ନୂଆଦିଲ୍ଲୀ : ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଆମେରିକା ଏବଂ ଜର୍ମାନୀ ଭାରତ ସହିତ ଠିଆହୋଇ ଦୃଢତାର ସହିତ ପାକିସ୍ତାନ ଓ ଚୀନକୁ ବଡ ସନ୍ଦେଶ ଦେଇଛନ୍ତି l କରାଚୀ ଷ୍ଟକଏକ୍ସଚେଞ୍ଜ ଉପରେ ସୋମବାର ଦିନ ହୋଇଥିବା ଆତଙ୍କବାଦୀ ଆକ୍ରମଣ କୁ ନେଇ ପାକିସ୍ତାନ ପକ୍ଷରୁ ଚୀନ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ନିଜର ବୟାନ ଦେଇଥିଲା l ଆମେରିକା ଏଥିରେ ଦଖଲ ଦେଇ ଚୀନର ବୟାନକୁ ବିରୋଧ କରିଥିଲା l
ଏହା ପୂର୍ବରୁ ଜର୍ମାନୀ ଯୋଗୁ ଏହି ପ୍ରସ୍ତାବକୁ ଅଟକ ଯାଇଥିଲା l ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଓ ବିଦେଶମନ୍ତ୍ରୀ ସାହା ମେହେମୁଦ କୁରେସି ପାକିସ୍ତାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତକୁ ଦୋଷ ଦେଇଛି l ଆମେରିକା ଓ ଜର୍ମାନୀ ଦ୍ଵନ୍ଦ ଭିତରେ ଥିଲେ ଯେ ଚୀନର ବୟାନରେ ଭାରତ ବିରୋଧରେ କୌଣସି ତଥ୍ୟ ନଆସୁ l ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଏହି ଆତଙ୍କବାଦୀ ଆକ୍ରମଣର ଘୋର ନିନ୍ଦା କରି ବୟାନ ଦେଇଛି ଯେ ଏହି ପ୍ରସ୍ତାବ ଚୀନ ପକ୍ଷରୁ ଦିଆଯାଇଛି ତେଣୁ ଏଥିରେ ଭାରତ ବିରୋଧରେ କୌଣସି ଷଡଯନ୍ତ୍ରର ଆଶଙ୍କା କରି ଆମେରିକା ସମ୍ପୂର୍ଣ ବିବରଣୀକୁ ପଢିବା ପାଇଁ ସମୟ ମାଗିଛି l
ପାକିସ୍ତାନ ଲଗାଇଥିବା ଆରୋପ ଉପରେ ସଂଯୁକ୍ତ ରାଷ୍ଟ୍ରରେ ଏହି ଆତଙ୍କବାଦୀ ଆକ୍ରମଣର ବୟାନ ଆଣିଥିବା ପଛରେ କିଛି ଉଦେଶ୍ୟ ଥିବା ଭାବି ଏହାକୁ ପାସ କରିଦେବା ଦ୍ୱାରା ଭାରତକୁ ବିପଦରେ ପକାଇ ଦେଇ ପାରେ l ପାକିସ୍ତାନ ଓ ଚୀନର ମିଳିତ ଚେଷ୍ଟାକୁ ଭଣ୍ଡୁର କରିବା ପାଇଁ ଆମେରିକା ଆଗକୁ ଆସି ଭାରତକୁ ସାହାଯ୍ୟ କରିଛି l