ଶ୍ରାବଣ ମାସର ପ୍ରତ୍ୟେକ ଦିନ ଖୁବ ବିଶେଷ ଅଟେ l ଯେଭଳି ଶ୍ରାବଣମାସ ସୋମବାର ମହାଦେବଙ୍କୁ ଅର୍ପଣ, ସେହିଭଳି ଶ୍ରାବଣମାସ ଗୁରୁବାର ଦିନର ମଧ୍ୟ ବିଶେଷତ୍ୱ ରହିଛି l ବର୍ତମାନ ଭଗବାନ ବିଷ୍ନୁ ଯୋଗନିଦ୍ରା ରେ ଅଛନ୍ତି ତେଣୁ ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କୁ ବିଶେଷ ଭାବରେ ପୂଜା କରାଯାଇ ଥାଏ l
* ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ସାଧାରଣ ଭାବରେ ଆମେ ଅନ୍ୟଦିନ ପୂଜା କରିଥାଉ କିନ୍ତୁ ଶ୍ରବଣ ମାସ ଗୁରୁବାର ରେ ମାତା ଲକ୍ଷ୍ମୀଙ୍କୁ ହଳଦୀରେ ସ୍ନାନ କରାଯିବା ଦ୍ୱାରା ଜିବନର ବିଘ୍ନ ଦୂର ହୋଇଥାଏ l ଲକ୍ଷ୍ମୀ ଙ୍କ ସହିତ ଅଗ୍ର ଦେବତା ଗଣେଶ ଙ୍କୁ ମଧ୍ୟ ବିଶେଷ ପୂଜା କରାଯାଏ l
* ଏହିଦିନ ଲକ୍ଷ୍ମୀଙ୍କ ନିକଟରେ ବରକୋଳି ପତ୍ର ଓ ଗଣେଶ ଙ୍କ ନିକଟରେ ଦୁବ ଅର୍ପଣ କରିବାର ବିଶେଷ ବିଧି ରହିଥାଏ l ଏହିଦିନ ଗଙ୍ଗାଜଳ ରେ ଦୁବ ଓ ବରକୋଳି ପତ୍ରକୁ ଧୋଇ ଅର୍ପଣ କରିବା ଦ୍ୱାରା ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଉନ୍ନତି ହୋଇଥାଏ l
* ଶ୍ରବଣ ଗୁରୁବାର ଦିନ ଯଦି ଆପଣ ୧୧ ଥର ଲକ୍ଷ୍ମୀ ଓ ଗଣପତି ଙ୍କ ସ୍ତୋତ୍ର ପାଠ କରିବେ ତେବେ ଋଣଭାର ରୁ ମୁକ୍ତ ମିଳିବ l ଏହାଛଡା ଜୀବନ ର ସମସ୍ତ କଷ୍ଟ ଦୂର ହେବ l
* ଏହିଦିନ ଲକ୍ଷ୍ମୀ ଓ ଗଣେଶଙ୍କୁ ସିନ୍ଦୁର ଅର୍ପଣ କଲେ ମଙ୍ଗଳ ଦୋଷ ଦୂର ହୋଇଥାଏ l ଏହାଛଡା ଜୀବନରେ ସକାରାତ୍ମକ ଉର୍ଜା ଆସିଥାଏ l
* ଶ୍ରାବଣମାସ ଗୁରୁବାର ଦିନ ଗୋଟିଏ ହଳଦିଆ କପଡା ରେ କିଛି ଖଣ୍ଡ ହଳଦୀ ବାନ୍ଧି ଦିଅନ୍ତୁ ଓ ଏହାକୁ ଲକ୍ଷ୍ମୀ ଓ ଗଣେଶଙ୍କୁ ସ୍ମରଣ କରି ଜଳରେ ପ୍ରବାହିତ କରି ଦିଅନ୍ତୁ l ଘରୁ ସମସ୍ତ ନକାରାତ୍ମକ ପ୍ରଭାବ ଦୂର ହେବ l
