Odisha news

ସଙ୍ଗରୋଧରେ ଆରମ୍ଭ କୋଭିଡ୍ -୧୯ କ୍ଲାସ୍‌ : ଅନୁଧ୍ୟାନ କଲେ ଗଂଜାମ ଜିଲ୍ଲାପାଳ

0
ଛତ୍ରପୁର ୧୨/୫: ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମପଂଚାୟତର କ୍ୱାରେଣ୍ଟାଇନ ସେଂଟର୍ କୁ ବୁଲିି ଅନ୍ତେବାସୀଙ୍କ ସୁବିଧା ଓ ଅସୁବିଧା ସଂପର୍କରେ ନିୟୋଜିତ ଥିବା କର୍ମଚାରୀଙ୍କୁ ପଚାରି ବୁଝିଥିଲେ । ଏହା ସହ କୋଭିଡ୍‌-୧୯ କ୍ଲାସ୍ ହେଉଛି କି ନାହିଁ ତାହା ସଂପର୍କରେ ମଧ୍ୟ ଅନୁଧ୍ୟାନ କରିଥିଲେ । ସମଦୂରତା, ମାସ୍କ ବ୍ୟବହାର ସହ ବିଭିନ୍ନ ସରକାରୀ ଗାଇଡ୍ ଲାଇନ୍ ଅନୁସାରେ ସମସ୍ତେ ରହିବାକୁ ଜିଲ୍ଲାପାଳ କହିଥିଲେ ।
ସେହିପରି ଜିଲ୍ଲାର ବିଭିନ୍ନ କ୍ୱାରେଣ୍ଟାଇନ ସେଂଟରରେ କୋଭିଡ୍‌-୧୯ କ୍ଲାସ୍ କରିବା ନେଇ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁନ୍ଦରପୁର ପଂଚାୟତର କନିଷ୍ଠ ଯନ୍ତ୍ରୀ ଚନ୍ଦ୍ରଶେଖର ଷଡ଼ଙ୍ଗୀ, ଭିଏଲଡ଼ବ୍ଲୁ ଦୁର୍ଯ୍ୟୋଧନ ମହାନ୍ତି, ନୋଡାଲ୍ ଅଫିସର, ସରପଂଚ ସସ୍ମିତା ମହାଙ୍କୁଡ଼, ସମିତି ସଭ୍ୟ ସୁକାନ୍ତି ବେହେରା, ପୂର୍ବତନ ସରପଂଚ ସୋମନାଥ ବେହେରା, ପୂର୍ବତନ ନାଏବ ସରପଂଚ ଯୁୁଧୀଷ୍ଠିର ମହାଙ୍କୁଡ଼ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ସୁନ୍ଦରପୁର ପଂଚାୟତର ଦୁଇଟି ସେଂଟରରେ ୧୪୧ ଅନ୍ତେବାସୀ ରହିଥିବା ସୂଚନା ମିଳିଛି ।

Leave A Reply