ଗୀତାରେ କୁହାଯାଇଛି ଆତ୍ମା ଅଜର ଓ ଅମର ଅଟେ l ଯେପରି ମଣିଷ ନିଜର ପୋଷାକ ବଦଳାଇ ଥାଏ ସେହିଭଳି ଆତ୍ମା ମଧ୍ୟ ଶରୀର ବଦଳାଇ ଥାଏ l ଗରୁଡ଼ ପୁରାଣରେ ମନୁଷ୍ୟର କର୍ମ ତାର ପାପ ପୁଣ୍ୟ କୁ ନିର୍ଧାରିତ କରିଥାଏ l ମାନ୍ୟତା ଅନୁସାରେ ବ୍ୟକ୍ତି ନିଜର ମୃତ୍ୟୁପରେ କର୍ମ ଆଧାରରେ ସ୍ୱର୍ଗ ଓ ନର୍କ ଲାଭ କରିଥାଏ l ଗରୁଡ଼ ପୁରାଣରେ ଏହା ମଧ୍ୟ କୁହାଯାଇ ଥାଏ ଯେ ବ୍ୟକ୍ତି ନିଜର ମୃତ୍ୟୁ ପରେ କର୍ମ ଆଧାରରେ ସ୍ୱର୍ଗ ଓ ନର୍କ ପ୍ରାପ୍ତି ହୋଇଥାଏ l ଗରୁଡ଼ ପୁରାଣରେ କୁହାଯାଏ ଯେ କର୍ମ ଆଧାରରେ ପର ଜନ୍ମ ରେ ବ୍ୟକ୍ତି ଯେ କୌଣସି ରୂପରେ ଜନ୍ମ ନେଇଥାଏ l
ଏହିଭଳି ଭାବରେ ହୋଇଥାଏ ପରଜନ୍ମ –
* ମହିଳାଙ୍କ ଶୋଷଣ କରୁଥିବା ବ୍ୟକ୍ତି –
ଯେଉଁ ବ୍ୟକ୍ତି ମହିଳାଙ୍କୁ ଶୋଷଣ କରିଥାଏ ସେ ପରା ଜନ୍ମ ରେ ଭୟାନକ ରୋଗରେ ପୀଡିତ ହୋଇଥାଏ l ଯିଏ ନାରୀକୁ ଅସମ୍ମାନ କରିଥାଏ ତାର କୌଣସି ସ୍ଥାନରେ ଆଦର ମିଳି ନଥାଏ l
* ଧୋକା ଦେଉଥିବା ବ୍ୟକ୍ତି –
ଗରୁଡ଼ ପୁରାଣରେ କୁହାଯାଏ ଯେ ଯେଉଁ ମନୁଷ୍ୟ ଛଳ, କପଟ ଓ ଅନ୍ୟ କୁ ଧୋକା ଦେଇଥାଏ ପର ଜନ୍ମ ରେ ସେ ବିପଥଗାମୀ ହୋଇଥାଏ ଓ ଭୁଲ ରାସ୍ତାରେ ଯାଇଥାଏ l
* ହିଂସା ପରାୟଣ ବ୍ୟକ୍ତି –
ଯେଉଁ ବ୍ୟକ୍ତି ବିଭିନ୍ନ ହିଂସା ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ନିଜ ପରିବାର ଭରଣ ପୋଷଣ କରିଥାଏ ସେ ପରା ଜନ୍ମରେ ପଶୁ ଯୋନିରେ ଜନ୍ମ ନେଇଥାଏ l
* ପରିବାର କୁ ପ୍ରତାଡ଼ିତ କରିଥିବା ବ୍ୟକ୍ତି –
ଯେଉଁ ବ୍ୟକ୍ତି ନିଜ ପରିବାର କୁ ପ୍ରତାଡ଼ିତ କରିଥାଏ ସେ ପରଜନ୍ମ ରେ ମଣିଷ ଜନ୍ମ ପାଇଲେ ସୁଧା କଦାପି ସୁଖଶାନ୍ତି ରେ ରହିପାରି ନଥାଏ l
* ଗୁରୁଙ୍କର ଅପମାନ କରୁଥିବା ବ୍ୟକ୍ତି –
ଗୁରୁ ହେଉଛନ୍ତି ଭଗବାନଙ୍କ ସହିତ ସମାନ , ତେଣୁ ଗୁରୁଙ୍କ ଅପମାନ ଈଶ୍ୱର ଙ୍କ ଅପମାନ l ତେଣୁ ଯେଉଁ ବ୍ୟକ୍ତି ଗୁରୁଙ୍କ ଅପମାନ କରିଥାଏ ସେ ପରଜନ୍ମ ରେ ରାକ୍ଷସ ଯୋନିରେ ଜନ୍ମ ନେଇଥାଏ l
* ମୃତ୍ୟୁ ସମୟରେ ଈଶ୍ୱରଙ୍କ ନାଁ –
ଯେଉଁ ବ୍ୟକ୍ତି ମୃତ୍ୟୁ ସମୟରେ ଈଶ୍ୱରଙ୍କ ନାମ ନେଇଥାଏ ସେ ମୁକ୍ତିର ମାର୍ଗରେ ଯାଇଥାଏ l ତେଣୁ ଶାସ୍ତ୍ରରେ କୁହାଯାଇଛି ମାରିବା ସମୟରେ ରାମ ଙ୍କ ନାଁ ନେବା ଜରୁରୀ l
* ଯିଏ ଅନ୍ୟର ସମ୍ମାନ କରିବା ସହିତ ସତମାର୍ଗରେ ଯାଇଥାଏ –
ଯେଉଁ ବ୍ୟକ୍ତି ନିଜକୁ ସତ କାର୍ଯ୍ୟ, ସତ ମାର୍ଗରେ ପରିଚାଳିତ କରାଇ ଥାଏ ସେ ସର୍ବଦା ଗୋଟିଏ ମୁନୀ କିମ୍ବା ମନୀଷୀ ଙ୍କ କୂଳରେ ଜନ୍ମ ନେଇଥାଏ l ଏହାଛଡା ବିଶ୍ୱରେ ମହାପୁରୁଷ ଭାବରେ ବିଦିତ ହୋଇଥାଏ l
