ଅନେକ ସମୟରେ ଏଭଳି ହୋଇଥାଏ ଯେତେବେଳେ ଆପଣ ଘର ବାହାରେ ରହି ଥାଆନ୍ତି , ସେତେବେଳେ ଆପଣଙ୍କ ମନ ସଂପୂର୍ଣ୍ଣ ଶାନ୍ତ ରହିଥାଏ ଓ ବ୍ୟବହାର ମଧ୍ୟ ଠିକ୍ ରହିଥାଏ । କିନ୍ତୁ ଯେତେବେଳେ ଘର ଭିତରକୁ ପ୍ରବେଶ କରନ୍ତି ମନ ଅଶାନ୍ତ ହେବା ସହିତ ବିଚଳିତ ଲାଗିଥାଏ । ଏହାଛଡା ମାନସିକ ଚାପ ମଧ୍ୟ ବୃଦ୍ଧି ହୋଇଥାଏ । ଘରର ବାତାବରଣ ମଧ୍ୟ ନକାରାତ୍ମକ ଶକ୍ତି ରେ ଭରି ଗଲା ଭଳି ଲାଗିଥାଏ । ଏପରି ପରିସ୍ଥିତିରେ କିଛିଟା କଥାକୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ ।
