Odisha news

କନ୍ଧମାଳ ପୋଲିସର ସତର୍କତା ଯୋଗୁ ୪ କ୍ୱିଣ୍ଟାଲ ୮୧ କିଗ୍ର ଗଞ୍ଜେଇ ସମେତ ଟ୍ରକ ଜବତ କଲେ ,୨ଗିରଫ

0

ଫୁଲବାଣୀ( sontosh mishra) : କନ୍ଧମାଳ ଜିଲାର ଫିରିଙ୍ଗିଆ ଥାନା ପୋଲିସ ସେହି ଅଂଚଳରେ ଥିବା ବାଲକିଡାଡି ନିକଟରେ ଗୋଟିଏ ଟ୍ରକରୁ ୪୮୧ କିଗ୍ରା ଗଞ୍ଜେଇ ଫିରିଙ୍ଗିଆ ଅଂଚଳରୁ କଟକ ଜିଲା ଆଠଗଡକୁ ଚାଲାଣ ହେଉଥିବା ପୋଲିସ ସୁତ୍ରରୁ ଜଣାପଡିଛି । ଏହି ଗଞ୍ଜଇର ଆନୁମାନିକ ମୁଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଫୁଲବାଣୀ ଏସଡିପିଓ ମହେନ୍ଦ୍ର ମୁର୍ମୁ କହଛନ୍ତି । ଏହି ଗଞ୍ଜେଇ ଚାଲାଣ ହେବାକୁ ଥିବା ନେଇ ପୁର୍ବ ସୁଚନା ପାଇବାପରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରାୱାଲଙ୍କ ନିଦେ୍ର୍ଦଶରେ ଏବଂ ଫୁଲବାଣୀ ଏସଡିପିଓଙ୍କ ତତ୍ୱାବଧାନରେ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ପରିଚାଳନାରେ ଏସଆଇ ଦସରଥ ହେମ୍ବ୍ରମ ସଦଳବଳେ ବାଲକିଡାଡି ଠାରେ ପହଂଚି ଗୁରୁବାର ସଂନ୍ଧ୍ୟା ୬.୩୦ ମିନିଟ ସମୟରେ ଗାଡି ମୋଟର ତନଖି କରିବା ବେଳେ ଓଆର-୨୩-ଡି-୯୮୯୨ ନମ୍ବର ଥିବା ଗୋଟିଏ ଟାଟା-୨୫୧୬ ମଡେଲ ଟ୍ରକ ସେଠାରେ ପହଂଚିଥିଲା । ପୋଲିସ ସେହି ଗାଡିକୁ ତଲାସି ନେବାପରେ ସେଥିରୁ ୧୦ଟି ଜରି ବସ୍ତାରେ ଗଞ୍ଜେଇ ବାହାରିଥିଲା ।

ପୋଲିସ ଗାଡିରେ ଥିବା ଗଞ୍ଜାମ ଜିଲା ଗୋଷାଣିନୁଆଗାଁ ଥାନା ଅନ୍ତର୍ଗତ ଖଜୁରିଆ ପୋସ୍ତଫୁଲତା ଗ୍ରାମର ପ୍ରକାଶ ପ୍ରଧାନ(୫୨) ଏବଂ ନୟାଗଡଜିଲା ଓଡଗାଁଥାନା ଅଂଚଳର ରଙ୍ଗନାପାଟଣା ଗ୍ରାମର ବ୍ରଜକିଶୋର ଡାକୁଆ(୨୪)ଙ୍କୁ ଗିରଫ କରିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରିବାପରେ ସେଥିରେ ୪୮୧ କିଗ୍ରା ଗଞ୍ଜଇ ଥିବା ଜଣାପଡିଥିଲା ଯାହାର ଆନୁମାନିକ ମୁଲ୍ୟ ୧୫ ଲକ୍ଷ ଟଙ୍କା ବୋଲି ଆଜି ଫୁଲବାଣୀ ଏସଡିପିଓ ମହେନ୍ଦ୍ର ମୁର୍ମୁ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ଏହି ସଂକ୍ରାନ୍ତରେ ଫିରିଙ୍ଗିଆ ଥାନା ପୋଲିସ ଏକ ମାମଲା ୬୫/୨୦୨୦ ରୁଜ୍ଜୁ କରିବା ସହିତ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣପଡିଛି । ତେବେ ଜିଲାରେ ତଥା ଜିଲା ବାହାରେ ମଧ୍ୟ କରୋନା ସଂକ୍ରମଣ ପାଇଁ କରାଯାଇଥିବା ଏତେ କଟକଣା ସତ୍ୱେ ଏହି ଚାଲାଣକାରୀ ମାନେ କିପରି ଜିଲାରେ ପହଂଚିବା ସହିତ ଫିରିଙ୍ଗିଆ ଅଂଚଳରୁ ଗଞ୍ଜେଇ ସଂଗ୍ରହ କରି ଚାଲାଣ କରିବାରେ ସକ୍ଷମ ହେଉଛନ୍ତି ତାହା ବର୍ତମାନ ଚର୍ଚ୍ଚାର ବିଷୟ ।

Leave A Reply