Odisha news

ବ୍ରହ୍ମ ମୁହୂର୍ତ୍ତ ରୁ ଉଠିବାର କଣ ରହିଛି ଲାଭ ଓ ଜୀବନ ଉପରେ ପଡିଥାଏ ଏହାର କି ପ୍ରକାର ପ୍ରଭାବ

0
ଆମର ବେଦ, ପୁରାଣ ଓ ଗ୍ରନ୍ଥ ଗୁଡିକରେ ବ୍ରହ୍ମ ମୁହୂର୍ତ୍ତ କୁ ଖୁବ୍ ଶୁଭ ବୋଲି ଗ୍ରହଣ କରାଯାଇ ଥାଏ । ଏହି ସମୟରେ ଶୋଇବା ଶାସ୍ତ୍ରରେ ନିଷେଧ ବୋଲି କୁହାଯାଇଛି। ଏହି ସମୟ ନିଦ୍ରା ତ୍ୟାଗ ର ପ୍ରକୃତ ସମୟ । ବ୍ରହ୍ମ ମୁହୂର୍ତ୍ତ ରେ ଉଠିବା ଦ୍ଵାରା ବିଦ୍ୟା, ବୁଦ୍ଧି, ବଳ ଓ ସୌନ୍ଦର୍ଯ୍ୟ ର ବିକାଶ ହୋଇଥାଏ । ବ୍ରହ୍ମ ମୁହୂର୍ତ୍ତ ରେ ବାତାବରଣ ରେ ସକାରାତ୍ମକ ପ୍ରଭାବ ରହିଥାଏ ।
ବ୍ରହ୍ମ ମୁହୂର୍ତ୍ତ ର ଅର୍ଥ କଣ -:
ବ୍ରହ୍ମ ଶବ୍ଦ ର ଅର୍ଥ ରାତ୍ରିର ଅନ୍ତିମ ପ୍ରହର ଓ ସକାଳ ଆରମ୍ଭ ହେବାର ଭୋର୍ ସମୟ ଅଟେ । ବ୍ରହ୍ମ ର ଅର୍ଥ ପରମାତ୍ମା ଓ ମୁହୂର୍ତ୍ତ ର ମିଳନ ର ସମୟ , ଅର୍ଥାତ୍ ପରମାତ୍ମା ଙ୍କ ସମୟ ।
ବ୍ରହ୍ମ ମୁହୂର୍ତ୍ତ ର ମହତ୍ତ୍ଵ -:
ହିନ୍ଦୁ ଧର୍ମରେ ବ୍ରହ୍ମ ମୁହୂର୍ତ୍ତ କୁ ସବୁଠୁ ଶୁଭ ମୁହୂର୍ତ୍ତ ବୋଲି କୁହାଯାଇ ଥାଏ । ପୌରାଣିକ କାଳ ରେ ଋଷି ମୁନି ମାନେ ଧ୍ୟାନ କରିବା ପାଇଁ ଏହି ସମୟ ଅଟେ । ଏହି ସମୟରେ ଈଶ୍ୱର ଙ୍କୁ ଧ୍ୟାନ କରିବା ଦ୍ୱାରା ଏହାର ଫଳ ଶୀଘ୍ର ପ୍ରାପ୍ତି ହୋଇଥାଏ । ଏହି ସମୟରେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଦ୍ୱାରା ପାପ କ୍ଷୟ ହୋଇଥାଏ ।
ବ୍ରହ୍ମ ମୁହୂର୍ତ୍ତ ରୁ ଉଠିବାର ଲାଭ :-
* ଧାର୍ମିକ ମାନ୍ୟତା ଅନୁସାରେ ଏହି ସମୟ ଦେବତା ଓ ପିତୃ ପୁରୁଷ ଆମ ଚତୁର୍ପାର୍ଶ୍ୱ ରେ ବିଚରଣ କରି ଥାଆନ୍ତି । ଯାହା ଦ୍ଵାରା ଘରର ଉନ୍ନତି ହୋଇଥାଏ ।
* ବ୍ରହ୍ମ ମୁହୂର୍ତ୍ତ ରେ ସମ୍ପୂର୍ଣ୍ଣ ବାତାବରଣ ରେ ସକାରାତ୍ମକ ଶକ୍ତି ଭରି ରହିଥାଏ । ଏହି ସକାରାତ୍ମକ ଶକ୍ତି ଆମ ଶରୀରର ସକାରାତ୍ମକ ଭାବନା ସହିତ ମିଳନ ହୋଇ ମନ ରେ ଭଲ ଭାବନା ଜାଗ୍ରତ ହୋଇଥାଏ ଓ ମନରେ ଉତ୍ସାହ ସଂଚାର ହୋଇଥାଏ ।
* ବ୍ରହ୍ମ ମୁହୂର୍ତ୍ତ ବ୍ରହ୍ମ ଜ୍ଞାନ ପାଇଁ ସଠିକ୍ ସମୟ । ବ୍ରହ୍ମ ମୁହୂର୍ତ୍ତ ରୁ ଉଠିବା ଦ୍ଵାରା ସହନ ସିଲତା ଓ ଆତ୍ମ ବିଶ୍ୱାସ ବୃଦ୍ଧି ହୋଇଥାଏ ।
* ବ୍ରହ୍ମ ମୁହୂର୍ତ୍ତ ରୁ ଉଠୁଥିବା ବ୍ୟକ୍ତି ଜୀବନ ରେ ସମସ୍ତ ସ୍ଥାନରେ ସଫଳତା ପ୍ରାପ୍ତି କରିଥାଏ ।
* ବ୍ରହ୍ମ ମୁହୂର୍ତ୍ତ ରୁ ପୂଜା କରିବା ଦ୍ୱାରା ଈଶ୍ୱର ଙ୍କ ର ନିକଟ ବର୍ତି ହୋଇଥାଏ ମନୁଷ୍ୟ । ଜୀବନ ସୁଖମୟ ହୋଇଥାଏ ।
Leave A Reply

Your email address will not be published.