ନୂଆଦିଲ୍ଲୀ,୦୭- ବିଶାଖାପାଟଣା ଗ୍ୟାସ ଲିକ ଘଟଣା ପରିପ୍ରେକ୍ଷୀରେ ନିଆଯାଇଥିବା ପଦକ୍ଷେପଗୁଡିକୁ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା କରିଛନ୍ତି । ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକ ତଥା ଦୁର୍ଘଟଣାସ୍ଥଳୀର ସୁରକ୍ଷା ନେଇ ନିଆଯାଇଥିବା ପଦକ୍ଷେପର ସେ ବିସ୍ତୃତ ସମୀକ୍ଷା କରିଥିଲେ । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ, ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ଓ ଶ୍ରୀ ଜି. କିଷନ ରେଡ୍ଡୀ ଉପସ୍ଥିତ ଥିଲେ । ଆଜି ସକାଳେ ଏହି ଦୁର୍ଘଟଣାର ଖବର ମିଳିବା କ୍ଷଣି ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ତରଫରୁ ସମସ୍ତ ସହାୟତା ପ୍ରଦାନ କରିବାକୁ ଆଶ୍ାସନା ଦେଇଛନ୍ତି । ଉଭୟେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ନିୟମିତ ଏହାର ତଦାରଖ କରୁଛନ୍ତି । ଏହି ବୈଠକ ପରେ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଆଉ ଏକ ବିସ୍ତୃତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଗୃହ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବ ର୍ନ, ରସାୟନ ଓ ପେଟ୍ରୋକେମିକାଲ, ଫର୍ମାସ୍ୟୁଟିକାଲ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ, ଜାତୀୟ ବିପର୍ଯ୍ୟୟ ପରିଚାଳନା କ ୃର୍ପକ୍ଷର ସଦସ୍ୟ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ)ର ମହାନିର୍ଦ୍ଦେଶକ, ଡିଜିଏଚଏସର ମହାନିର୍ଦ୍ଦେଶକ, ଏମ୍ସର ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।