Odisha news

ଗ୍ୟାସ୍ ଲିକ୍ ରୁ ଅଗ୍ନିକାଣ୍ଡ : ମାଆ ଝିଅ ଗୁରୁତର

0

ଗଞ୍ଜାମ, ୨ ଜୁନ୍ :  ବ୍ରହ୍ମପୁର ବାସୁଦେବନଗର ସପ୍ତମ ଲେନ୍ ରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଅଗ୍ନିକାଣ୍ଡ ଘଟିଛି । ଜଣକ ରୋଷେଇ ଘରେ ଥିବା ଏଲପିଜି ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇ ଘରେ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡରେ ମାଆ ମମତା ସାହୁ (୪୦) ଓ ଝିଅ ତୁଳସୀ ସାହୁ (୧୫) ଗୁରୁତର ହୋଇଛନ୍ତି । ଉଭୟଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜକୁ ପଠାଯାଇଛି । ବ୍ରହ୍ମପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛନ୍ତି ।

Leave A Reply