Odisha news

ବୋରିଗୁମ୍ମା ମଣ୍ଡଳ ବିଜେପି ପକ୍ଷରୁ ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ବୋରିଗୁମ୍ମା ( କେ.ସାକିଲି ଦୋରା )—ରାଜ୍ୟ ସରକାର ମହାମାରୀ କରୋନା ପାଇଁ ଲକଡାଉନ ଓ ସପ୍ତାହନ୍ତ ରେ ସଟ ଡାଉନ ଘୋଷଣା କରିଛନ୍ତି। କୋଭିଡ କଟକଣା ଯୋଗୁଁ ସମସ୍ତ ହୋଟେଲ ବନ୍ଦ ରହୁଛି। ଏଣୁ ବହୁ ଅସହାୟ ବ୍ୟକ୍ତି ମାନେ ଠିକ ଭାବେ ଖାଇପାରୁ ନାହାନ୍ତି। ଅସହାୟ ମାନଙ୍କୁ ମୁଠେ ଖାଇବାକୁ ଦେବା ପାଇଁ ବୋରିଗୁମ୍ମା ମଣ୍ଡଳ ବିଜେପି ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ବିଜେପି ମଣ୍ଡଳ ସଭାପତି ରାଜ ସିଂ ଙ୍କ ନେତୃତ୍ୱରେ କୋରାପୁଟ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ସାବନ ମହାନ୍ତି ଯୋଗ ଦେଇ ରନ୍ଧା ଖାଦ୍ୟ ବଣ୍ଟନ ର ଶୁଭାରମ୍ଭ କରିଥିଲେ।ରାସ୍ତାରେ ଯାଉଥିବା ଲୋକ, ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ। ଏଥିସହ ପ୍ରତେକ ସାହି ଗଳି ବୁଲି ଅସହାୟ ଲୋକ ମାନଙ୍କୁ ଖାଦ୍ୟ ଯୋଗାଣ କରିଥିଲେ। ଲକଡାଉନ ଶେଷ ହେବା ଯାଏଁ ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ଦିଆଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ତୁଳସିରାମ ପାଣିଗ୍ରାହୀ, ଅଜିତ ପଟ୍ଟନାୟକ, ବସନ୍ତ ମେହେର, ସତ୍ୟ ପ୍ରଧାନ, ବୃନ୍ଦାବନ ଦାସ,ଜଗଦୀଶ ପ୍ରମୁଖ ଉପସ୍ଥିତ ରହି ରନ୍ଧା ଖାଦ୍ୟ ଯୋଗାଣ କରିଥିଲେ।
IEC 2 years

Comments are closed.