନ୍ଥ ଅନୁସାରେ ଅଦାକୁ ଏକ ମହତ୍ୱ ପୂର୍ଣ୍ଣ ଜଡିବୁଟି ଭାବରେ ବ୍ୟବହାର କରାଯାଏ l ଆୟୁର୍ବେଦ ଚିକିତ୍ସକ ମାନେ ଏହାକୁ ଏକ ଶକ୍ତିଶାଳୀ ପାଚକ ତତ୍ୱ ଭାବରେ ଗ୍ରହଣ କରନ୍ତି l ଆଜି ଆସନ୍ତୁ ଜାଣିବା ଅଦା ଦ୍ୱାରା ଆମ ଶରୀରର କି କି ଲାଭ ହୋଇଥାଏ l
* କର୍କଟ କୋଷିକକୁ ନଷ୍ଟ କରିବାରେ ସକ୍ଷମ ହୁଏ -ବିଶେଷଜ୍ଞ ମାନଙ୍କ ମତରେ ଓଭାରି କ୍ୟାନ୍ସରର ରୋଗୀ ମାନଙ୍କ ପାଇଁ ଅଦା ଗୁଣ୍ଡ ଓ ପାଣି ଅତ୍ୟନ୍ତ ମହତ ପୂର୍ଣ୍ଣ l ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ ଓଭାରି କ୍ୟାନ୍ସର ରୋଗୀଙ୍କ ଉପରେ ଅଦା ଗୁଣ୍ଡ ଓ ପାଣିରେ ପ୍ରସ୍ତୁତ କରାଯାଇଥିବା ଲେପକୁ ପ୍ରୟୋଗ କରିବା ଦ୍ୱାରା କ୍ୟାନ୍ସର କୋଷିକା ଗୁଡିକ ଦୁର୍ବଳ ହୋଇ ନଷ୍ଟ ହୋଇ ଯାଉଛି l ଅଦାର ବ୍ୟବହାର ଦ୍ୱାରା କ୍ୟାନ୍ସର ରୋଗୀମାନେ ଅଶ୍ୱସ୍ଥ ମଧ୍ୟ ହେଉଛନ୍ତି l ଆଧୁନିକ ବିଜ୍ଞାନରେ ଆଜିକଲି ଅଦାରେ ତିଆରି ବିଭିନ୍ନ କ୍ୟାପ୍ସୁଲ ବଜାରକୁ ଆସିଲାଣି l କେବଳ ଓଭାରି କ୍ୟାନ୍ସର ରୋଗୀ ମାନଙ୍କ ପାଇଁ ନୁହେଁ କିଡ୍ନୀ କ୍ୟାନ୍ସର ,ଲିଭର କ୍ୟାନ୍ସର ଓ କୋଲନ କ୍ୟାନ୍ସରକୁ ରୋକିବା ପାଇଁ ଅଦାର କ୍ଷମତା ରହିଛି l ଇତି ମଧ୍ୟରେ ଜଣା ଯାଇଛି ଯେ ଅଦା ଦ୍ୱାରା ଏକ କ୍ୟାନ୍ସର ରୋଧକ ଔଷଧ ତିଆରି ହୋଇଛି ଯାହାର ନାମ ବିଟା -ଏଲିମେନ l
* ମଧୁମେହ ପାଇଁ ଲାଭ ଦାୟକ -ଆଜିକାଲି ମଧୁମେହ ରୋଗୀମାନେ ନିଜକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି l ଅଷ୍ଟ୍ରେଲିଆର ସିଡିନି ୟୁନିଭର୍ସିଟିରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣl ଯାଇଛି ଯେ ଟାଇପ -୨ ମଧୁମେହ ରୋଗରେ ପୀଡିତ ଥିବା ଲୋକମାନଙ୍କ ପାଇଁ ଅଦା ଅତ୍ୟନ୍ତ ଲାଭ କାରି l ଅଦାରେ ରହିଥିବା ତତ୍ୱ ଇନ୍ସୁଲିନର ବିନା ପ୍ରୟୋଗରେ ସ୍ନାୟୁ କୋଷିକା ଗୁଡିକୁ ଗ୍ଲୁକଚ ପହଂଚାଇବା ପାଇଁ ସକ୍ଷମ ହୋଇଥାଏ l ଅଧୟନରୁ ଜଣାଯାଇଛି ଯେ ଅଦା ମଧୁମେହ ଦ୍ୱାରା ହେଉଥିବା ବିଭିନ୍ନ ଜଟିଳ ସମସ୍ୟାକୁ ମଧ୍ୟ ରକ୍ଷା କରେ l
*ହୃଦରୋଗୀ ମାନଙ୍କ ପାଇଁ ହିତକର -ବାହୁବର୍ଷରୁ ଅଦାକୁ ହୃଦ ରୋଗର ଉପଚାର ପାଇଁ ବ୍ୟବହାର କରାଯାଇଛି l ଚୀନର ଚିକିତ୍ସକ ମାନଙ୍କ ମତରେ ଅଦା ହୃଦୟକୁ ମଜବୁତ କରିବା ପାଇଁ ସକ୍ଷମ ହୋଇଥାଏ l ହୃଦୟ ସମ୍ବଧୀୟ ରୋଗ ପାଇଁ ଅଦାର ତେଲକୁ ବ୍ୟବହାର କରିଥାନ୍ତି l
