Odisha news

ଗଣମାଧ୍ୟମ ପ୍ରତିନିଧିଙ୍କୁ ଧମକ ଅଭିଯୋଗ ନେଇ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ

0

ଛତ୍ରପୁର : ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଜଣେ କୋଭିଡ୍ ଯୋଦ୍ଧା ତଥା ଗଣମାଧ୍ୟମ ପ୍ରତିନିଧି କିଶୋର ଚନ୍ଦ୍ର ଦାଶଙ୍କୁ କିଛି ଯୁବକ ଦୁର୍ବ୍ୟବହାର କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଜଣାପଡିଛି । ଏନେଇ ଗତ ୩ ତାରିଖରେ ପୋଲସରା ଥାନାରେ ଏକ ମାମଲା ରୁଜୁ ହୋଇଛି । କିନ୍ତୁ ଆଜି ସୁଦ୍ଧା ପୁଲିସ ପକ୍ଷରୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହି ସଂକ୍ରାନ୍ତରେ ବୁଧବାର ଗଞ୍ଜାମ ଜିଲ୍ଲା  ସାମ୍ବାଦିକ ସଂଘ ପକ୍ଷରୁ ଗଞ୍ଜାମ ଏସ୍ପିଙ୍କ ଉଦେ୍ଦଶ୍ୟରେ ଡିଏସ୍ପି ଉକ୍ରଳ କେଶରୀ ଦାଶଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ଘଟଣାକୁ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହିତ ପୁଲିସ ପକ୍ଷରୁ ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା । ଏହି ଦାବି ପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ସଭାପତି ହରିହର ପାତ୍ର  , ଛତ୍ରପୁର ସାମ୍ବାଦିକ ସଂଘର ସଭାପତି ରବୀନ୍ଦ୍ର କୁମାର ପଣ୍ଡା, ସଂପାଦକ ସନ୍ତୋଷ କୁମାର ପାଢୀ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାରଣା,  ବସନ୍ତ କୁମାର ମହାରଣା, ସରୋଜ କୁମାର ସାମଲ, ଦିଲ୍ଲୀପ କୁମାର ସାମଲ, ଅଶୋକ କୁମାର ବେହେରା, କେ.ସତ୍ୟନାରାୟଣ ରେଡ୍ଡୀ, ସନ୍ତୋଷ କୁମାର ସାହୁ, କେ.ରମେଶ, ସୁଧୀର ନାହାକ, ନିମାଇଁ ପଣ୍ଡା, ପୋଲସରାର କିଶୋର ଚନ୍ଦ୍ର ଦାଶ, ସିମାଞ୍ଚଳ ସାହୁ, ଶିବପ୍ରସାଦ ସାହୁ, ମନୋଜ କୁମାର ଘଡେଇଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply