Odisha news

ହୃଦଘାତରୁ ରକ୍ଷା କରିବାରେ ସାହାଯ୍ୟ କରେ ଗଙ୍ଗଶିଉଳି

0

ସୁଭେନ୍ଦ୍ର ପଟନାୟକ : ଆମ ଓଡ଼ିଆ ଘରର ବାଡ଼ି ବଗିଚାରେ ଗଙ୍ଗଶିଉଳି ଗଛ ଦେଖିବାକୁ ମିଳିଥାଏ l ଆୟୁର୍ବେଦରେ ଏହାକୁ ଏକ ଔଷଧୀୟ ଗଛଭାବରେ ଗଣନା କରାଯାଏ l ନିଜର ସୁଗନ୍ଧ ପାଇଁ ଗଙ୍ଗଶିଉଳି ଫୁଲ ସମସ୍ତଙ୍କ ପାଖରେ ଅତିପ୍ରିୟ ଅଟେ l ଶ୍ରୀମଦ ଭାଗବତ ଗୀତ ଓ ହରିବଂଶ ପୁରାଣରେ ଗଙ୍ଗଶିଉଳିକୁ ପରିଯତର ଆଖ୍ୟା ଦିଆଯାଇଛି l ପାରିଜାତ ଫୁଲ ରାତିରେ ତାର ସୁଗନ୍ଧ ଚାରିଆଡେ ବିଛୁରିତ କରିଥାଏ l ପରିଜାତକୁ ଯେପରି ପୌରାଣିକ ମତରେ ଗୋଟିଏ ରହସ୍ୟମୟୀ ଗଛ ଭାବରେ ଗଣନା କରାଯାଏ ସେହିପରି ଗଙ୍ଗଶିଉଳି ମଧ୍ୟ ଗୋଟିଏ ରହସ୍ୟମୟୀ l ଗଙ୍ଗଶିଉଳି ଉତ୍ପତି ଦକ୍ଷିଣ ଏସିଆ ମହାଦେଶରେ ହୋଇଥିଲା l ଏହା ମୁଖ୍ୟତଃ ଭାରତ ,ନେପାଳ,ପାକିସ୍ତାନ,ଶ୍ରୀଲଙ୍କା ଓ ଥାଇଲାଣ୍ଡ ପ୍ରଭୁତିରେ ଦେଖିବାକୁ  ମିଳେ l ଭାରତର ପଶ୍ଚିମବଙ୍ଗରେ ଗଙ୍ଗଶିଉଳିକୁ ରାଜକୀୟ ପୁଷ୍ପର ଆଖ୍ୟା ଦିଆଯାଇଛି l ଏହି ଫୁଲ ମା ଦୁର୍ଗା ଓ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରାଯାଏ  l

* ଅର୍ଶ ପାଇଁ ହିତକର-ଆଜିକାଲି ଅଧିକାଂଶ ଲୋକଙ୍କ ପାଖରେ ଅର୍ଶର ସମସ୍ୟା ଦେଖାଦେଉଛି l  ଗଙ୍ଗଶିଉଳି ଗଛର ମଞ୍ଜି ଅର୍ଶ ପାଇଁ ରାମବାଣ ବୋଲି ଆୟୁର୍ବେଦରେ କୁହାଯାଇଛି l ପ୍ରତିଦିନ ସକାଳୁ  ଗଙ୍ଗଶିଉଳି ମଞ୍ଜିକୁ ଛେଚି ଉଷୁମ ପାଣିରେ ଖାଇଲେ ଅର୍ଶରେ ଯନ୍ତ୍ରଣା ଠାରୁ ଆରାମ ମିଳିଥାଏ ,ଏହା ସହିତ ଗ୍ୟାସ ସମସ୍ୟରୂ ମଧ୍ୟ ଦୂରେଇରଖେ l

* ହୃଦରୋଗରୁ ଉପଚାର ମିଳେ – ଗଙ୍ଗଶିଉଳିର ସତେଜ ଫୁଲକୁ ଆମେ ରସକରୀ ମହୁ ସହିତ ଖାଇଲେ ରକ୍ତରୁ ଖରାପ କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୋଇଥଏ l ଯାହା ଦ୍ୱାରା ହୃଦଘାତ ଜନିତ ସମସ୍ୟା ଦେଖାଯାଏ ନାହିଁ l  ଗଙ୍ଗଶିଉଳି  ଫୁଲରରସ ଚର୍ବି କମାଇବାରେ ମଧ୍ୟ ସାହାଯ୍ୟ କରେ l

