ଶ୍ରୀମଦ୍ଭଗବତ୍ ଗୀତା ରେ ଭଗବାନ୍ କୃଷ୍ଣଙ୍କ ଉପଦେଶ ର ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି । ଏହି ଉପଦେଶ ଭଗବାନ୍ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ ଦେଇଥିଲେ । ଆଜି ମଧ୍ୟ ଗୀତା ର ସେହି ଉପଦେଶ ସେତିକି ମୂଲ୍ୟବାନ ଅଟେ ଯାହାକି ଆମକୁ ଜୀବନ ରେ ଆଗକୁ ବଢ଼ାଇବା ରେ ସହାୟକ ହୋଇଥାଏ । ଗୀତରେ ସମ୍ପୂର୍ଣ୍ଣ ଜୀବନ ଦର୍ଶନ ବିଷୟରେ କୁହା ଯାଇଛି । ଏହାକୁ ଅନୁସରଣ କରୁଥିବା ବ୍ୟକ୍ତି ସର୍ବଶ୍ରେଷ୍ଠ ହୋଇଥାଏ ।
ବିନାମ୍ରତା ବିନା ବୃଥା ଅଟେ ସଫଳତା -:
୧) ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି ଯଦି କୌଣସି ବ୍ୟକ୍ତି ମଧ୍ୟରେ ବୀନମ୍ରତା ନାହିଁ ତେବେ ତାର ସଫଳତା ମୂଲ୍ୟହୀନ ଅଟେ ।
୨) ଶ୍ରୀକୃଷ୍ଣ କହି ଥାଆନ୍ତି ଆମକୁ ଆମ ଜୀବନ ର ଗୁରୁତ୍ଵ ପୂର୍ଣ୍ଣ ନିଷ୍ପତି ନିଜକୁ ନେବା ଆବଶ୍ୟକ । ଯାହାଦ୍ଵାରା ଆପଣ ପରେ ଆଉ ପଶ୍ଚାତାପ କରିବେ ନାହିଁ ।
୩) ଗୀତାରେ କୁହାଯାଇଛି ଯେ ବ୍ୟକ୍ତିକୁ ନିଜକୁ ତାମସିକ ଓ ଅସଞ୍ଜମ ପୂର୍ଣ୍ଣ ଖାଦ୍ୟ ଠାରୁ ଦୂରେଇ ରଖିବା ଉଚିତ୍ । ଏଭଳି ଭୋଜନ ମନକୁ ଚଞ୍ଚଳ କରିଥାଏ ଓ ଦୋଷ ପୂର୍ଣ୍ଣ ବିଚାର ଉତ୍ପନ୍ନ କରିଥାଏ । ଯାହାଦ୍ଵାରା ଭାବନା ବିକୃତ ହୋଇଥାଏ ।
୪) ଭଗବାନ୍ ଶ୍ରୀକୃଷ୍ଣ କହିଛନ୍ତି ମହାନ୍ କାର୍ଯ୍ୟ କଠିନ ପରିଶ୍ରମ ଦ୍ଵାରା ସମାପ୍ତ ହୋଇଥାଏ । ଆଶଙ୍କା ମଧ୍ୟରେ କାର୍ଯ୍ୟ କରୁଥିବା ବ୍ୟକ୍ତି କଦାପି ସଫଳତା ପ୍ରାପ୍ତି କରନ୍ତି ନାହିଁ । ତେଣୁ ମନରେ କଦାପି ସନ୍ଦେହ ବା ଆଶଙ୍କା ରଖିବା ଉଚିତ୍ ନୁହେଁ ।
୫ ) କୌଣସି କାର୍ଯ୍ୟକୁ କରିବା ପାଇଁ ଗୋଟିଏ ନିର୍ଦ୍ଧିଷ୍ଟ ନିୟମ ରହିଥାଏ । କୌଣସି କାର୍ଯ୍ୟକୁ କରିବା ଆଗରୁ ନିୟମ ଅନୁସରଣ କଲେ ମଣିଷ ସଫଳତା ହାସଲ କରିଥାଏ ।
୬ ) ମଣିଷର ବିନମ୍ର ଭାବ ତାକୁ ଜୀବନ ରେ ସଫଳତା ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।
