ଗଞ୍ଜାମ : ଗଞ୍ଜାମ ମହାବିଦ୍ୟାଳୟରେ ଯୁକ୍ତ ତିନି ଫାଷ୍ଟ ସେମିଷ୍ତ୍ରା ପରୀକ୍ଷା ଚାଲିଥିବା ବେଳେ ଗୁରବାର ଜୈନେକ ଛାତ୍ରୀ କଲେଜ ଫାଟକ ନିକଟରେ କଲେଜ କତୃପକ୍ଷ ଆଇ କାର୍ଡ ଚେକ କରୁଥିବା ବେଳେ ଅଚେତ ହୋଇପଡ଼ିଥିବା ଜଣା ପଡିଛି l ସେହିପରି ପ୍ରଥମ ଦିବସ ପରୀକ୍ଷା ଗତ ମଙ୍ଗଳ ବାର ପରୀକ୍ଷା ଦେବା ସମୟରେ ମଧ୍ୟ ଜୈନେକ ଛାତ୍ରୀ ଅଚେତ ହୋଇଯାଇଥିଲା l ଉଭୟଙ୍କୁ କଲେଜ କତୃପକ୍ଷ ପ୍ରାଥମିକ ଚିକିତ୍ସା କରାଇବା ପରେ ସୁସ୍ଥ ହୋଇଥିଲେ l
ସମ୍ପ୍ରତି ଗ୍ରୀଷ୍ମ ଦିନ ରେ ଦୁଇଟାରୁ ପରୀକ୍ଷା ଆରମ୍ଭ ହେଉଥିବା ଯୋଗୁଁ ଏପରି ସମସ୍ୟା ଉପୁଜିଥିବା ଅଭିଯୋଗ ହେଉଛି l ଏନେଇ କଲେଜ ଅଧ୍ୟକ୍ଷ ଡ଼ଃ ପ୍ରବୀଣ କୁମାର ନନ୍ଦ ବିଶ୍ୱବିଦ୍ୟାଳୟ କତୃପକ୍ଷ ଙ୍କୁ ଅବଗତ କରିଥିବା ଜଣାପଡ଼ିଛି l ସମୟ ପରିବର୍ତ୍ତନ କରି ପୂର୍ବପରି ସକାଳ 8 ଟା ରୁ ଦିନ 11ଟା ମଧ୍ୟରେ ପରୀକ୍ଷା ସିଟିଙ୍ଗ ରଖିବା ନେଇ ବିଭିନ୍ନ ମହଲରେ ଦାବୀ ହେଉଛି l