* ଜ୍ୱର ଭଲ କରିଥାଏ- ବେଳେବେଳେ ଅଧିକାଂଶ ଜ୍ୱର ଦୀର୍ଘଦିନ ପର୍ଯ୍ୟନ୍ତ ଯନ୍ତ୍ରଣା ଦେଇଥାଏ l ସେତକୀ ବେଳେ ଗଙ୍ଗଶିଉଳି ପତ୍ରର ରସକୁ ଯଦିଆମେ ଔଷଧ ଭାବରେ ଗ୍ରହଣ କରିବା ତେବେ ଏହି ପ୍ରକାରର ଜ୍ୱର ଦୂର ହେବ l  ଗଙ୍ଗଶିଉଳି ଗଛର ଛାଲି ୨ ଗ୍ରାମ ,  ୨ ଗ୍ରାମ  ଗଙ୍ଗଶିଉଳି ପତ୍ର ଓ ଦୁଇ ରୁ ତିନଟି ତୁଳସୀ ପତ୍ର ନିଅନ୍ତୁ ,ଏକ ଗ୍ଲାସ ପାଣିରେ ତାକୁ ଫୁଟାନ୍ତୁ ଓ ପ୍ରତେକ ଦିନ ସକାଳେ ଓ ସନ୍ଧ୍ୟାରେ ଏହାକୁ ପିଅନ୍ତୁ l ଏହାକୁ ପିଇବା ଦ୍ୱାରା ଜ୍ୱର ସମୟରେ ଦୁର୍ବଳ ଲାଗୁଥିଲେ ସେଥିରୁ ଆରମ ମିଳିବ l

* ଶୁଖିଲା କାଶ ପାଇଁ  ଗଙ୍ଗଶିଉଳି- ଗଙ୍ଗଶିଉଳି ଶୁଖିଲା କାଶ ,ଶ୍ୱାସ ଓ ବ୍ରୋଙ୍କାଇଟିସ ଦ୍ୱାରା ହେଉଥିବା ଯନ୍ତ୍ରଣାକୁ ଦୁରକରେ l ଶୁଖିଲା କାଶରୁ ଆରାମ ପାଇବା ପାଇଁ  ଗଙ୍ଗଶିଉଳିର ଶୁଖିଲା ପତ୍ର କିମ୍ବା ତାର ଛାଲର ଗୁଣ୍ଡକୁ ନେଇ ପାନପାତ୍ର ରସରେ ମିଶାଇ ପିଇଲେ ଶୁଖିଲା କାଶ ଠିକ ହୋଇଯିବ l ଏହାକୁ ଆମେ ଶ୍ୱାସରୋଗୀ ଓ ବ୍ରୋଙ୍କାଇଟିସ ରୋଗୀମାନଙ୍କ ପାଇଁ ମଧ୍ୟ ବ୍ୟବହାର କରି ପାରିବ l

* ତ୍ୱଚାପାଇଁ ଅମୃତ ଗଙ୍ଗଶିଉଳି- ଗଙ୍ଗଶିଉଳି ଏକ ଶକ୍ତିଶାଳୀ ଅଣ୍ଟିବ୍ୟାକ୍ଟେରିଆ ଓ ଆଣ୍ଟିଭାଇରସ ଜଡିବୁଟି ଅଟେ l ଏହା ବିଭିନ୍ନ ପ୍ରକାରର ଚର୍ମ ସମ୍ବଧୀୟ ସଂକ୍ରମଣରୁ ଦୂରକରିବା ପାଇଁ ବ୍ୟବହୃତ ହୁଏ l ଏହା କେବଳ ବ୍ୟାକ୍ଟେରିଆ ସହିତ ଲଢେଇ କରେନି ,ଭାଇରସକୁ ମଧ୍ୟ ଶରୀର ଠାରୁ ଦୁରାଇ ରଖେ l ଏଲର୍ଜୀ ହେଉଥିବା ବ୍ୟକ୍ତି ମାନେ  ଗଙ୍ଗଶିଉଳି ପତ୍ର ରସକୁ ନିଜ ଏଲର୍ଜୀ ସ୍ଥାନରେ ଲଗାଇ ଉପଶମ ପାଇପାରିବେ l  ଗଙ୍ଗଶିଉଳି ତେଲ ମୁହଁରେ ହୋଇଥିବା ଦାଗକୁଦୂର କରେ l

Nalco

Leave A Reply