Odisha news

ଧାରା ପୃଷ୍ଠକୁ ବିରାଜ ମାନହେଲେ ବିଘ୍ନହର୍ତା

0
ଭାରତ ଗୋଟିଏ ଏଭଳି ଦେଶ ଯାହାର ପର୍ବପର୍ବାଣି କୁ ନେଇ ଏହାର ଚର୍ଚ୍ଚା ସାରା ବିଶ୍ୱରେ ରହିଛି l ବିଭିନ୍ନ ସଂସ୍କୃତି, ଜାତି, ଧର୍ମ ର ସମଷ୍ଟି ରେ ଭାରତ ଦେଶର ନିର୍ମାଣ l ଏଭଳି ଦେଶ ହୁଏତ ସାରା ବିଶ୍ୱରେ ବିରଳ l ଏଭଳି ସଙ୍ଗମ କେବଳ ଭାରତରେ ସମ୍ଭବ l ଯେତେ ଗୁଡିଏ ପର୍ବ ଭାରତ ବର୍ଷରେ ରହିଛି ସେଥି ମଧ୍ୟରୁ ଗୋଟିଏ ହେଉଛି ଗଣେଶ ଚତୁର୍ଥୀ l
ଏହି ପର୍ବଟିକୁ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିରେ ପାଳିତ ହୋଇଥାଏ l ଗଣେଶ ପୂଜା ସାରା ଭାରତରେ ପାଳିତ ହୋଇଥିଲେ ମଧ୍ୟ ପଶ୍ଚିମ ଭାରତ ବିଶେଷ ଭାବରେ ମୁମ୍ବାଇ ରେ ଏହି ପର୍ବକୁ ୧୧ ଦିନ ଧରି ପାଳନ କରାଯାଇ ଥାଏ l ପୌରାଣିକ ମାନ୍ୟତା ଅନୁସାରେ ଗଣେଶ ଚତୁର୍ଥୀ ଦିନ ଅଗ୍ର ପୂଜ୍ୟ ଗଜାନନ ଙ୍କର ଜନ୍ମ ଉତ୍ସବ l
ଭାରତୀୟ ପରମ୍ପରା ଅନୁସାରେ ଗଣପତିଙ୍କୁ ସବୁ ଦେବତାଙ୍କ ପୂର୍ବରୁ ପ୍ରଥମେ ପୂଜନ କରାଯାଇ ଥାଏ l ପାର୍ବତୀଙ୍କ ମାନସ ନନ୍ଦନ ଗଣପତି ଙ୍କ ମୁଣ୍ଡ ସ୍କନ୍ଦଚ୍ଯୁତ ହେବା ପରେ ମହାଦେବ ଗଣପତି ଙ୍କୁ ଆଶୀର୍ବାଦ ଦେଇ କହିଥିଲେ ଯେ ଯେବେବି ପୃଥିବୀ ଉପରେ କୌଣସି ଶୁଭ କାର୍ଯ୍ୟର ଆରମ୍ଭ ହେବ ଏହାର ପ୍ରଥମ ପୂଜା ଗଣପତି ଙ୍କୁ ଅର୍ପଣ କରାଯିବ । ସେଥି ପାଇଁ ଗଣପତି ଙ୍କୁ ଅଗ୍ରପୂଜ୍ୟ କୁହାଯାଏ । ଗଣେଶଙ୍କ ଆରାଧନା କରୁଥିବା ବ୍ୟକ୍ତିର ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହେବ । ମାନ୍ୟତା ରହିଛି ଯେ ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ରମା ଙ୍କ ଦର୍ଶନ କରିବା ଖୁବ୍ ଶୁଭ ଅଟେ ।
ଆମ ଭାରତର ପ୍ରତ୍ୟେକ ରାଜ୍ୟରେ ଉତ୍ସାହ ର ସହିତ ଗଣେଶ ପୂଜା କରାଯାଏ, ଆଜିକାଲି ବିଦେଶ ରେ ବସବାସ କରିଥିବା ଭାରତୀୟ ମାନେ ମଧ୍ୟ ଗଣେଶ ପୂଜା ପାଳନ କରୁଛନ୍ତି । ଗଣେଶ ଚତୁର୍ଥୀ ଦିନ ବିଦ୍ୟାଳୟ, ମହା ବିଦ୍ୟାଳୟ , କାର୍ଯ୍ୟାଳୟ , ବ୍ୟବସାୟ ପ୍ରତିଷ୍ଠାନ ଓ ବିଭିନ୍ନ ସଂଗଠନ ରେ ଆଜିକାଲି ଗଣେଶ ପୂଜା ପାଳିତ ହୋଇଥାଏ । ଏହିଦିନ ସମସ୍ତେ ନୂଆ ପୋଷାକ ପିନ୍ଧି ଗଣ ପତିଙ୍କ ନିକଟରେ ପୁଷ୍ପାଞ୍ଜଳି ଅର୍ପଣ କରି ବିଧିବଦ୍ଧ ଭାବରେ ପୂଜା କରି ଥାଆନ୍ତି । ଗଣପତି ଏହି ଦିନ ନିଜର ୨ପତ୍ନୀ ରିଧି ସିଦ୍ଧି , ୨ପୁତ୍ର ଶୁଭ ଓ ଲାଭ ଙ୍କ ସହିତ ସମସ୍ତ ପରିବାର ଉପରେ କୃପା ବୃଷ୍ଟି କରିବାକୁ ପଦାର୍ପଣ କରନ୍ତି ।
Nalco
Leave A Reply