ପିପିଲି : ପିପିଲି ବ୍ଲକ ଅଧିନସ୍ଥ ଦୃର୍ଗାଦାଶପୁର ପଂଚାୟତ ଠଣଠଣା ଗ୍ରାମ ଜେନା ସାହୀରେ ରୋଷେଇ କରୁଥିବା ସମୟରେ କୈାଣସି କାରଣ ବସତଃ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଯିବାରୁ ସିଲିଣ୍ଡର ଜଳି ଫାଟି ଯାଇଥିଲା ।ଏଥିରେ ୧୨ବଖରା ଘର ଜଳି ପାଉଁସ ହୋଇଯାଇଛି । ମିଳିଥିବା ସୁଚନା ମୁତାବକ ଜେନାସାହୀର ଦୁଖି ଜେନାଙ୍କ ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡରକୁ ନିଆଁ ଲାଗିଯିବାରୁ ସିଲିଣ୍ଡରଟି ଫାଟି ଯାଇଥିଲା । ଭୟରେ ସମସ୍ତ ଘରୁ ବାହାରକୁ ବାହାରୀ ଯାଇଥିବା ବେଳେ ଅଳ୍ପକେ କେତେକ ଜୀବନ ବଂଚିଯାଇଥିଲା । ସିଲିଣ୍ଡର ଟି ଫାଟି ଘର ପୋଡିଯିବା ସହିତ ନଡିଆ ଗଛରେ ନିଆଁ ଲାଗି ଯାଇଥିଲା ।
ନିଆଁର ପ୍ରକୋପ ଏତେ ଜୋରରେ ବ୍ୟାପିଥିଲା ତାହା ଆୟତ କରିବା ସମ୍ଭବପର ହୋଇନଥିଲା । କ୍ଷଣକେ ସିଲିଣ୍ଡର ରୁ ନିଆଁ ଲାଗି ଧଡୁ ଜେନା,ସନାତନ ଜେନା,ପବନା ଜେନା,ପ୍ରମୋଦ ଚରଣ ଜେନା,ମଞ୍ଜୁ ବେୱା,ଅଜୁ ମଲ୍ଲିକ ଓ ଆଲୋକ ଜେନାଙ୍କ ଚାଳ ଘର ଗୁଡିକ ଜଳି ପାଉଁଶ ହୋଇଯାଇଥିଲା । ଖବରପାଇ ସ୍ଥାନିୟ ଲୋକଙ୍କ ସହିତ ପିପିଲିରୁ ଦମକଳ ପହଂଚି ନିଆଁକୁ ଆୟତ କଲାବେଳକୁ ଘର ର ସମସ୍ତ ଆସବାବ ପତ୍ର ଠାରୁ ଆରମ୍ଭ କରି ଧାନ,ଚାଉଳ,ସଉଦା,ଲୁଗାପଟା,ପ୍ୟାଣ୍ଟସାର୍ଟ,ସାଟିଫିକେଟ,ଜମିବାଡି କାଗଜ ପତ୍ର,ଆଧାର ଓ ଭୋଟ ପରିଚୟ ପତ୍ର ସବୁ ପୋଡି ପାଉଁସ ହୋଇଯାଇଛି । ଘଟଣାସ୍ଥଳେ ପୁର୍ବତନମନ୍ତ୍ରୀ ତଥା ସ୍ଥାନିୟ ବିଧାୟକ ପ୍ରଦୀପ ମହାରଥି ପଂହଚି ବିପନ୍ନଙ୍କ ପରିବାରଙ୍କୁ ଭେଟି ଚାଉଳ,ବିସ୍କୁଟ ଓ ପଲିଥିନ ଯୋଗାଇଦେବା ସହ ତହସିଲଦାର ଓ ଆରଆଇ ତଦନ୍ତ ପରେ ଘର ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେବା ସହିତ ପଂଚାୟତରୁ ବିପନ୍ନ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ କହିଛନ୍ତି ।
ଅନ୍ୟପଟେ ପିପିଲି ତହସିଲଦାର ସପନ କୁମାର ନନ୍ଦ ଓ ସ୍ଥାନିୟ ଆରଆଇ ପଂହଚି ଘଟଣାର ସରଜମିନ ତଦନ୍ତ କରିବା ସହିତ କ୍ଷୟକ୍ଷତି ର ଆକଳନ କରିଛନ୍ତି । ସେହୀପରୀ ଜିଲ୍ଲାପରିଷଦଙ୍କ ପ୍ରତିନିଧି ସଦାଶିବ ଦାସ ବିଜୁ ଯୁବ ବାହିନୀ ସଭାପତି ବିଶ୍ୱଜିତ ଦାସ ସରପଂଚ ବାସନ୍ତି ବେହେରା ଓ ସମିତିସଭ୍ୟ ସୁମିତ୍ରା ଚଉଁରି ପ୍ରମୁଖ ଘଟଣାସ୍ଥଳେ ପଂହଚି ବିପନ୍ନ ପରିବାରକୁ ଶୁଖିଲା ଓ ରନ୍ଧା ଖାଦ୍ୟ ପିନ୍ଧିବା ପାଇଁ ଲୁଗା ଓ ଗାମୁଛା ଯୋଗାଇ ଦେଇଥିବା ଜଣାପଡିଛି ।