ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତ୍ୟେକ ମାସ ଶୁକ୍ଳ ଓ କୃଷ୍ଣ ପକ୍ଷର ଚତୁର୍ଥୀ ତିଥି କୁ ସଙ୍କଟ ଚତୁର୍ଥୀ ବ୍ରତ ଭାବରେ ପାଳନ କରାଯାଇଥାଏ, ଏହିଦିନ ଭଗବାନ ଗଣେଶ ଓ ଚନ୍ଦ୍ରମା ଙ୍କୁ ପୂଜା କରାଯାଇଥାଏ l ଏହିଦିନ ମାତା ମାନେ ନିଜ ସନ୍ତାନ ପାଇଁ ଦୀର୍ଘାୟୁ କାମନା କରି ପୂଜା କରିଥାଆନ୍ତି l ଏହିଦିନ ଟି ବିଶେଷ ଭାବରେ ଗଣପତି ଙ୍କୁ ପୂଜା କରାଯାଇଥାଏ l
ଜ୍ୟେଷ୍ଠ ମାସରେ ସଙ୍କଟ ଚତୁର୍ଥୀ ଗଣପତି ଙ୍କୁ ପୂଜା କରିବାର ଲାଭ –
ଜ୍ୟେଷ୍ଠ ମାସ ର ସଙ୍କଟ ଚତୁର୍ଥୀ ବ୍ରତ ମଇ ମାସ ୧୬ ତାରିଖରେ ପାଳିତ ହେଉଛି, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହିଦିନ ଗଣପତି ଙ୍କୁ ପୂଜା କରିବା ସମୟ ରେ ଦୁବ ନିହାତି ଅର୍ପଣ କରନ୍ତୁ , ଏବଂ ଗଣପତିଙ୍କୁ ହଳଦିଆ ବସ୍ତ୍ର ଅର୍ପଣ କରିବା ଦ୍ୱାରା ସନ୍ତାନ ମାନଙ୍କ ଜୀବନ ରେ ସମୃଦ୍ଧି ର ଆଗମନ ହୋଇଥାଏ l
ପୂଜା ବିଧି –
ଆଜିର ଦିନରେ ଗଣପତି ଙ୍କ ନିକଟରେ ଗଙ୍ଗାଜଳ ରେ ସ୍ନାନ କରାଇ ପୂଜା ଅର୍ପଣ କରନ୍ତୁ, ଏବଂ ଓଁ ଗଣପତୟେ ନମଃ ମନ୍ତ୍ର ୧୦୮ ଥର ପାଠ କରନ୍ତୁ, ଏହାଦ୍ୱାରା ଗୃହ କ୍ଳେଶ ଦୂର ହେବ ଏବଂ ସୁଖ ସମୃଦ୍ଧି ର ଆଗମନ ହେବ l ଗଣପତି ଙ୍କୁ ତିଳକ ଭାବରେ ଚନ୍ଦନ, ହଳଦୀ ଓ ସିନ୍ଦୁର ଅର୍ପଣ କରନ୍ତୁ l ଏହାଛଡା କଳସ ଟିଏ ବସାଇ ସେଥିରେ ପଇତା ,ରାକ୍ଷାସୁତ୍ର, ପଇଡ଼ ଅର୍ପଣ କରି ପୂଜା ଆରମ୍ଭ କରନ୍ତୁ l ଏମିତିରେ ଦେଖିବାକୁ ଗଲେ ଆଜିର ଦିନରେ ଗଣପତି ଙ୍କୁ ୫ଟି ଗୋଟା ପାନ ଓ ୫ଟି ଗୋଟା ଗୁଆ ଅର୍ପଣ କରିବା ର ବିଧି ରହିଛି l ଏବଂ ନାଲି ମନ୍ଦାର ଫୁଲ ଗଣପତିଙ୍କୁ ଅର୍ପଣ କରିବା ଦ୍ୱାରା ସମସ୍ତ ସଙ୍କଟ ଦୂର ହୋଇଥାଏ l
ଏକଦନ୍ତ ସଙ୍କସ୍ଟି ବ୍ରତର ମହତ୍ୱ –
ପୌରାଣିକ କଥା ଅନୁସାରେ ଭଗବାନ ପର୍ଶୁରାମ ନିଜ ପର୍ଶୁ ଦ୍ୱାରା ଗଣପତି ଙ୍କ ଉପରେ ପ୍ରହାର କରିଥିଲେ, ଯାହାଦ୍ୱାରା ତାଙ୍କର ଗୋଟିଏ ଦାନ୍ତ ଭାଙ୍ଗିଗଲା, ସେଥିପାଇଁ ଗଣପତି ଙ୍କୁ ଏକଦନ୍ତ କୁହାଯାଏ l ଏକଦନ୍ତ ଗଣପତି ଙ୍କ ନିକଟରେ ବ୍ରତ ରଖି ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ ଦୂର ହୁଏ l