Odisha news

ଜିଆଇଟି ବିଶ୍ୱ ବିଦ୍ୟାଳୟ ଗୁଣୁପୁର ପକ୍ଷରୁ ଭଦ୍ରକରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

0

ଭଦ୍ରକ,ତା୧୯/୦୬ : ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ଜିଆଇଇଟି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆଜି ଭଦ୍ରକ ସ୍ଥିତ ହୋଟେଲ ଓରିଅନ୍ ଠାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶ୍ୱବିଦ୍ୟାଳୟର ଆଡ଼ମିଶନ ବିଭାଗର ଡ଼ିନ, ପ୍ରଫେସର ଗୋପାଳ କୃଷ୍ଣ ମହାନ୍ତି, ସମ୍ମାନନୀୟ ଅତିଥି ପାରିଜାତ ଶତପଥୀ ପ୍ରମୁଖ ଯୋଗ ଦେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଉଥିବା ଉଚ୍ଚମାନର ଶିକ୍ଷା ଦାନ, ପ୍ରଶିକ୍ଷଣ ଓ ଗ୍ରନ୍ଥାଗାରର ସହ ଉଚ୍ଚମାନର ନିଯୁକ୍ତି ସୁଯୋଗ ଛାତ୍ରଛାତ୍ରୀ ମାନଙ୍କୁ ଦେଉଥିବା କହିଛନ୍ତି । ସେହିଭଳି ଛାତ୍ରଛାତ୍ରୀମାନେ ବହୁ ଦେଶୀୟ କମ୍ପାନୀ ମାନଙ୍କରେ ନିଯୁକ୍ତି ପାଇ ରେକର୍ଡ ସୃଷ୍ଟି କରିବା ସହ ଅନୁଷ୍ଠାନର ଟେକ ରଖୁଥିବା ନିଜ ଭାଷଣରେ କହିଥିଲେ । ଚଳିତ ବର୍ଷ ରେକର୍ଡ ୯୬% ପ୍ରତିଶତ ଛାତ୍ରଛାତ୍ରୀ ବହୁ ଦେଶୀୟ ଓ ଅନ୍ତର୍ଦେଶୀୟ କମ୍ପାନୀରେ ନିଯୁକ୍ତି ପାଇଥିବା ଅନୁଷ୍ଠାନ ପାଇଁ ଗୌରବର ବିଷୟ ବୋଲି ଦର୍ଶାଇ ଥିଲେ । ଅନୁଷ୍ଠାନର ପୁରାତନ ଓ ବର୍ତ୍ତମାନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକମାନେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ବିଷୟରେ ଉପସ୍ଥିତ ଅନୁଷ୍ଠାନର ପ୍ରଫେସର ମାନଙ୍କ ସହ ଆଲୋଚନା କରିଥିଲେ । ଆଡ଼ମିଶନ ବିଭାଗର ଅଧିକାରୀ ଓଁକାର ସ୍ୱାଗତ ଗଜପତି, ତାପସ ରଂଜନ ପ୍ରଧାନ, ଶମ୍ଭୁ ପ୍ରସାଦ ବାବୁ ପ୍ରମୁଖ ଏହି ସମ୍ମିଳନୀକୁ ପରିଚାଳନା କରିଥିଲେ । ଏହିଭଳି ସମ୍ମିଳନୀ ଅନୁଷ୍ଠାନ ପକ୍ଷରୁ ଆୟୋଜନ କରିଥିବାରୁ ଅଭିଭାବକ ମାନେ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି

IEC 2 years
Leave A Reply