Odisha news

ବନବିଭାଗକୁ ଖୋଲା ଚ୍ୟାଲେଞ୍ଜ କାଠମାଫିଆ ମାନେ ଆକ୍ରମଣ କରି ଛଡାଇ ନେଇଗଲେ ଜବତ ଚୋରା କାଠଗାଡି

0

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ଏନଏଚ-୨୦ ବାଲିଯୋଡି ଗ୍ରାମ ନିକଟରେ ବନବିଭାଗ ଉପରେ କାଠ ମାଫିଆ ମାନେ ଆକ୍ରମଣ କରି ଛଡାଇ ନେଇ ଗଲେ ଚୋରାକାଠ ଗାଡି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ଗାଡ଼ିରେ ଚୋରାକାଠ ଚାଲାଣ କରାଯାଉଥିବା ନେଇ  ବନବିଭାଗ ଖବର ପାଇବା ପରେ ଘଟଗାଁ ରେଞ୍ଜର ପ୍ରଭାତ କୁଅଁର, ଫରେଷ୍ଟର ଯତୀନ୍ଦ୍ର ସାହୁ ବନକର୍ମଚାରୀ ମାନଙ୍କ ସହିତ ଚୋରାକାଠ ଗାଡିର ପିଛା କରି କାଠ ଗାଡିକୁ ଧରିବାରେ ସଫଳ ହୋଇଥିଲା। ବନବିଭାଗ ଚୋରା କାଠ ଗାଡିକୁ ଜବତ କରି ଆଣୁଥିବା ସମୟରେ ବାଲିଯୋଡି ନିକଟରେ ହଠାତ ୩ ଟି ଗାଡ଼ିରେ  କାଠ ମାଫିଆ ମାନେ ଆସି ବିଭିନ୍ନ ମାରଣାସ୍ତ୍ର ଧରି ବନବିଭାଗ କର୍ମଚାରୀଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏଥିସହ ବନବିଭାଗର ଏକ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିବା ପରେ ଜବତ ଚୋରାକାଠ ଗାଡିଟିକୁ ନେଇ ଫେରାର ହୋଇଯାଇଥିଲେ। ମାଫିଆ ମାନଙ୍କ ଗାଡି ଗୁଡିକୁ ଅଟକାଇବା ପାଇଁ ବନବିଭାଗ ଘଟଗାଁ ପୋଲିସକୁ ସୂଚନା ଦେଇଥିଲେ ପୋଲିସ ପକ୍ଷରୁ ଗାଡି ଗାଡିକୁ ଅଟକାଇବା ପାଇଁ ରାସ୍ତା ଉପରେ ଟ୍ରକ ରଖି ରାସ୍ତା ଅବରୋଧ କରାଯାଇଥିଲା। ହେଲେ ଅତି ଚତୁରତାର ସହିତ କାଠ ମାଫିଆ ମାନେ ଚମ୍ପଟ ହୋଇଯାଇଥିଲେ। ତେବେ  ଘଟଣା ଘଟାଇ ଥିବା ମାଫିଆ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘଟଗାଁ ରେଞ୍ଜର ପ୍ରଭାତ କୁଅଁର ପ୍ରକାଶ କରିଛନ୍ତି।

Leave A Reply