Odisha news

ବୁଧବାର ଦିନ ଘରର ଏହି ଦିଗରେ ସ୍ଥାପନା କରନ୍ତୁ ଗଣପତିଙ୍କ ମୂର୍ତି, ହେବ ଭାଗ୍ୟର ଉଦୟ ଓ ଦୂରହେବ ଦରିଦ୍ରତା

0

ବିଘ୍ନ ହରତା ଗଣେଶଙ୍କ ପୂଜା ସର୍ବପ୍ରଥମେ କରାଯାଇ ଥାଏ l ହିନ୍ଦୁ ଧର୍ମରେ ଅଗ୍ର ପୂଜ୍ୟ ଦେବତା ଭାବରେ ଗଣପତିଙ୍କୁ ସବୁଠୁ ପ୍ରଥମେ ଆରାଧନା କରାଯାଏ l ବୁଧବାର ଦିନଟି ଗଣପତିଙ୍କ ର ଖୁବ ପ୍ରିୟ l ଯଦି ଏହିଦିନ ଆମେ ତାଙ୍କୁ ଠିକ ସ୍ଥାନରେ ସ୍ଥାପନ କରି ପୂଜା କରି ପରିବା ତେବେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ l ଆସନ୍ତୁ ଜାଣିବା କେଉଁ ସ୍ଥାନରେ ଗଣପତିଙ୍କୁ ସ୍ଥାପନ କରିବା ଶୁଭପ୍ରଦ ଅଟେ l

– ଯଦି ଆପଣ ବୁଧବାର ଦିନ ଘରେ ଗଣପତିଙ୍କ ମୂର୍ତି ସ୍ଥାପନା କରୁଛନ୍ତି ତେବେ ଉତ୍ତର ପୂର୍ବ ଦିଗଟି ଖୁବ ଶୁଭ ଅଟେ l ଏହାଦ୍ୱାରା ଘରକୁ ସୁଖସମୃଦ୍ଧି ଆସିଥାଏ ଏବଂ ଦରିଦ୍ରତା ନାଶ ହୋଇଥାଏ l

– ଘରର ଦକ୍ଷିଣ ଦିଗରେ କଦାପି ଗଣପତିଙ୍କୁ ସ୍ଥାପନା କରିବା ଉଚିତ ନୁହେଁ ଏହାଦ୍ୱାରା ଜୀବନରେ କ୍ଳେଶ ଓ ଚିନ୍ତା ବୃଦ୍ଧି ପାଇଥାଏ l ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିଗରେ ଯଦି ଗଣେଶ ମୂର୍ତି ସ୍ଥାପନା କରୁଛନ୍ତି ତେବେ ଉକ୍ତ ଗଣପତିଙ୍କୁ ଶୁଣ୍ଢ ଦକ୍ଷିଣ ଦିଗକୁ ରହିବା ଅବାଶ୍ୟକ l

– ଗଣପତିଙ୍କ ମୂର୍ତି କୌଣସି ଧାତୁର ହେବା ଖୁବ ଭଲ l ତେଣୁ ଯେବେବି ଆପଣ ଘରେ ଗଣପତି ସ୍ଥାପନା କରୁଛନ୍ତି ତେବେ ଠିଆ ହୋଇଥିବା ଗଣେଶ ପରିବର୍ତେ ବସିଥିବା ଗଣେଶ ସ୍ଥାପନା କରନ୍ତୁ l ଏହାଦ୍ୱାରା ଜୀବନରେ କୁଶଳ ମଙ୍ଗଳ ରହିବ l

– ଗଣପତିଙ୍କୁ ନାଲି କପଡା ଉପରେ ବସାଇବା ଉଚିତ, ପ୍ରତି ବୁଧବାର ଦିନ ତାଙ୍କ ନିକଟରେ ଦୁବଘାସ ନିହାତି ଅର୍ପଣ କରିବା ନିହାତି ଜରୁରୀ l ଏହାଦ୍ୱାରା ଘରର ସମସ୍ତ ବିଘ୍ନ ଖଣ୍ଡନ ହୋଇଥାଏ l

– ପ୍ରତି ବୁଧବାର ଦିନ ଗଣପତିଙ୍କ ନିକଟରେ ଯେ କୌଣସି ମିଠା ପ୍ରସାଦ ଅର୍ପଣ ସହ ଗୋଟିଏ ନଡ଼ିଆ ଅର୍ପଣ କରନ୍ତୁ l ଏହାଦ୍ୱାରା ଜୀବନରେ ଶାନ୍ତି ରହିବ ଓ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବେ l

Leave A Reply

Your email address will not be published.