Odisha news

ଗଦାଧରପୁରରେ ଲୋକକଳା ଉତ୍ସବ ପାଳିତ

ଘଟଗାଁ,୨/୧୦- ଆଜି ଘଟଗାଁ ବ୍ଲକର ଗଦାଧରପୁର ଗ୍ରାମ ରଜ ପଡିଆ ଠାରେ ଲୋକକଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ସମ୍ମାନନୀୟ ଅତିଥି ରୂପେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ ପୁରସ୍କାର ପ୍ରାପ୍ତ  ଲେଖକ ଡଃ ରାମଚନ୍ଦ୍ର ନାୟକ, ଘଟଗାଁ ବ୍ଲକ ଅଧ୍ୟକ୍ଷା ଦ୍ରୌପଦୀ ଦଣ୍ଡପାଟ, ବିଡ଼ିଓ ନାରାୟଣ ସାହୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରୋହିତ କୁମାର ବେହେରା, ଗଦାଧରପୁର ସରପଞ୍ଚ ସୁଦାମ ଚରଣ ପଇଦା ଓ ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ଗଜେନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଏ ଉତ୍ସବରେ  ପାଣ୍ଡବ ନାୟକ ଓ କାହ୍ନୁ ଚରଣ ପଇଦା ନିଜ ସାଥୀଙ୍କ ସହ ପାଲା ପରିବେଷଣ କରିଥିବା ବେଳେ ଆଇଏମବି ଲକ୍ଷ୍ମୀ  ଅର୍ଜୁନବିଲା ଯୁବକ ସଂଘ ଓ  ମେଲାଣର ଜଲେଇ ଯୁବକ ସଂଘ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ଘଟଗାଁର ଚର୍ଚ୍ଚିତ କଣ୍ଠଶିଳ୍ପୀ ଆର .ଅଙ୍କିତା , ଆଲୋକ ଦେହୁରୀ ଏବଂ ଗଦାଧରପୁର ଗ୍ରାମର ଯୁବ ଗାୟକ ପ୍ରଶାନ୍ତ ନାୟକ ଲୋକକଳା ତଥା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରି ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ।

Comments are closed.