Odisha news

ଉଦ୍ୟୋଗୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ

ଘଟଗାଁ,୬/୨- କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଳକ ସୁନାପେଣ୍ଠ ପଂଚାୟତ ନିପାଣିଆ ଗ୍ରାମରେ ବନଧନ ବିକାଶ କେନ୍ଦ୍ରର ୨୫ଜଣ ମହିଳା ମାନଙ୍କୁ ନେଇ ଉଦ୍ୟୋଗୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୩୦ଦିନ ଧରି ଚାଲିବାକୁ ଥିବା ବେଳେ କିସ ଅନୁଷ୍ଠାନ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ମାଷ୍ଟର ଟ୍ରେନର ନରେନ୍ଦ୍ର ବେହେରା ଗ୍ରାମର ମହିଳା ମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ଏହି ଶିବିରରେ ଗ୍ରାମର ମୋଟ ୨୫ ଜଣ ମହିଳା ତାଲିମ ନେବେ। ଜଙ୍ଗଲ ଜାତୀୟ ଦ୍ରବ୍ୟକୁ ମୂଲ୍ୟ ବୃଦ୍ଧି କରାଇ ବ୍ୟବସାୟୀ କରଣ କରାଯାଇ କିପରି ମହିଳା ମାନେ ସ୍ୱାବଲମ୍ବି ହୋଇପାରିବେ ଏହା ହେଉଛି ଏହି ଶିବିରର ମୁଖ୍ୟ ଉଦେଶ୍ୟ ବୋଲି ପ୍ରକାଶ ପାଇଛି। ଏହି ତାଲିମ ଶିବିରର ଦ୍ୱିତୀୟ ଦିନରେ କେନ୍ଦୁଝର ଆଇଟିଡିଅ ପ୍ରକଳ୍ପ ପ୍ରଶାସକ ବିଜୟ କୁମାର। ଥାମ୍ବା ଓ ପ୍ରକଳ୍ପ ପରିଚାଳକ ଶିବ ପ୍ରସାଦ ନାୟକ ଏହି ତାଲିମ ଶିବିରରେ ଯୋଗ ଦେଇ ବନଧନ ବିକାଶ କେନ୍ଦ୍ର ମାଧ୍ୟମରେ ମହିଳା ମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ତାହା ବୁଝାଇଥିଲେ।
IEC 2 years

Comments are closed.