ଗଞ୍ଜାମ : କରୋନା କୁ ମୁକାବିଲା କରିବା ପାଇଁ ଗଞ୍ଜାମ ଏନ ଏ ସି ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ସ୍ଥାନୀୟ ଅଞ୍ଚଳର ଜୈନେକ ଟ୍ରକ ଡ୍ରାଇଭର ଉତ୍ତର ପ୍ରଦେଶ ରୁ ଫେରିଥିବା ଜଣା ପଡିବା ପରେ ତାଙ୍କୁ ଭାରତୀ ବିଦ୍ୟାପୀଠ ରେ କରେଣ୍ଟାଇନ ରଖାଯାଇଛି।କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ବଧାନ ରେ ଏନ ଏ ସି କର୍ମଚାରୀ ସହର ର ବିଭିନ୍ନ ୱାର୍ଡ ରେ ପାଇଁତରା ମାରୁ ଥିବା ଦେଖିବାକୁ ମିଳୁଛି।ସାନ ବଜାର ଠାରୁ ବଡ଼ ବଜାର ମଧ୍ୟରେ ରହିଥିବା ପ୍ରତ୍ୟକ ପରିବା ଦୋକାନ ଗୁଡିକ ବିଭିନ୍ନ ୱାର୍ଡ ମାନଙ୍କରେ ଭାଗ ବଣ୍ଟା କରି ଖୋଲିବା ପାଇଁ ନିର୍ଦେଶ ଦିଆ ଯାଇଥିବା ଦେଖିବାକୁ ମିଳିଛି।ଫଳରେ ସହରରେ ବଡ଼ ବଜାର ଓ ସାନ ବଜାର ମୁଖ୍ୟରାସ୍ତା ଶୁନ ଶାନ ହୋଇପଡୁଥିବା ଦେଖିବାକୁ ମିଳିଛି।ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଲକ ଡାଉନ ଓ 19 ଘଣ୍ଟିଆ ସଟ ଡାଉନ ନିୟମ କୁ ସହର ବାସୀ ମାନିବା ପାଇଁ ବାଧ୍ୟ କରାଯାଉଛି।
ଅନ୍ୟପଟେ ଗଞ୍ଜାମ ଥାନା ପକ୍ଷରୁ ପୋଲିସ ପ୍ରଶାସନ କୋଭିଡ଼ -19 ଅମାନିଆଁ ବ୍ୟକ୍ତି ମାନଙ୍କୁ ସାବଡ଼ କରିବା ନିମନ୍ତେ ତୀକ୍ଷ୍ଣ
ନଜର ରଖିଥିବା ଜଣାପଡିଛି।ବଜାର ରେ ଜନ ଗହଳି କୁ ରୋକ ଲଗାଇବା ପାଇଁ ରାସନ ଦୋକାନ ଗୁଡିକୁ ବିଭିନ୍ନ ସାହିରେ ଖୋଲିବା ନିମନ୍ତେ ପରାମର୍ଶ ଦିଆ ଯାଇଛି। କିନ୍ତୁ ସାନ ବଜାର ମାଛ ମାର୍କେଟ ରେ ପୂର୍ବାହ୍ନ ରେ ସାମାଜିକ ଦୂରତା ର ନିୟମ କୁ କେହି ମାନୁ ନଥିବା ପରିଲକ୍ଷିତ ହୋଇଛି। ଯାହାକୁ ନେଇ ମାଛ ବ୍ୟବସାୟୀ ମାନଙ୍କୁ ବିଭିନ୍ନ ୱାର୍ଡ ରେ ଅଲଗା ଅଲଗା ସକାଳ ସମୟରେ ଖୋଲିବା ନିମନ୍ତେ
ଏନ ଏ ସି ପ୍ରଶାସନ ଚିନ୍ତା କରୁଥିବା ସୂଚନା ମିଳିଛି। ଏନ ଏ ସି ପ୍ରଶାସନ ର ଏପରି ପଦକ୍ଷେପ କୁ ବୁଦ୍ଧିଜୀବୀ ମହଲରେ ପ୍ରସଂଶା କରାଯାଇଛି।