Odisha news

ଗବେଷଣା ରୁ ଖୁଲାସା : ପୁରୁଷ ମାନଙ୍କ ମଧ୍ୟରେ ହାର୍ଟ ଅଟାକ ପ୍ରଭାବକୁ କମ୍ କରିଥାଏ ସେକ୍ସ ହର୍ମୋନ

ଆଜିକାଲିର ଜୀବନ ଶୈଳୀ ଆମ ଶରୀର ଉପରେ ଖୁବ ପ୍ରଭାବ ପକାଉଛି l ଯେଉଁ କାରଣରୁ ହୃଦଘାତ ସମସ୍ୟା ଅଧିକ ଦେଖିବାକୁ ମିଳୁଛି l ଏଥିରୁ ରକ୍ଷା ପାଇବା ପାଇଁ ନିକଟରେ ଗୋଟିଏ ବିଶେଷ ଗବେଷଣା ହୋଇଥିଲା l ମିଳିଥିବା ସୂଚନା ଅନୁସାରେ ଏହି ଗବେଷଣା ରେ ପୁରୁଷ ମାନଙ୍କ ନିକଟରେ ଥିବା ସେକ୍ସ ହର୍ମୋନ ଟେସ୍ଟୋଷ୍ଟେରୋନର ବ୍ୟବହାର ହୋଇଥିଲା l ଗବେଷକ ମାନେ କହିଛନ୍ତି ଯେ ଟେସ୍ଟୋଷ୍ଟେରୋନ ଥେରାପି ଜରିଆରେ ପୁରୁଷ ମାନଙ୍କ ନିକଟରେ ହାର୍ଟ ଆଟାକ ସମସ୍ୟାକୁ କମ କରାଯାଇ ପାରିବ l ଗବେଷକ ମାନେ ମତ ଦେଇଛନ୍ତି ଯେ ଯେଉଁ ପୁରୁଷ ମାନଙ୍କ ନିକଟରେ ଟେସ୍ଟୋଷ୍ଟେରୋନ ହର୍ମୋନ ଖୁବ କମ ଥାଏ , ସେମାନଙ୍କୁ ଏହାର ସପ୍ଲିମେଣ୍ଟ ଦେଇ ହାର୍ଟ ଆଟାକ ଓ ଷ୍ଟ୍ରୋକ ରୁ ରକ୍ଷା କରାଯାଇ ପାରିବ l

ଏହି ଗବେଷଣା କୁ ପୁରା କରିବା ପାଇଁ ୧୦ ବର୍ଷ ସମୟ ଲାଗିଥିଲା l ୧୦ ବର୍ଷ ମଧ୍ୟରେ କରାଯାଇଥିବା ଏହି ଷ୍ଟଡି କୁ ୟୁରୋପିଆନ ଆସୋସିଏସନ ଅଫ ୟୁରୋଲୋଜି ରେ ପ୍ରସ୍ତୁତ କରାଯାଇଥିଲା l ଏହି ଗବେଷଣା ଟେସ୍ଟୋଷ୍ଟେରୋନ କମ ଥିବା ଲୋକମାନଙ୍କ ଉପରେ କରାଯାଇଥିଲା l ଟେସ୍ଟୋଷ୍ଟେରୋନ କମ ଥିବା ପୁରୁଷ ମାନଙ୍କୁ
– ଭୋକ କମ ଲାଗିଥାଏ ,
– ଚିନ୍ତାଗ୍ରସ୍ତ ,
– ଯୌନ ଇଚ୍ଛାରେ କମି ଓ
– ଓଜନ ବଢିବା ସମସ୍ୟା ଦେଖା ଯାଇଥାଏ l

ଜଣେ ପ୍ରଫେସର ମତ ଦେଇଛନ୍ତି ଯେ ଟେସ୍ଟୋଷ୍ଟେରୋନ ଥେରାପି ନେଉଥିବା ସମୂହ ବ୍ୟକ୍ତି ମାନଙ୍କ ମଧ୍ୟରେ ହୃଦୟ ସମ୍ବନ୍ଧୀୟ ସମସ୍ୟା ଦେଖିବାକୁ ମିଳି ନଥିଲା l ତେଣୁ ସଠିକ ଭାବରେ କୁହାଯାଇପାରିବ ଯେ ଟେସ୍ଟୋଷ୍ଟେରୋନ ଥେରାପି ନେଉଥିବା ବ୍ୟକ୍ତି ମାନଙ୍କ ନିକଟରେ ହୃଦଘାତ ସମସ୍ୟା ଦେଖିବାକୁ ମିଳି ନଥିଲା l ଟେସ୍ଟୋଷ୍ଟେରୋନ ଥେରାପି ସେହି ଲୋକ ମାନଙ୍କୁ ଦିଆଯାଏ ଯେଉଁମାନଙ୍କ ନିକଟରେ ଟେସ୍ଟୋଷ୍ଟେରୋନ କମ ରହିଥାଏ l

Comments are closed.