Odisha news

ଭାଜପା ଜନ ସମ୍ବାଦ ଯାତ୍ରା

0

ଛତ୍ରପୁର,୮/୭: ଗଞ୍ଜାମ  ଜିଲ୍ଲାର ଛତ୍ରପୁର ବିଧାନସଭା ମଣ୍ଡଳୀ ଭାଜପା ପକ୍ଷରୁ ମଙ୍ଗଳବାର   ଛତ୍ରପୁର ବିଧାୟକ ପ୍ରାର୍ଥୀ ତଥା ନିର୍ବାଚନ ମଣ୍ଡଳୀ ର  ଯୁବ ନେତା ପ୍ରଶାନ୍ତ କୁମାର କର ଙ୍କ ନେତୃତ୍ୱରେ ଏକ ଜନ -ସମ୍ବାଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ  ମୁଖ୍ୟ ଅତିଥି   ଭାବେ ବରଗଡ଼    ସାଂସଦ  ଓ ରାଷ୍ଟ୍ରୀୟ ସମ୍ପାଦକ  ସୁରେଶ ପୂଜାରୀ,     ସମ୍ମାନିତ ଅତିଥି ଭାବେ  ମାଲକାନଗିରି    ବିଧାୟକ  ଆଦିତ୍ୟ ମାଡ଼ି   ଓ  ରାଜ୍ୟ ଉପ ସଭାପତି ଭ୍ରୁଗୁ ବକ୍ସିପାତ୍ର  ପ୍ରମୁଖ ଯୋଗ ଦେଇଥିଲେ l

ଗତ 6 ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କ ରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀ ମାନଙ୍କୁ ନିବେଦନ କରିଥିଲେ ଅତିଥି ମାନେ l ଏହି ଅଵସର ରେ ଛତ୍ରପୁର ଅଂଚଳ ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଫୋକସ କରାଯାଇଛି l   ଏହି ସମୟରେ  ଛତ୍ରପୁର ଠାରେ   ଗଂଜାମ ଜିଲ୍ଲା ବିଜେପି  ସଭାପତି  ବିଭୁତି ଭୂଷଣ ଜେନା,    ଗଂଜାମ ବ୍ଲକ ଅଧ୍ୟକ୍ଷ   ପ୍ରଶାନ୍ତ କୁମାର ନାୟକ,  ପୂର୍ବତନ ମଣ୍ଡଳ ସଭାପତି ତଥା  ଓକିଲ    ପ୍ରଦୀପ କୁମାର ପାଢୀ,   ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ କୁମାର ରାଉଳ,  ଜିଲ୍ଲା ପରିଷଦ ସଭ୍ୟା   ରଶ୍ମି ରାଣୀ ମହାପାତ୍ର,   ଅମରେଶ ମହାରଣାଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ମଣ୍ଡଳ ସଭାପତି ଙ୍କ  ସହିତ ବହୁ କର୍ମୀମାନେ ଯୋଗ ଦେଇଥିଲେ।

Nalco
Leave A Reply