Odisha news

ପାଣି ପଞ୍ଚାୟତର ବୈଠକ : ହିରାଧାର ବାଟି କେନାଲ ରୁ 15ରୁ 17 ମଧ୍ୟରେ ଛଡ଼ାଯିବ ପାଣି

0
ଗଞ୍ଜାମ :  ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଜଳ ସେଚନ କାର୍ଯ୍ୟାଳୟ ରେ ଗଞ୍ଜାମ ଓ ପୁରୁଷୋତ୍ତମପୁର ବ୍ଲକ ର ହୀରାଧାର ବାଟି କେନାଲ ଜଳ ସେଚନ ଅନ୍ତର୍ଗତ
ସମସ୍ତ ପାଣି ପଞ୍ଚାୟତ ର କର୍ମକର୍ତ୍ତା ଙ୍କୁ ନେଇ 2023 ମସିହା ଖରିଫ ଜଳ ସେଚନ ଆରମ୍ଭ ର ତାରିଖ ନିର୍ଦ୍ଧାରଣ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜଳ ସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକରେ ଆସନ୍ତା 15 ରୁ 17ତାରିଖ ମଧ୍ୟରେ ଶୁଭ ତିଥି ନିର୍ଧାରଣ କରି ବିଭାଗିୟ ଅଧିକାରୀ ଓ ପାଣି ପଞ୍ଚାୟତ ର କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ହୀରାଧାର ବାଟି କେନାଲ ରେ ପାଣି ଛଡାଯିବା ନେଇ ନିଷ୍ପତି ଗ୍ରହଣ କରାଯାଇଥିଲା l
ଏନେଇ ପୁରୁଷୋତ୍ତମପୁର ବ୍ଲକ ର ହନୁମାନ ପଲ୍ଲୀ ନିକଟରେ ଉକ୍ତ ଶୁଭକାର୍ଯ୍ୟରେ ସମସ୍ତେ ଉପସ୍ଥିତ ରହିବା କୁ ସହମତି ପ୍ରକାଶ କରାଯାଇଥିଲା l ବୈଠକରେ ପ୍ରକଳ୍ପ ର ସୁବିଧା ଅସୁବିଧା ସମ୍ଭନ୍ଧ ରେ ଆଲୋଚନା ହୋଇଥିଲା l ଚଳିତ ଖରିଫ ଋତୁ ରେ ପ୍ରତ୍ୟେକ ଶସ୍ୟକ୍ଷେତ୍ରକୁ କିପରି ସୁବିଧାରେ ଜଳ ଯୋଗାଣ ହୋଇପାରିବ ସେ ସମ୍ପର୍କରେ ଆଲୋଚନା ହେବା ସହ ବିଭଗିୟା ଅଧିକାରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିବା ନେଇ ପ୍ରତିଶୃତି ଦେଇଥିଲେ l ସହକାରୀ ଯନ୍ତ୍ରୀ ଗଙ୍ଗାଧର ଦାଶ, କନିଷ୍ଟ ଯନ୍ତ୍ରୀ ରବିନ୍ଦ୍ର ନାଥ ନାହାକ ପ୍ରମୁଖ ଉପସ୍ଥିତ ରହି ପାଣି ପଞ୍ଚାୟତ କର୍ମକାର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ l ଗଞ୍ଜାମ ବ୍ଲକ ପୂର୍ବତନ ବିଜେଡି ସଭାପତି ବନବାସୀ ଖୁଣ୍ଟିଆ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ ଓ ସମସ୍ତ 14 ଗୋଟି ପାଣି ପଞ୍ଚାୟତ ର କର୍ମକର୍ତ୍ତା ବିଭିନ୍ନ ସାମସ୍ୟା ର ସମାଧାନ ସମ୍ପର୍କରେ ବିଭାଗିୟ ଅଧିକାରୀ ଙ୍କୁ ସୂଚିତ କରିଥିଲେ l
Nalco
Leave A Reply