Odisha news

ଗରୁଡ ପୁରାଣ ଅନୁସାରେ ଖୁବ ଭାଗ୍ୟଶାଳୀ ହୋଇ ଥାଆନ୍ତି ସେହି ବ୍ୟକ୍ତି ଯାହାଙ୍କ ପତ୍ନୀଙ୍କ ନିକଟରେ ରହିଥାଏ ୪ଟି ଗୁଣ

0

ହିନ୍ଦୁ ଧର୍ମରେ ଗରୁଡ ପୁରାଣକୁ ୧୮ଟି ମହାପୁରାଣ ମଧ୍ୟରୁ ଗୋଟିଏ ବୋଲି ଗ୍ରହଣ କରାଯାଇ ଥାଏ l ଗରୁଡ଼ ପୁରାଣ ମୃତ୍ୟୁ ପରର ସମସ୍ତ ରହସ୍ୟମୟୀ ଘଟଣା ଉପରୁ ପରଦା ଉଠାଇ ଥାଏ l ଗୋଟିଏ ଉନ୍ନତ ଜୀବନ ବଂଚିବା ପାଇଁ ନୀତି ନିୟମ , ଜପ ତପ , ଓ ଯଜ୍ଞ ବିଷୟରେ କୁହାଯାଇଛି l ଏହାଛଡା ପୁରୁଷ ଓ ମହିଳାଙ୍କ କର୍ତବ୍ୟ ବିଷୟରେ ମଧ୍ୟ ସୂଚନା ଦେଇଥାଏ l

ହିନ୍ଦୁ ଧର୍ମରେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଖୁବ ପବିତ୍ର ଅଟେ ଓ କୁହାଯାଇ ଥାଏ ଯେ ଏହି ୨ଟି ସମ୍ପର୍କ ଉଭୟ ଉଭୟଙ୍କର ପରିପୂରକ ଅଟନ୍ତି l ଗରୁଡ ପୁରାଣରେ ପତ୍ନୀ ମାନଙ୍କର ଏପରି ଗୁଣର ବ୍ୟାଖ୍ୟା କରାଯାଇଛି ଯାହାକି ପତିଙ୍କୁ କରାଇଥାଏ ଭାଗ୍ୟଶାଳୀ l

୧ – ଗୃହେ ଦକ୍ଷା –
ପତ୍ନୀ ଏଭଳି ହେବା ଆବଶ୍ୟକ ଯିଏକି ଘରର ସମସ୍ତ କାର୍ଯ୍ୟକୁ ଦାୟିତ୍ୱର ସହିତ ତୁଲାଇବା ଜରୁରୀ l ଗୃହର ସମସ୍ତ ସଦସ୍ୟଙ୍କୁ ସ୍ନେହ ରେ ବାନ୍ଧି ରଖିବା ସହିତ, ଅତିଥି ମାନଙ୍କ ମାନସମ୍ମାନ କରୁଥିବ, ଖୁବ ସହଜରେ ଗୃହକୁ ଠିକ ଭାବରେ ପରିଚାଳିତ କରି ପାରୁଥିବ l ଏଭଳି ପତ୍ନୀ ନିଜ ସ୍ୱାମୀ ପାଇଁ ଖୁବ ଭାଗ୍ୟଶାଳୀ ହୋଇ ଥାଆନ୍ତି l ଏଭଳି ଗୃହରେ ମା ଲକ୍ଷ୍ମୀ ବାସ କରି ଥାଆନ୍ତି l

୨ – ପ୍ରିୟମ୍ବଦା –
ପତ୍ନୀ ଏଭଳି ହୋଇଥିବା ଜରୁରୀ ଯିଏ କି ନିଜ ସ୍ୱାମୀ ସହିତ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ମଧୁର ବାଣୀ ରେ କଥା କହି ପାରୁଥିବ l ଏହାଛଡା ନିଜ ମଧ୍ୟରେ ସଂଯମତା ରଖିଥିବା ଆବଶ୍ୟକ l ପତ୍ନୀ ଛଡା ଏହି ନିୟମ ପାଟି ଉପରେ ମଧ୍ୟ ଲାଗୁ ହେବା ଜରୁରୀ l

୩ – ପତିପ୍ରାଣା –
ଯେଉଁ ପତ୍ନୀ ନିଜ ସ୍ୱାମୀର କଥାକୁ ସମ୍ମାନ ଜଣାଇଥାଏ ଓ ସମସ୍ତ କଥାକୁ ଠିକ ଭାବରେ ଶୁଣିଥାଏ ଏଭଳି ପତ୍ନୀ ସର୍ବଦା ପ୍ରସଂଶନୀୟା ଅଟେ l ନିଜ ସ୍ୱାମୀର ମନକୁ ଆଘାତ ଲାଗିବା ଭଳି କୌଣସି କାର୍ଯ୍ୟ କରି ନଥାଏ , ସେ ସର୍ବଦା ବନ୍ଦନୀୟା l

୪ – ପତିବ୍ରତା –
ଜଣେ ସ୍ୱାମୀ ପାଇଁ ତାର ସ୍ତ୍ରୀ ପତିବ୍ରତା ହେବା ଖୁବ ଜରୁରୀ l ନିଜ ସ୍ୱାମୀର ଆଜ୍ଞା କୁ ଯେଉଁ ପତ୍ନୀ ପାଳନ କରି ଜୀବନ ବିତାଇ ଥାଏ ତାହାକୁ ପତିବ୍ରତା କୁହାଯାଏ l ତେଣୁ ଏଭଳି ନାରୀ ଯିଏ କି ନିଜର ସ୍ୱାମୀ କଥାରୁ ଓହରି ଯାଇ ନଥାଏ ସେ ସର୍ବଦା ପତିବ୍ରତା ଅଟେ l

Leave A Reply