Odisha news

ହୁମ୍ମା ରେ 3 କରୋନା ପରେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କଲେ ସରପଞ୍ଚ: ପୁର୍ବତନ ଜିଲ୍ଲା ପରିଷଡ଼ ସଭ୍ୟଙ୍କ ମୃତ୍ୟୁ ପରେ ପଜେଟିଭ ରିପୋର୍ଟ ଆସିଲା।

0
ଗଞ୍ଜାମ:26,7 : ଗଞ୍ଜାମ ବ୍ଲକ ହୁମ୍ମା ଗ୍ରାମରେ ତିନିଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଗ୍ରାମ କୁ ସଟ ଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ଚନ୍ଦ୍ରମୋହନ ସାହୁ। ତିନି ଜଣ ସଂକ୍ରମିତ ବ୍ୟକ୍ତିଙ୍କୁ ଗଡ଼ହୁମ୍ମା ସ୍ଥିତ କୋଭିଡ କେୟାର ସେଣ୍ଟର ରେ ରଖି ଚିକିତ୍ସା କରାଯାଉଥିବା ଜଣା ପଡ଼ିଛି।
ଅନ୍ୟପଟେ ହୁମ୍ମା ଗ୍ରାମର ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ  ,ସମିତିସଭ୍ୟ ଗୌତମ ପଲାଇ ଙ୍କ ଗୁରବାର ବିଳମ୍ବିତ ରାତ୍ରରେ  ଚିକିତ୍ସା ଅବହେଳାରୁ ପରଲୋକ ଘଟିଥିବା ବେଳେ ମୃତ୍ୟୁ ପରେ ତାଙ୍କର  କରୋନା
ସଂକ୍ରମିତ ରିପୋଟ ଆସିଥିଲା।
ତାଙ୍କ ଶବ ସତ୍କାର କରିଥିବା ବ୍ୟକ୍ତି ମାନଙ୍କ କୋଭିଡ ଟେଷ୍ଟ କରାଯିବ ବୋଲି ପଞ୍ଚାୟତ ପ୍ରଶାସନ ପକ୍ଷରୁ କୁହାଯାଇଛି।
ଗତ 12 ତାରିଖରେ ବିଜେଡି ନେତା ଗୌତମ ପଲାଇ ତାଙ୍କର ଜ୍ଜ୍ୱର ରହିଥିବା ଯୋଗୁଁ ସେ ଭରାତୀବିଦ୍ୟା ପୀଠ ରେ କୋଭିଡ ଟେଷ୍ଟ କରିଥିବା ବେଳେ
ତାଙ୍କର ନେଗେଟିଭ ବାହାରି ଥିଲା। ଜ୍ଜ୍ୱର ନ ଛାଡିବା ଓ ଶରୀର ଅସୁସ୍ଥ ଥିବା ଯୋଗୁଁ ପୁଣି ଥରେ ସେ ଛତ୍ରପୁର ଠାରେ କୋଭିଡ ଟେଷ୍ଟ କରିଥିଲେ।କିନ୍ତୁ ତାଙ୍କ ମୃତ୍ୟୁ ପରେ ରିପୋର୍ଟ ପଜେଟିଭ ଆସିଥିଲା ।ମଲାଡ଼ ରେ ଜୈନେକ ମହିଳା ପ୍ରାୟ 15 ଦିନ ହେଲା ମୁତ୍ଯୁ ହୋଇସାରିଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କର କୋଭିଡ଼ ଟେଷ୍ଟ ରିପୋର୍ଟ ଆସିନଥିବା ଜଣା ପଡ଼ିଛି।
ବ୍ଲକ ପ୍ରଶାସନ କୋଭିଡ ପରିଚାଳନା କ୍ଷେତ୍ରରେ ଠିକ ଭାବେ ହେଉନଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହେଉଛି।
Leave A Reply