ଆର,ଉଦୟଗିରି(ସବ୍ୟୁ)- ସାରା ରାଜ୍ୟ କରୋନା ତାର କାୟା ବିସ୍ତାର କରୁଥିବା ବେଳେ ଗଜପତି ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦେଶ କ୍ରମେ ଆର,ଉଦୟଗିରି ଏସ୍ଡିପିଓ ଅଶୋକ କୁମାର ମହାନ୍ତି ଓ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମୋହନା ପୁଲିସ କମଳା ପୁର ସ୍ଥିତ ନାକା ପେଏଣ୍ଟ ଯିବା ସମୟରେ ଲୁଡୁରୁ ଛକ ନିକଟସ୍ଥ ଏକ ପଶ୍ଚିମବଙ୍ଗ ଗାଡି ନମ୍ବର ଦେଖି ମୋହନା ପୁଲିସ ଉକ୍ତ ଗାଡିକୁ ତଦନ୍ତ କରିଥିଲେ । ସେହି ଗାଡିରୁ ୧୪ଟି ବଡ ଜରି ବସ୍ତାରେ ଗଞ୍ଜେଇ ଭତ୍ତି ହୋଇଥିବା ପୁଲିସ ଜବତ କରିଥିଲେ । ମୋହନା ପୁଲିସ ଉକ୍ତ ଗାଡି ଚାଳକକୁ ପଚରା ଉଚରା କରିଥିଲା ସେ ଡ୍ରାଇଭର କହିଥିଲା ରାୟଗଡା ଜିଲ୍ଲାରୁ ଏକ ଆଦିବାସୀ ଲୋକ ଠାରୁ ଗଞ୍ଜେଇ କିଣି ପଶ୍ଚିମ ବଙ୍ଗଳାର ଆସାନସୋଲ ଜିଲ୍ଲା ଚୋର ଚାଲାଣ କରାଯାଉଥିଲା ।
ଓ ସେ କହିଥିଲା ଓଡିଶାରେ କମ ଦରରେ କିଣି ବଙ୍ଗାଲର ବିଭିନ୍ନ ଯାଗାରେ ଚଢା ଦରରେ ବିକ୍ରି କରୁଥିବାର ପ୍ରକାଶ କରିଥିଲା । ଉକ୍ତ ୧୪ ଗୋଟି ଗଞ୍ଜେଇ ବସ୍ତା ସାକ୍ଷାମାନଙ୍କ ଉପସ୍ଥିତିରେ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଆଗରେ ଓଜନ କରିଥିଲେ ସମୁଦାୟ ଗଞ୍ଜେଇର ପରିମାଣ ୪୬୮ କିଲୋ ୫୦୦ ଗ୍ରାମ ହୋଇଥିଲା । ଏହାର ଅନୁମାନିକ ମୁଲ୍ୟ ବଜାର ଦର ୨୫ ଲକ୍ଷ ହେବ ବୋଲି ଆର,ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ସଚୁନା ଦେଇଥିଲେ । ଏହି ବାବଦରେ ମୋହନା ଥାନାରେ କେସ୍ ନମ୍ବର ୧୦୮\ ୨୦ ରୁଜୁ କରାଯାଇଛି । ମୋହନା ପୁଲିସ ଗାଡି ଚାଳକ ତପନ ରାୟ ଓ ଉକ୍ତ ଗାଡିରେ ବସିଥିବା ଆଉଜଣେ ଲୋକ ଗୌତମ ଲୋ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
