Odisha news

ଗୋଛାପଡା ଥାନା ଅଂଚଳରୁ ୭୦୫ କିଗ୍ରା ଗଞ୍ଜେଇ ଜବତ ୨ ଗିରଫ ୨ ଫେରାର

ଫୁଲବାଣୀ (Santosh Mishra)  କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଂଚଳରୁ ଚାଲାଣ ପାଇଁ ଗଛିତ ରଖାଯାଇଥିବା ୭୦୫ କିଗ୍ରା ଗଞ୍ଜେଇ ଜବତ କରିଛି ପୋଲିସ । ଏହି ସଂକ୍ରାନ୍ତରେ ୨ଜଣଙ୍କୁ ଗିରଫ କରାଯିବା ବେଳେ ସେଠାରୁ ପୋଲିସ ପହଂଚିବା ଖବର ପାଇ ଫେରାର ହେବାରେ ସଫଳ ହୋଇଛନ୍ତି ଆଉ ଦୁଇଜଣ । ସେମାନଙ୍କ ମଧ୍ୟରେ ଏହି ସବୁ ଗଞ୍ଜେଇକୁ ନିଜ ଘରେ ଗଛିତ ରଖିଥିବା ମୁଖ୍ୟ ଅଭିଯୁକ୍ତ ଲଦା କହଁର ଫେରାର ହୋଇଯାଇଛି । ସୁଚନା ଅନୁସାରେ ଶିପାଡି ଗ୍ରାମର ଲଦା କହଁର ଘରେ ପଡୋଶୀ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଅଂଚଳକୁ ଚାଲାଣ ପାଇଁ ଗଞ୍ଜେଇ ଗଛିତ ଥିବା ନେଇ ଗୋଛାପଡା ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ ଖବର ପାଇବା ପରେ ସଦଳବଳେ ଶିପାଡି ଗ୍ରାମର ଲଦା କହଁର ଘରେ ଚଢାଉ କରିଥିଲେ । ଚଢାଉ ବେଳେ ପୋଲିକୁ ଏହି ଗଞ୍ଜେଇ ମିଳିଥିଲା । ସେଠାରୁ ପୋଲିସ କ୍ରାଣ୍ଡିବାଲିର ଶିପାଡି ଗ୍ରାମର ରଘୁନାଥ ବିନ୍ଧାଣୀ ଏବଂ କଣ୍ଟାମାଳ ଅଂଚଳର ମାଲପଡା ଗ୍ରାମର ନରୋଥମ ରଣାକୁ ଗିରଫ କରିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଜଣେ ସେଠାରୁ ଫେରାର ହେବାରେ ସଫଳ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି । ପୋଲିସ ଏହି ସଂକ୍ରନ୍ତରେ ଏକ ମାମଲା ୨୧/୨୧ ରୁଜ୍ଜୁ କରିବା ସହତ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି । କୋର୍ଟରେ ସେମାନଙ୍କ ଜାମିନ ନାକଚ ହେବାପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Govt

Comments are closed.