Odisha news

କନ୍ଧମାଳ ଜିଲ୍ଲାରେ ଶହଶହ ଏକର ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଚାଷ,ଯେତେ କାଟିଲେ ସରୁନି : ୧୯୫ ଏକର ଯାଗାରେ ଗଞ୍ଜେଇ ଚାଷକୁ ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ

0

ଫୁଲବାଣୀ(Santosh Mishra) :  କନ୍ଧମାଳ ଜିଲ୍ଲାରେ ଥିବା ବିଭିନ୍ନ ଅଂଚଳର ସଂରକ୍ଷିତ ଜଙ୍ଗଲର ଶହଶହ ଏକର ଯାଗାରେ ବେଆଇନ ଗଞ୍ଜେଇ ଚାଷ ବେଧଡକ ଭାବରେ ଚାଲିଛି । ଦିର୍ଘଦିନ ଧରି ପୋଲିସ ଏବଂ ଅବକାରୀ ବିଭାଗ କାଟିଲେ ମଧ୍ୟ ସରିବାର ନା ନେଉନାହିଁ । ଆଜି ଫୁଲବାଣୀ ସଦରଥାନା ଅଂଚଳରେ ଥିବା ଜାମୁଝରୀ ପଂଚାୟତର ବିଭିନ୍ନ ଗ୍ରାମରେ ଥିବା ସଂରକ୍ଷିତ ଜଙ୍ଗଲ ଜମିରେ କରାଯାଇଥିବା ୧୯୫ ଏକର ଅଂଚଳରେ ଚାଷ କରାଯାଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଛି । ଏହି ଅଭିଯାନରେ ଏକଜିକୁ୍ୟଟିଭ୍ ମାଜିଷ୍ଟ୍ରେଟ୍ ଭାବରେ ଜିଲ୍ଲା ଆପତକାଳୀନ ଅଧିକାରୀ ପ୍ରଦୁ୍ୟମ୍ନ ମଣ୍ଡଳ ଯୋଗ ଦେଇଥିଲେ ।

ଫୁଲବାଣୀ ସଦରଥାନା ଅଧିକାରୀ ଆଦିତ୍ୟ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ଏବଂ ଅବକାରୀ ବିଭାଗର ଏସ.ଆଇ ସୁରେଶ ତାଣ୍ଡି ଏବଂ ଅନ୍ୟ ବିବାଗୀୟ କର୍ମଚାରୀଙ୍କୁ ନେଇ ବେଆଇନ ଗଞ୍ଜେଇ ଚାଷ ଗଛକୁ ନଷ୍ଟ କରିବା ପାଇଁ ଏକ ମିଳିତ ଅଭିଯାନ କରାଯାଇଥିଲା । ଫୁଲବାଣୀ ସଦରଥାନା ଅଂଚଳରେ ଥିବା ଜାମୁଝରୀ ପଂଚାୟତର କଟିତାରା,କାଲିଗାଡା,ମାଲାସାଡ୍ରା ଏବଂ ଜାମୁଝରୀ ଅଂଚଳରେ ଥିବା ସଂରକ୍ଷିତ ଜଙ୍ଗଲର ୧୯୫ ଏକର ଯାଗାରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ କାଟି ସେଠାରେ ନଷ୍ଟ କରାଯାଇଛି । ଆଜିର ଏହି ଅଭିଯାନରେ ୨ପ୍ଲାଟୁନ ଶସସ୍ତ୍ର ଜବାନ ମାନଙ୍କ ସମେତ ଶ୍ରମିକ ମାନେ ଯୋଗ ଦେଇଥିଲେ । ଫୁଲବାଣୀ ସଦରଥାନାରେ ଏହି ସଂକ୍ରାନ୍ତରେ ଏକ ମାମଲା ୧୧୫/୨୦୨୦ ରୁଜ୍ଜୁ କରାଯାଇଥିବା ଥାନା ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି ।

 

Nalco
Leave A Reply