ହିନ୍ଦୁ ଧର୍ମରେ ଦାନ ଦକ୍ଷିଣା କୁ ଖୁବ୍ ଗୁରୁତ୍ଵ ଦିଆ ଯାଇଥାଏ, ମାନ୍ୟତା ଅନୁସାରେ ଦାନ ଦେବା ଦ୍ଵାରା ପୁଣ୍ୟ ଫଳ ବୃଦ୍ଧି ହୋଇଥାଏ ଓ ପୁଣ୍ୟ ଫଳ ର ପ୍ରାପ୍ତି ଅନେକ ଜନ୍ମ ପର୍ଯ୍ୟନ୍ତ ମିଳିଥାଏ । ଏହାଛଡା ମୃତ୍ୟୁ ପରେ ମଧ୍ୟ ଦାନ ର ଫଳ ପ୍ରାପ୍ତି ହୋଇଥାଏ । ଗରୁଡ଼ ପୁରାଣ ମାନ୍ୟତା ଅନୁସାରେ ଦାନ ଦକ୍ଷିଣା କରିବା ଦ୍ୱାରା ସ୍ବର୍ଗ ପ୍ରାପ୍ତି ହୋଇଥାଏ ।
ଯେତେବେଳେ ବ୍ୟକ୍ତି ଆର୍ଥିକ ଭାବରେ ସ୍ୱଚ୍ଛଳ ନଥାଏ ସେ କଦାପି ଦାନ କରିବା ଉଚିତ୍ ନୁହେଁ । ସେତେବେଳେ ବ୍ୟକ୍ତି ଦାନ ଦେବା ଉଚିତ୍ ଯେତେବେଳେ ସେ ଆର୍ଥିକ ଭାବରେ ସ୍ୱଚ୍ଛଳ ରହିଥାଏ । ଗରୁଡ଼ ପୁରାଣ ର ଆଚାର କାଣ୍ଡ ରେ ନିତିସାର ଅଧ୍ୟାୟ ରେ ସୁଖୀ ଓ ସମୃଦ୍ଧ ଜୀବନ ପାଇଁ ଅନେକ କାର୍ଯ୍ୟ ବିଷୟରେ କୁହାଯାଇଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ଦାନ ।
* ଗରୁଡ଼ ପୁରାଣ ଅନୁସାରେ କୁହାଯାଇଛି ବ୍ୟକ୍ତି କୁ ଏଭଳି ସ୍ଥିତି ରେ ଦାନ କରିବା ଉଚିତ୍ ନୁହେଁ , ଯଦି ସେ ଆର୍ଥିକ ଭାବରେ ସ୍ୱଚ୍ଛଳ ନୁହେଁ । ଦରିଦ୍ର ହୋଇ ଦାତା ହେବା ଦ୍ଵାରା ଆପଣ କା ଙ୍ଗା ଳ ହୋଇ ପାରନ୍ତି । ଏହାଛଡା ଲୋକ ଦେଖାଣିଆ ରେ ଦାନ କରିବା ଆଦୌ ଉଚିତ୍ ନୁହେଁ । ଯାହା ଆପଣଙ୍କୁ ଅଭାବ ମଧ୍ୟକୁ ଟାଣି ନେବ ।
* ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ନିଜ ରୋଜଗାର ର ୧୦ ପ୍ରତିଶତ ଦାନ କରିଥାଏ , ତାର ଭାଗ୍ୟରେ ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ । ଦାନ ସର୍ବଦା ଏପରି ବ୍ୟକ୍ତି କୁ କରିବା ଆବଶ୍ୟକ ଯାହାର ଆବଶ୍ୟକତା ରହିଛି ।
* ଧନ ବୃଦ୍ଧି ହେଲେ କଦାପି କନ୍ ଯୁସ ହୁଅନ୍ତୁ ନାହିଁ । ଯଦି ଆପଣ ସମର୍ଥ ତେବେ ଗରିବ ଙ୍କୁ ଦାନ କରନ୍ତୁ ।
* ନିଜର ମଙ୍ଗଳ କରିବା ପାଇଁ ଅନ୍ୟକୁ ଏଭଳି କିଛି ଦାନ କରନ୍ତୁ ନାହିଁ , ଯାହା ଦ୍ଵାରା ଅନ୍ୟର ଅମଙ୍ଗଳ ହେବ । ଏଭଳି କରିବା ଦ୍ୱାରା ଆପଣ ପାପ ରେ ଭଗି ହେବେ ।
* ସଂଗତି ର ପ୍ରଭାବ ଜୀବନ ଉପରେ ଖୁବ୍ ପଡ଼ିଥାଏ । ସେଥି ପାଇଁ ଅଧର୍ମି ଓ ଭୁଲ ଲୋକଙ୍କ ଠାରୁ ଦୂରେଇ ରହିବା ଜରୁରୀ । କାହିଁକି ନା ଅଧର୍ମୀ ଲୋକ ଙ୍କୁ କିଛି ଦାନ କରିବା ଦ୍ୱାରା ତାହା ପାପ ସହିତ ସମାନ ହୋଇଥାଏ ।
