Odisha news

କରୋନା ଭାଇରସ ସଚେତନତା ଜନ ଜାଗରଣ ଯାତ୍ରା।

0
 ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର,ସୁବଳୟା,ଝାରେଡି ରାଧାବବିନ୍ଦପୁର ପଞ୍ଚାୟତ ଓ ରମ୍ଭା ସହରାଞ୍ଚଳରେ କରୋନା ଭାଇରସ ସଚେତନତା ନିମିତ୍ତ ଏକ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି।ରମ୍ଭା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିବା ସହ ଜନ ଜାଗରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ।ହେଲପେଜ ଓଡ଼ିଆ ଭୁବନେଶ୍ୱର ର ପରିଚାଳକ ରବୀନ୍ଦ୍ରନାଥ ସାହୁ ସଂମ୍ମାନୀତ ଅତିଥି ଭାବେ ଯୋଗ ଦେଇ କରୋନା ଭାଇରସ ସଚେତନତା ବିଭିନ୍ନ ଦିଗ ଉପରେ ପ୍ରଚାର ମାଧ୍ୟମ ରେ ବୁଝାଇଥିଲେ।ଏହି ଶୋଭାଯାତ୍ରାରେ ରମ୍ଭା ଏନ ଏ ସି ଓ ତିନୋଟି ପଂଚାୟତର ବଛା ବଛା 10 ଟି ସାମାଜିକ ଆନୁଷ୍ଠାନିକ କର୍ମକର୍ତା ମାନେ ଭାଗ ନେଇ ଅଂଚଳରେ କରୋନା ରୁ ସୁରକ୍ଷିତ ରହିବାପାଇଁ ଫଳପ୍ରଦ ଉପାୟ ଅବଲମ୍ବନ କରିବାକୁ ସମସ୍ତ ଅଞ୍ଚଳବାସୀ ଙ୍କୁ ପ୍ରଚାର ପ୍ରଚାର ମାଧ୍ୟମରେ ଉପଦେଶ ଦେବା ସହ ଆଦୌ ଭୟଭୀତ ନ ହେବାପାଇଁ ସଚେତନ କରିଥିଲେ।ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପଞ୍ଚାନନ ଖଟୁଆ,ଗୌରାଙ୍ଗ ପାଟଣା ଶାଖା ସଭାପତି କୃଷ୍ଣ ଚନ୍ଦ୍ର ବେହେରା,ସଂଯୋଜକ ଶେଷଦେଵ ବେହେରା,ସମୀର ଅଧିକାରୀ,ଅରବିନ୍ଦ କ୍ଳବ ର ସଭାପତି ଶ୍ୟାମ ସିନ୍ଦର ବେହେରା,ଶ୍ରୀ ଜଗନ୍ନାଥ ସାଂଶୃତିକ ପରିଷଦ  ଝଡ଼ିଆ ନାହାକ,ରଞ୍ଜନ କୁମାର ନାହାକ,ସ୍ୱାମୀ ବିବେକାନନ୍ଦ ଯୁବକ ସଂଘର ବିରଞ୍ଚି ନାରାୟଣ ନାହାକ,କୃଷ୍ଣ ଚନ୍ଦ୍ର ନାହାକ,ମାନସ ରଞ୍ଜନ ନାହାକ,ଗୋପାଳ କୃଷ୍ଣ ଯୁବକ ସଙ୍ଘର ଗଣେଶ ଚନ୍ଦ୍ର ବେହେରା,ବିଜୟ କୁମାର ବିଶ୍ୱାଳ,ସମାଜ ସେବୀ ଉମେଶ ଚନ୍ଦ୍ର ମହାନ୍ତି,ରାମ ପ୍ରସାଦ ସେନାପତି,ରଞ୍ଜନ ମୁଦୁଲି,ଶିକ୍ଷକ ସୀମାଞ୍ଚଳ ପାଢ଼ୀ, ଭୀମସେନ ବେହେରା,ଗଣପତି ଶିଳ୍ପ ଅନୁଷ୍ଠାନ ଅଧକ୍ଷ ମୋଚିରାମ ବେହେରା,ସାମ୍ବାଦିକ ନୀଳାଞ୍ଚଳ ସେନାପତି, ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତି ପଲଙ୍ଗ ପଞ୍ଚାୟତ ଶାଖା ସଂଯୋଜକ ଶିବରାମ ପଟନାୟକ,ହୁମ୍ମା ଶାଖା ସଂଯୋଜକ ଉମାକାନ୍ତ ସାହୁ,ସନ୍ତୋଷ କୁମାର ସାହୁ ପ୍ରମୁଖ ଙ୍କ ସମେତ ଶତାଧିକ ସ୍ବେଛାସେବୀ ଏହି ସଚେତନତା ଅଭିଯାନ ରେ ସାମିଲ ଥିଲେ।
   ଜନ ସମାବେଶରେ ଲୋକ ଙ୍କ ଠାରୁ ଦୂରରେ ରହିବା,ଧାର୍ମିକ ଉତ୍ସାଵ ,ବିବାହ, ବ୍ରତ ଭଳି ସାମାଜିକ ଜନ ସମାଗମ ଠାରୁ ଦୂରେଇ ରହିବା,ଆବଶ୍ୱକ ନ ହେଲେ ଅନ୍ୟମାନଙ୍କ ସହ ମିଳା ମିଶା କାମ କରିବା,ହାତକୁ ବାରମ୍ବାର ସାବୁନ ରେ ଧୋଇବା,କାଶ ଛିଙ୍କ  ସମୟରେ ନାକରେ ରୁମାଲ ବ୍ୟବହାର କରିବା,ଖୋଲା ମେଲାରେ ନ ଛିଙ୍କିବା,ମୁହଁ ରେ ମାକ୍ସ ,ରୁମାଲ ବାନ୍ଧି ବାହାରକି ବାହାରିବା,ହାତ ନ ମିଶାଇ ନମସ୍କାର ମୁଦ୍ରାରେ ଆତିଥ୍ୟତା ନେବା,ସର୍ବୋପରି ଆଦୌ ଭୟଭୀତ ନ ହୋଇସବୁ କାର୍ଯ୍ୟ ଧର୍ଯ୍ୟର ସହ ସଚେତନତା ହୋଇ କରିବା ପାଇଁ ବିଭିନ୍ନ ଗ୍ରାମରେ ସଚେତନତା ସୃଷ୍ଟି କରାଯାଇଥିଲା।
Leave A Reply