Odisha news

ଗଜପତି : ୧୦୪ କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତ , ଜଣେ ଗିରଫ

0

ଆର,ଉଦୟଗିରି : ଗଜପତି ଜିଲ୍ଲାର ମୋହନା ପୁଲିସ ଏକ କାର ସହ ୧୦୪ କେଜି ୮୦୦ ଗ୍ରାମ ବସ୍ତା ଗଞ୍ଜେଇ ଜବତ ହୋଇଛି । ଗଜପତି ଏସପି ତପନ କୁମାର ପଟ୍ଟନାୟଙ୍କ ନିର୍ଦେଶ କ୍ରମେ ତଥା ଆର,ଉଦୟଗିରି ଏସଡିପିଓ ଅନିଲି କୁମାର ପ୍ରଧାନଙ୍କର ପ୍ରତ୍ୟଷରେ ତତ୍ତ୍ବାବଧାନରେ ମୋହନା ଆଇଆଇସି ସୁଜିତ କୁମାର ନାୟକ ଏବଂ ତାଙ୍କ ଷ୍ଟାପ ସହ ରବିବାର ଦିନ ସକାଳ ୧୦.୩୦ ସମୟରେ ଏକ ବିଶ୍ବସ୍ତ ସୂତ୍ରରୁ ପାଇ ମୋହନା ଠାରୁ ଲୁହାଗୁଡି  ମଧ୍ୟରେ ମରଚିମ ଛକ  ନିକଟରେ ଏକ ଫର୍ଡ ଇକୋ ସ୍କୋର୍ଟ କାର ଯାହାର  ନଂମ୍ବର OD ୧୦F 4001 କୁ ସନ୍ଦେହ କରି ଅଟକାଇ ଖାନତଲାସ କରିବାରୁ ଉକ୍ତ ଗାଡିରୁ ୧୦୪ କେଜି ୮୦୦ ଗ୍ରାମ  ଗଞ୍ଜେଇ ମିଳିଥିଲା । ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ  ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତରେ ଉକ୍ତ ଗଞ୍ଜେଇ ବସ୍ତାକୁ ଓଜନ କରିବାରୁ ସମୁଦାୟ ଗଞ୍ଜେଇ ପରିମାଣ ୧୦୪  କେଜି ୮୦୦ ଗ୍ରାମ ହେଲା । ଯାହାର ବଜାର ମୂଲ୍ୟ ପ୍ରାୟ ୬ .ଲକ୍ଷ ହେବ ।

ଉକ୍ତ ଇକୋ ସ୍କୋର୍ଟ କାରର ଗାଡିର ଡ୍ରାଇଭର ସୁକାନ୍ତ କୁମାର ପାଣିଗ୍ରାହୀ ( କୋରାପୁଟ ଜିଲ୍ଲାର ଜରଲାପୁଟ ଗ୍ରାମ ) କୋରାପୁଟ ଜିଲ୍ଲା ଲମତାପୂଟ ଏରିୟାରୁ  ଗଞେଇ କିଣି ଉକ୍ତ ଗାଡିରେ ଲୋଡ କରି ବ୍ରହ୍ମପୁରକୁ ଚାଲାଣ କରୁଥିଲେ । ଉପରୋକ୍ତ ବ୍ୟକ୍ତି ଜଣଙ୍କୁ  ମୋହନା ପୁଲିସ ଗିରଫ କରାଯାଇଛି ଓ ଇକୋ ସ୍କୋର୍ଟ ଗାଡିକୁ ପୁଲିସ ଜବତ କରିଛି । ଏବାବଦରେ ମୋହନା ଥାନାରେ କେସ ନଂ  ୧୩୩\୨୦ ରେ ରୁଜୁ କରାଯାଇଛି । ଏହି ଦୁଇ ଜଣଙ୍କୁ ସୋମବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି । ଶନିବାର କୋର୍ଟ ଚାଲାଣ କରାଯିବ ।

Leave A Reply