ଘଟଗାଁ,୨୪/୦୬- କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ନଦୀର ରାଜଘାଟରେ ବୁଧୁବାର ଦିନ ସକାଳେ ଗାଧୋଇବାକୁ ଯାଇଥିବା ୪ଜଣ ନାବାଳକ ନଦୀ ସ୍ରୋତରେ ଭାସିଯାଉଥିବା ବେଳେ ଆନନ୍ଦପୁର ଅଗ୍ନିଶମ ବିଭାଗ ଦ୍ଵାରା ସେମାନଙ୍କୁ ଉଦ୍ଧାର କରାଯାଇଥିଲା।ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସକାଳୁ ସକାଳୁ ଚାରିଜଣ ନବାଳକ ଆନନ୍ଦପୁର ଡଙ୍ଗାଘାଟ ନିକଟରେ ଗାଧୋଉଥିଲେ ଏହି ସମୟରେ ଅଚାନକ ଜଳ ସ୍ଥର ବୃଦ୍ଧି ହୋଇଥିଲା ।ସେମାନେ ସେହି ସ୍ଥାନରେ ଫସି ରହିଥିଲେ। ଏସମ୍ପର୍କରେ ଆନନ୍ଦପୁର ଅଗ୍ନିଶମ ବିଭାଗ ଏସଓ ପ୍ରତାପ କୁମାର ସିଂହଙ୍କ ନେତୃତ୍ୱରେ ଆନନ୍ଦପୁର ଅଗ୍ନିଶମ ବିଭାଗ କେନ୍ଦ୍ର ଆଧିକାରୀ ଙ୍କ ସମେତ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଚି ନଦୀ ଗର୍ଭରେ ପ୍ରବେଶ କରି ମୁଖ୍ୟ ସ୍ରୋତରୁ ନିଜ ଜୀବନକୁ ବାଜି ଲଗାଇ ସାହାସିକତାର ସହ ଚାରିଜଣ ଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଏ ଘଟଣା ଘଟିବା ପରେ ବିଭିନ୍ନ ମହଲରୁ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି।

Comments are closed.