Odisha news

ଗୀତା ୮ଟି ଅମୃତ ବାଣୀ: ଯାହା ବଦଳାଇ ଦେଇଥାଏ ମଣିଷ ଜୀବନର ଗତିପଥ

0

ଶ୍ରୀମଦ ଭଗବତଗୀତା ହିନ୍ଦୁ ଧର୍ମରେ ଗୋଟିଏ ଏଭଳି ଧର୍ମଗ୍ରନ୍ଥ ଯାହାର ପ୍ରତ୍ୟେକଟି ଧାଡିରେ ରହିଛି ନୈତିକ ମୂଲ୍ୟବୋଧ ର ଶିକ୍ଷା l ଯାହାକି ଆମକୁ ଜୀବନ ର ପ୍ରତ୍ୟେକ କ୍ଷେତ୍ରରେ କିଛିନା କିଛି ମାର୍ଗ ଦର୍ଶନ କରାଇଥାଏ l

= ଗୀତାରେ କୁହାଯାଇଛି ବିଗତ ଦିନର ଚିନ୍ତା କରନ୍ତୁ ନାହିଁ, କାହିଁକି ନା ଯାହା ହେବାକୁ ବା ଘଟିବାକୁ ଥିଲା ତାହା ଘଟି ଯାଇଛି l ତାହା ପାଇଁ ପଶ୍ଚାତାପ ନକରି ବର୍ତମାନ ଜୀବନ ର ଆନନ୍ଦ ନିଅନ୍ତୁ ଏବଂ ଜୀବନ କୁ ଉପଭୋଗ କରନ୍ତୁ ଓ ଖୁସିରେ ରୁହଁନ୍ତ l

= ପରିବର୍ତନ ସଂସାରର ନିୟମ, ସବୁକିଛି ବଦଳି ଚାଲିଛି l ସୁଖ-ଦୁଃଖ, ହାନି-ଲାଭ, ଜୟ -ପରାଜୟ, ମାନ -ଅପମାନ , ଏହି ସବୁ ମଧ୍ୟରେ ରହି ଜୀବନ ର ଆନନ୍ଦ ନେବା ନିହାତି ଆବଶ୍ୟକ l

= ଗୀତା ର ଜ୍ଞାନ ଅନୁସାରେ ନିଜ କ୍ରୋଧ ଉପରେ ସମସ୍ତେ କାବୁ ରଖିବା ଜରୁରୀ l କ୍ରୋଧ ରୁ ଭ୍ରମ ଉତ୍ପନ୍ନ ହୋଇଥାଏ l ଏବଂ ଭ୍ରମ ରୁ ବୁଦ୍ଧି ବିଚଳିତ ହୋଇଥାଏ l କ୍ରୋଧ, କାମାବାସନଓ ଭୟ  ମନୁଷ୍ୟର ଶତ୍ରୁ ଅଟନ୍ତି l

= ଆଜିର କାର୍ଯ୍ୟ କାଲି କୁ ରଖିବା ଉଚିତ ନୁହେଁ l ପ୍ରତ୍ୟେକ କାର୍ଯ୍ୟ ପାଇଁ ନିର୍ଧାରିତ ସମୟ ରହିଥାଏ l ନିଶ୍ଚିତ ସମୟ ରେ କାର୍ଯ୍ୟ ସମ୍ପୂର୍ଣ କରିବା ଜରୁରୀ l ଏହାଦ୍ୱାରା ସର୍ବଦା ସଫଳତା ପ୍ରାପ୍ତି ହୋଇଥାଏ l

= ଗୀତା ରେ ଶ୍ରୀକୃଷ୍ଣ କହିଛନ୍ତି ବ୍ୟକ୍ତିର କର୍ମ ଠିକ ଦିଗରେ ଯାଇଥାଏ ବଡରୁ ବଡ଼ ଅସୁବିଧା ମଧ୍ୟ ଦୂର ହୋଇଯାଇ ଥାଏ l କାହିଁକି ନା ସଠିକ ବ୍ୟକ୍ତି କଦାପି ଜୀବନ ରେ ହରି ନଥାଏ l କିମ୍ବା ଅସଫଳ ହୋଇ ନଥାଏ l

= ଗୀତା ରେ କୁହାଯାଇଛି ଡର ଲାଗିବା ମଣିଷ ର ଗୋଟିଏ ମାନସିକତା ଅଟେ l ଏହାକୁ ନିଜ ମନରେ ବସା ବାନ୍ଧି ରଖନ୍ତୁ ନାହିଁ, କାହିଁକି ନା ଏହା ଆପଣଙ୍କ ସଫଳତା ରେ ବାଧା ଆଣିଥାଏ l ଏବଂ ମଣିଷ ର ମସ୍ତିଷ୍କ କୁ ବିକୃତ କରିଦେଇ ଥାଏ l

= ଗୀତାରେ କୁହାଯାଇଛି ଯେଉଁ ବ୍ୟକ୍ତି ନିଜ ଗୁଣ କୁ ଜାଣିପାରି ଥାଏ ଓ ନିଜ ବଦଗୁଣ କୁ ମଧ୍ୟ ପରଖି ଥାଏ ସେ ନିଜ ବ୍ୟକ୍ତିତ୍ୱ ର ନିର୍ମାଣ କରିବାରେ ସଫଳ ହୋଇଥାଏ l

= ଯେଉଁ ବ୍ୟକ୍ତି ନିଜ ମନ ଉପରେ କାବୁ କରିପାରିଲା ଏବଂ ନିଜକୁ ନିୟନ୍ତ୍ରଣ କରିବାର କଳା ଶିଖି ପାରିଲା , ସେ ମନରେ ଉତ୍ପନ୍ନ ହେଉଥିବା ଅଯଥା ଚିନ୍ତାକୁ ମଧ୍ୟ ଦୂର କରିପାରିବ l

Ad2
Leave A Reply