ଆଧୁନିକ ଭାରତରେ ଅଦାକୁ କେବଳ ଆୟୁର୍ବେଦରେ ନୁହେଁ ଏଲୋପlତିରେ ମଧ୍ୟ ବ୍ୟବହାର କରାଯାଉଛି l ଆମ ଭାରତରେ କୋଲେଷ୍ଟ୍ରଲକୁ କମ କରିବା ପାଇଁ ଓ ଉଚ ରକ୍ତଚାପକୁ ନିୟନ୍ତ୍ରଣ କରିବାପାଇଁ ଅଦାରେ ତିଆରି ବିଭିନ୍ନ ଔଷଧ ବ୍ୟବହାର କରାଯାଉଛି l
* ଲୋକପ୍ରିୟ ପାଚକ ରସ -ଅଦାକୁ ପ୍ରାଚୀନ କାଳରୁ ଏକ ପାଚକ ତତ୍ୱ ଭାବରେ ବ୍ୟବହାର କରାଯାଇଛି l ଏଥିରେ ଥିବା ପାଚକ ତତ୍ୱ ଆମ ଶରୀରରୁ ବିଭିନ୍ନ ପ୍ରକାର ପେଟ ରୋଗକୁ ଦୁରେଇ ଥାଏ , ଗ୍ୟାସ ,ବଦହଜମି ଓ ପେଟ କାଟିବା ସମୟରେ ଆମ ଶରୀରକୁ ଆରାମ ଦେଇଥାଏ l ଭୋଜନ ପୂର୍ବରୁ ଖଣ୍ଡିଆ ଅଦାରେ ଲୁଣ ଲଗାଇ ଖାଇବା ଦ୍ୱାରା ଆମ ପାଟିର ପାଚକ ରସ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ l ଅଧିକ ଖାଇଦେଲା ପରେ ସମୟ ସମୟରେ ବେସ୍ତ ଲାଗିଥାଏ ଏହି ସମୟରେ ଲେମ୍ବୁ ସର୍ବତ ରେ ଅଦା ରସ ଦୁଇ ଚାମଚ ମିଶାଇ ପିଇବା ଦ୍ୱାରା ଆରାମ ମିଳିଥାଏ l
* ଅଦା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦିଏ -ଅଦାରେ ଜିଂଜୋରଲ ନାମକ ପଦାର୍ଥ ଅଛି ଯାହା ଆଣ୍ଠୁଗଣ୍ଠି ଓ ମାଂସପେଷି ଯନ୍ତ୍ରଣାକୁ କମ କରିଥାଏ l ବୈଜ୍ଞାନିକ ମାନଙ୍କର ଅଧୟନରୁ ଜଣାପଡିଛି ଯେ ଗଣ୍ଠି ବିନ୍ଧାରୁ ଅଦା ଉପଶମ ଦିଏ l ଯଦି ଆମେ ଆରମ୍ଭରୁ ଏହିସବୁ ଯନ୍ତ୍ରଣାକୁ କମ କରିବାକୁ ଚାହୁଁଛେ ତେବେ ଅଦାର ବ୍ୟବହାର କରିବା ଆବଶ୍ୟକ l ଅର୍ଥlରାଇଟିସ ରୋଗୀ ମାନଙ୍କ ପାଇଁ ଅଦାକୁ ଶୁଖିଲା ହେଉ କିମ୍ବା କଞ୍ଚାହେଉ ନିୟମିତ ବ୍ୟବହାର କରିବା ଉଚିତ l
ହଂକଂରେ ହୋଇଥିବା ଏକ ଅଧୟନରୁ ଜଣାପଡିଛି ଯେ ଆଦର ତେଲ ଓ କମଳା ଚୋପାର ତେଲକୁ ମାଲିସ କରିବା ଦ୍ୱାରା ଆଣ୍ଠୁଗଣ୍ଠି ରୋଗୀମାନେ ଯନ୍ତ୍ରଣାରୁ ଆରାମ ପାଇଥାନ୍ତି l ଜର୍ଜିଆ ୟୁନିଭର୍ସିଟିର ବିଶେଷଜ୍ଞ ମାନେ ୧୧ ଦିନ ପର୍ଯ୍ୟନ୍ତ ୪0 ଜଣଙ୍କୁ କଞ୍ଚା ଅଦା ଓ ରନ୍ଧା ଯାଇଥିବା ଅଦା ଖାଇବାକୁ ଦିଆ ଯାଇଥିଲା,ଏହି ରିସର୍ଚରୁ ଜଣ ପଡିଲା ଯେ ଅଦାକୁ ଯେଉଁ ପରି ଭାବରେ ଖାଇଲେ ମଧ୍ୟ ସମସ୍ତ ପ୍ରକାରର ଗଣ୍ଠି ଯନ୍ତ୍ରଣାରୁ ଆରାମ ଦିଏ l