Odisha news

ମୋହନା ପୁଲିସ ୫୭୮ କେଜି ଗଞ୍ଜେଇ ଜବତ କରାଯିବା ସହ ୨ ଜଣକୁ ଗିରଫ କଲା

0

ଆର,,ଉଦୟଗିରି-: ମୋହନା ପୁଲିସ ୫୭୮ କେଜି ଗଞ୍ଜେଇ ଜବତ କରାଯିବା ସହ ୨ ଜଣ ଗିରଫ ହୋଇଛନ୍ତି। ଗଜପତି ଏସପି ନିର୍ଦେଶ ଅନୁଯାୟୀ ବେଆନି ଗଞ୍ଜେଇ ଚାଲାଣ ରୁକିବାକୁ ଚାଲିଥିବା ସ୍କେଶାଲ ସୁଆଡ ମଙ୍ଗଳବାର ସକାଳ ୧୧ ସମୟରେ ମୋହନା ଆଇଆଇସି ସୁଜିତ କୁମାର ନାୟକଙ୍କ ତତ୍ବାବଧାନରେ ମୋହନା ପୁଲିସ ରାଇସିଂଙ୍ଗି ଛକରେ ବ୍ଲକିଙ୍ଗ କଲାବେଳେ ଏକ ଟ୍ରକକୁ ଅଟକାଇ ଉକ୍ତ ଗାଡିକୁ ଯାଞ୍ଚ କରିବାରୁ ଟ୍ରକରୁ ୨୨ ବସ୍ତା ଗଞ୍ଜେଇ ମିଳିଥିଲା ।

ମୋହନା ତହସିଲଦାରଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇ ବସ୍ତାକୁ ଓଜନ କରିବାରୁ ସମୁଦାୟ ଗଞ୍ଜେଇ ପରିମାଣ ୫୭୮ କେଜି ହେଲା  ଯାହାର ବଜାର ମୁଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ।

ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ଅରଙ୍ଗା ବାଦ (ବିହାର) ର ବିରେନ୍ଦ୍ର ୟାଦବ ଓ ରୁପେଶ କୁମାର ୟାଦବ । ଏହି ଦୁଇଜଣ ଗଞ୍ଜେଇ ମାଫିଆ ଅଡବା ଅଞ୍ଚଳରୁ ଗଞ୍ଜେଇ ସବୁ କିଣି ବିହାର ରାଜ୍ୟକୁ ଚାଲାଣ କରୁଥିଲେ । ଏବାଦରେ ମୋହନା ଥାନାରେ କେଶ ନଂ ୧୫୨\୨୦ ରେ ରୁଜୁ କରାଯାଇଛି ।

Nalco
Leave A Reply