Odisha news

ଗରୁଡ଼ ପୁରାଣ ଅନୁସାରେ : ଏହିସବୁ ଜିନିଷକୁ ଦେଖିବା ମାତ୍ରେ ବଦଳି ଯାଇଥାଏ ଜୀବନ

0
ଗରୁଡ଼ ପୁରାଣ ୧୮ଟି ପୁରାଣ ମାନଙ୍କ ମଧ୍ୟରୁ ଗୋଟିଏ । ଏହି ପୁରାଣ ରେ ଜନ୍ମ ଠାରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ବିଷୟରେ ଉଲ୍ଲେଖ ହୋଇଛି । ଗରୁଡ଼ ପୁରାଣ ରେ ମନୁଷ୍ୟ ର ପ୍ରତ୍ୟେକ କର୍ମ ବିଷୟରେ ଲେଖା ହୋଇଥିଲା ।
ଗରୁଡ଼ ପୁରାଣ ରେ କୁହାଯାଇଛି ଯେ ଏପରି ୭ଟି ଜିନିଷ ରହିଛି ଯାହାକୁ ଦେଖିବା ଦ୍ଵାରା ଜୀବନ ସମ୍ପୂର୍ଣ୍ଣ ବଦଳୀ ଯାଇଥାଏ ।
ଗାଈ ଦୁଗ୍ଧ –
ଗାଈ ଦୁଗ୍ଧ କୁ ହିନ୍ଦୁ ଧର୍ମ ରେ ମାର ସ୍ଥାନ ଦିଆଯାଇ ଥାଏ । ଗାଈ ଦୁଗ୍ଧ କୁ ଅମୃତ ସହିତ ତୁଳନା କରାଯାଇ ଥାଏ । ଗରୁଡ଼ ପୁରାଣ ଅନୁସାରେ ଗାଈ ଦୁଗ୍ଧ କୁ ଦେଖିବା ମାତ୍ରେ ଜୀବନ ର ସମସ୍ତ କଷ୍ଟ ଦୂର ହୋଇଥାଏ ।
* ଗାଈ ଗୋବର –
ପ୍ରାଚୀନ କାଳରେ ଗାଈ ଗୋବର ବ୍ୟବହାର କରି ଘରର ଅଗଣା କୁ ମାଙ୍ଗଳିକ କାର୍ଯ୍ୟରେ ଲିପା ଯାଇ ଥାଏ । ଗରୁଡ଼ ପୁରାଣ କୁହାଯାଏ ଯେ ଘରର ସମ୍ମୁଖ ଭାଗକୁ ଲିପିବା ଦ୍ଵାରା ଶୁଭ ସଂକେତ ମିଳିଥାଏ ।
* ଗୋଶାଳା –
ହିନ୍ଦୁ ଧର୍ମରେ ଗୋଶାଳା କୁ ଗୋଟିଏ ପବିତ୍ର ସ୍ଥାନ ଭାବରେ ଗ୍ରହଣ କରାଯାଇ ଥାଏ । ଗୋଶାଳା ରେ ଗାଈ ଙ୍କ ସେବା କରିବା ଦ୍ଵାରା
ପୁଣ୍ୟ ଲାଭ ହୋଇଥାଏ । ତେଣୁ ଗୋଶାଳା କୁ
ଦର୍ଶନ କରିବା ଦ୍ୱାରା ପୁଣ୍ୟ ଲାଭ ହୋଇଥାଏ ।
* ଗୋମୁତ୍ର –
ହିନ୍ଦୁ ଧର୍ମରେ ଗୋମୂତ୍ର କୁ ଖୁବ୍ ପବିତ୍ର ଭାବରେ ଗ୍ରହଣ କରାଯାଇ ଥାଏ । ଗରୁଡ଼ ପୁରାଣ ରେ କୁହାଯାଇ ଥାଏ ଯେ ଗୋମୁତ୍ର ଖୁବ୍ ପବିତ୍ର ଅଟେ ।
* ଗୋଖୁରା –
ଗରୁଡ଼ ପୁରାଣ ରେ କୁହାଯାଇଛି ଯେ ଗୋମାତା ଙ୍କ ପାଦ ଦର୍ଶନ କରିବା ଦ୍ୱାରା ପୁଣ୍ୟ ଲାଭ ହୋଇଥାଏ । ଏହାଛଡା ଗାଈ ଖୁରା ଦର୍ଶନ କରିବା ଦ୍ୱାରା ପୁଣ୍ୟ ଲାଭ ହୋଇଥାଏ ।
* ଗୋଧୂଳି –
ଯେବେବି ଗାଈ ପାଦ ରେ ଯେଉଁ ଧୂଳି ଲାଗିଥାଏ ତାହା ସବୁଠୁ ଅଧିକ ପବିତ୍ର । ଯେଉଁ ବ୍ୟକ୍ତି ଗୋଧୂଳି ସମୟର ଦର୍ଶନ କରେ ସେ ପୁଣ୍ୟ ଅର୍ଜନ କରିଥାଏ ।
* ସବୁଜ ଫସଲ –
ଗରୁଡ଼ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି କ୍ଷେତରେ ସବୁଜ ଫସଲର ଦର୍ଶନ କରିଥାଏ ସେ ଜୀବନ ରେ ସମସ୍ତ ସଫଳତା ହାସଲ କରିଥାଏ ।
Leave A Reply