Odisha news

ଓଡିଶା ରାଜ୍ୟ ବିଦ୍ୟୁତ ନିଗମ ଯନ୍ତ୍ରୀ ସଂଘର ବୈଠକ ଓ କର୍ମକତା ନିର୍ବାଚନ

0
ଘଟଗାଁ ୨୬/୦୮-ଘଟଗାଁ ସ୍ଥିତ ଡାକ ବଙ୍ଗଳା ଠାରେ ଓଡିଶା ରାଜ୍ୟ ବିଦ୍ୟୁତ ନିଗମ ଯନ୍ତ୍ରୀ ସଂଘର ବୈଠକ ସଂଘର ସମ୍ପାଦକ ତ୍ରିଲୋଚନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଦ୍ୟୁତ ବିଭାଗ ପରିଚାଳନା ନିକଟରେ ବିଭିନ୍ନ ଦାବି ଗୁଡିକ ପୂରଣ ପାଇଁ ଉପସ୍ଥାପନା ପାଇଁ ସ୍ଥିର ହୋଇଥିଲା l ଦାବି ଗୁଡିକ ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ ପାଇଁ ସିଦ୍ଧାନ୍ତ ହୋଇଥିଲା l ଏହି ଅବସରରେ ସଙ୍ଘର ବିଭିନ୍ନ ପଦବୀ ପାଇଁ ସର୍ବସମ୍ମତିକ୍ରମେ କର୍ମକତା ମନୋନୀତ କରାଯାଇଥିଲା l ସଙ୍ଘର ଉପସଭାପତି ଭାବେ ଇଂ ରଂଜିତ ବେହେରା, ଉପ ସାଧାରଣ ସମ୍ପାଦକ ଇଂ ନାରାୟଣ ବେହେରା,ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ଇଂ କମଳ ଲୋଚନ ଗିରି,ଇଂ ବୀର କିଶୋର ଦାଶ, ଇଂ ଅବନିକାନ୍ତ ବେହେରା,ଏବଂ ଲମ୍ବୋଦର ବାରିକଙ୍କୁ ମନୋନୀତ କରାଯାଇଥିଲା l ଇଂ କିଶୋର କୁମାର ଜେନାଙ୍କୁ ମେଡ଼ିଆ ସେଲ ସଂଯୋଜକ ମନୋନୀତ କରାଯାଇଥିଲା l ଶେଷରେ ସଂଘର ସମ୍ପାଦକ ଅନାଥ ବଂଧୁ ଦାଶ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l
Nalco
Leave A Reply