ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବ ପକ୍ଷରୁ ଆବର୍ଜନା ମୁକ୍ତ ପାଇଁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବହୁ ପୁରାତନ କନିଷି ହାଟ ପରିସରଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରଙ୍ଗେଇଲୁଣ୍ଡା ବିଡ଼ିଓ ବିଶ୍ବଜିତ ରାୟ,କନିଷି ତହସିଲଦାର ପ୍ରଳୟାନନ୍ଦ ଶତପଥୀ,ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବର ସଭାପତି ରାଜୀବ ଲୋଚନ ମିଶ୍ର, ,ଉପ ସଭାପତି ଦିଲୀପ ସାହୁ ,ସମ୍ପାଦକ ମୁନାପଟ୍ଟନାୟକ,ସହ ସମ୍ପାଦକ ଟୁଟୁ ମହାପାତ୍ର, କୋଷାଧ୍ୟକ୍ଷ ନବୀନ ଆଚାରୀ, ନରସିଂହ ରାଓ, ସୁଦର୍ଶନ ରାଉଳ,କନିଷି ସରପଞ୍ଚ ବି ସୁଜ୍ଞାନି, ବି ରାଜୁ,ବି ଡମ୍ବରୁ, ସୁନିଳ ପାତ୍ରଙ୍କ ସମେତ କନିଷି ଅଟୋ ଷ୍ଟେଣ୍ଡ ର ସଦସ୍ୟ ମାନେ ଯୋଗ ଦେଇଥିଲେ ।
ବହୁ ପୁରାତନ କନିଷି ହାଟରେ ସ୍ଥାନୀୟ ଅଞ୍ଚଳ ଏବଂ ବାହାରୁ ଦୈନନ୍ଦିନ ବ୍ୟବସାୟୀ ମାନେ ଆସି ବ୍ୟବସାୟ କରୁଥିବା ବେଳେ ସଚେତନତା ଅଭାବରୁ ହାଟ ପରିସରରେ ଅଳିଆ ଆବର୍ଜ୍ଜନାରେ ପରିପୂର୍ଣ୍ଣ ରହୁଛି ତେଣୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବର ସଭାପତି ରାଜୀବ ଲୋଚନ ମିଶ୍ରଙ୍କ ନେତୃତ୍ବରେ ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବର ସଦସ୍ୟମାନେ ହାଟ ପରିସରକୁ ସଫେଇ କରିବା ସହ ବ୍ୟବସାୟୀ ଏବଂ ସ୍ଥାନୀୟ ଲୋକମାନଙ୍କୁ ପରିବେଶ ସଫାସୁତୁରା ରଖିବା ଓ ଆବର୍ଜନା ମୁକ୍ତ କରିବା ପାଇଁ ସଚେତନତା କରାଇଥିଲେ । ବିଭିନ୍ନ ଜରି ପଲିଥିନ ଓ ପ୍ଲାଷ୍ଟିକ ବୋତଲ ଗୁଡ଼ିକ ଏଣେତେଣେ ନପକାଇ ଏକତ୍ରିତ କରି ବର୍ଜ୍ୟବସ୍ତୁ ପରିଚାଳନା ସ୍ଥାନରେ ପକାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଏପରି କରିବା ପାଇଁ ପରାମର୍ଶ ଦେବା ପାଇଁ ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବ ପକ୍ଷରୁ ଅନୁରୋଧ କରାଯାଇଛି ।
ପଲିଥିନ ଜରି ଓ ପ୍ଲାଷ୍ଟିକ ବୋତଲ ପାଇଁ ପରିବେଶ ଓ ଜଳବାୟୁ ପ୍ରଦୂଷଣ ହେଉଥିବାରୁ ଅଧିକାଂଶ ସମୟରେ ଗାଈଗୋରୁ ମୃତ୍ୟୁର ଶିକାର ହେଉଥିବା ବେଳେ ମଣିଷର ଚର୍ମ ରୋଗ ତଥା ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଯେଉଁଥିପାଇଁ ଏଗୁଡିକ ଯେତେ ସମ୍ଭବ କମ ବ୍ୟବହାର କରିବା ସହ ପରିବେଶ ସ୍ବଚ୍ଛ ରଖିବା ପାଇଁ ଅନୁରୋଧ କରାଯାଇଥିଲା।