Odisha news

ଦୁଇ ମାଫିଆ ଗିରଫ : ୧୭୫ କେଜି ଗଞ୍ଜେଇ ଜବତ

0

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା କଟକଣାକୁ ବେଖାତିର କରି ନିଶା ବେପାରୀମାନେ ସେମାନଙ୍କ କାରବାର ପୁଣି ବଢ଼ାଇବାରେ ଲାଗିଛନ୍ତି । ଗୋଟିଏ ମାସ ଭିତରେ କ୍ରାଇମବ୍ରାଞ୍ଚ କୋଟି କୋଟି ଟଙ୍କାର ଗଞ୍ଜେଓ ଓ ଧଳାଜହର ଜବତ କରିଥିବାବେଳେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସଫୋସ (ଏସ୍‌ଟିଏଫ) କବ୍‌ଜାରେ ପୁଣି ଦୁଇ ନିଶା ବେପାରୀ । କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ ଦୁଇ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୭୫ କେଜି ଗଞ୍ଜେଇ ଜବତ କରିଛି ।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଦୁଇ ଗିରଫ ଅଭିଯୁକ୍ତ ହେଲେ କୋରାପୁଟ ସଦର ଥାନା ଅଞ୍ଚଳର କୃଷ୍ଣ, କୁଲଦୀପ ଓ ଟାଉନ୍ ଥାନା ଅଞ୍ଚଳର ଜୟରାମ ଖର । ଦୁଇ ଗିରଫ ନିଶା ବେପାରୀଙ୍କୁ କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସଫୋର୍ସ (ଏସ୍ଟିଏଫ୍) କୋରାପୁଟର ଏନ୍ଏଚ୍-୨୬ ଅଧିନ କରଙ୍ଗା ରୋଡ୍ରେ ଦୁଇ ନିଶା ବେପାରୀ ଗଞ୍ଜେଇ ଆଣି ଆସୁଥିବା ଏଟିଏଫ ସୂଚନା ପାଇଥିଲା ।

ବ୍ୟବସାୟୀଙ୍କୁ ଧରିବା ପାଇଁ କରାଙ୍ଗ ରୋଡ୍ରେ ଟିମ୍ ଅଭିଯୁକ୍ତଙ୍କୁ ଧରିବା ଲାଗି ଜଗି ରହିଥିଲା । ସେମାନେ ଗଞ୍ଜେଇ ନେଇ ଆସିବା ମାତ୍ରେ ଜଗି ରହିଥିବା ଏସ୍ଟିଏଫ୍ ଟିମ୍ ଉପରୋକ୍ତ ଅଭିଯୁକ୍ତ ଦ୍ୱୟଙ୍କୁ ଧରିବାରେ ସଫଳ ହୋଇଥିଲା । ସେମାନଙ୍କୁ ଯାଞ୍ଚ କରିବା ପରେ ତାଙ୍କ ନିକଟରୁ ୧୫୭ କେଜି ଗଞ୍ଜେଇ ମିଳିଥିଲା । ତା’ପରେ ଏସ୍ଟିଏଫ୍ ଟିମ୍ ଗଞ୍ଜେଇ ସହ ଅଭିଯୁକ୍ତଙ୍କୁ ନେଇ କୋରାପୁଟ୍ ସଦରପୁଲିସ୍ ଜିମା ଦେଇଥିଲା । ସ୍ଥାନୀୟ ପୁଲିସ୍ କେସ୍ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରିଛି ।

Leave A Reply