ଉକ୍ରଳାନନ୍ଦ ଅଜୟ କୁମାର ବେହେରା : ଆରମ୍ଭକୁ ଅନେକ ଶ୍ରୀଗଣେଶ କହନ୍ତି । ଅଗ୍ରପୂଜ୍ୟ ଦେବ ରୂପରେ ତାଙ୍କର ଆବାହନ । ସେ ଦ୍ୱିମାତୁର ମାନବ ରୂପରେ ଏକମାତା ପାର୍ବତୀ, ପର୍ବତ ରାଜନନ୍ଦିନୀ ଓ ପଶୁହାତିର ଅଙ୍ଗ, ଯୋଡ଼ାଇରେ ତାଙ୍କର ଅଙ୍ଗ ସମୃଦ୍ଧ ଭାବିଲେ ଆଶ୍ଚର୍ଯ୍ୟ ନିଶ୍ଚେ ଲାଗିବ ହାତିର ଚର୍ବଣ ଭକ୍ଷଣ ମାନବ ପରି ଶରୀରରେ କେମିତି ହଜମ ହେଉଛି । ହୁଏତ ଦେବ ମହିମାରୁ ଆଖୁରସରୁ ବାହାରିଥିବା ଗୁଡ଼ଖଣ୍ଡସାରୀ ଚିନି ମହଣମହଣ ଶସ୍ୟଗୁଣ୍ଡରୁ ଲଡୁ ପ୍ରସ୍ତୁତ ତାଙ୍କର ଭୋଜନ ଉତ୍ସ । ଏକ ପ୍ରବଳ ମିଶ୍ରଣ ଶକ୍ତିରେ ତାଙ୍କର ଦେହ ଓ ମହିମା, ମାନବ, ପଶୁ ଦେବତାର ମିଶ୍ରଣକୁ ପଞ୍ଚମହାଭୂତର ସବୁ ପ୍ରତିନିଧି ତାଙ୍କ ସମ୍ବନ୍ଧ ।
ଦିଗଗଜ ମାନେ ତାଙ୍କ ନିତ୍ୟ ବନ୍ଦନ କରୁଛନ୍ତି । ଏପରି ଜ୍ଞାନୀ ବ୍ରହ୍ମଣ୍ଡରେ କେବେ ଜନ୍ମ ହେବେ ନାହିଁ । ଗଜମ ଗଜର ଅଧିକାରୀ ହୋଇ କେତେ ଶାସ୍ତ୍ରର ସିଦ୍ଧିରିଦ୍ଧି ତାଙ୍କର ହାସଲ ଅନେକ ଅସ୍ତ୍ର ଦେବତା ଅଧିକାରୀ ବେଳେ, ଶିବ ନନ୍ଦନଙ୍କର ବା ଶକ୍ତିପୁତ୍ରଙ୍କର ପାଶ ଓ ଅଙ୍କୁଶ କେମିତି ବଛା ବଛା ଅଧିକାର ମିଳିଲା ଏକଥା ଆହୁରି ଆଶ୍ଚର୍ଯ୍ୟ ।
ପାଶକୁ ଫାଶ କୁହାଯାଏ । ଶିବାରୀମାନେ ଜୀବନ୍ତ ପଶୁ ପକ୍ଷୀଙ୍କୁ ଫାଶରେ ଧରନ୍ତି । ଅଠା କାଣ୍ଡିଆର ଛଡ଼ ଦୁଇଟି ଅଲଗା ଅଲଗା ଫାଙ୍କ କରି ଚଢ଼େଇର ଦୁଇ ପରକୁ ଋଦ୍ଧ କରି ନଳୁଆ ଚଢ଼େଇଆ ଚଢ଼େଇ ଧରନ୍ତି । ଜଙ୍ଗଲରେ ଅନେକ ପଶୁ ପକ୍ଷୀଙ୍କୁ ଫାଶରେ ଧରାଯାଏ । ସେହିପରି ଦୃଶ୍ୟ ଫାଶ ପରି ଅଦୃଶ୍ୟ ଫାଶ ଧନ୍ଦା ଅଛି । ଚାଟୁବାକ୍ୟ, ନିରୀହଙ୍କୁ, କଷ୍ଟଭୋଗୁଥାଇ ନିବରଣ ଚିନ୍ତକଙ୍କୁ ପଦବୀଧାରୀଙ୍କ ଆଦେଶ ଆଶାକରି ଅନେକ ନିଉନ ନେହୁନ ହେଉଥିବା ବ୍ୟକ୍ତିଙ୍କୁ ଯୌତୁକ ପ୍ରାପ୍ତି ଆଳରେ କନ୍ୟାର ପିତା ପରିଜନଙ୍କୁ ସାନ୍ତ୍ୱନା ଦେଇ ଛଳନାକାରୀମାନେ ହୋଟେଲରେ ସେବା ଦେବା ଆଳରେ ସେବାପ୍ରାପ୍ତ ପକେଟ ଖାଲିକାରୀମାନେ ଚିକିତ୍ସା ଆଳରେ ରୋଗୀକୁ ବୃଥା ପରୀକ୍ଷା, ଔଷଧାଦି ବ୍ୟବସ୍ଥା କରୁଥିବା ଚିକିତ୍ସକମାନେ ବିଦ୍ୟାଆୟତନ ଖୋଲି ଛାତ୍ରଛାତ୍ରୀଙ୍କୁ ମଣିଷ କରାଇବା ଦ୍ୱାହିରେ ଅର୍ଥ ସଂଗ୍ରହକାରୀମାନେ ଭୋଟ ବେଳେ ଭୋଟରଙ୍କୁ କିଛି ଆଶା ଦେଖାଇ ଭୋଟ ହାସଲ କରିବା ବ୍ୟକ୍ତି ଓ ତାଙ୍କ ଅନୁଚର ଏମିତି ଅଦୃଶ୍ୟ ଫାଶ ପକାନ୍ତି ।
ଏସବୁ ଫାଶର ମହାଫାଶଧାରୀ ଶ୍ରୀଗଣେଶ । ଛୋଟ ଫାଶ ପ୍ରୟୋଗକାରୀ ଏହି ମହାଫାଶଧାରୀ, ପୋଲିସ, ସିବିଆଇ, ଇନ୍କମ ଟ୍ୟାକ୍ସ, ଇଡ଼ି ଭିଜିଲାନ୍ସ ଫାଶକୁ ଆସିପାରନ୍ତି । ସମସ୍ତଙ୍କୁ ଦେବତା ରକ୍ଷା କରନ୍ତି ଦଣ୍ଡ ବି ଦେଇପାରନ୍ତି ଯେମିତି ପ୍ରଶାସନ ରକ୍ଷା କରନ୍ତି ପୁଣି ପ୍ରଶାସନର ବିରୁଦ୍ଧାଚାରୀ ପ୍ରଶାସନର ଦଣ୍ଡରେ ବି ଆସନ୍ତି । ଅତଏବ ଏତ ମହାଗଣପତି ସବୁ ପ୍ରଶାସନର ଉପରକର୍ତ୍ତା ଯୋଗୁ ତାଙ୍କର ଚକ୍ଷୁ ତ୍ରାଟକ ସଦୃଶ ରହି ସବୁଦେଖି ପାରୁଛନ୍ତି ।
ଅଙ୍କୁଶ ଏକ ବାଙ୍କୁଡ଼ି ଲୁହା ଯହିଁରେ ଅଗ୍ର ଦୀର୍ଘଇକାର ସ୍ୱରୂପ ନିମ୍ନ ସୂତୀକ୍ଷ୍ମଣ । ଏପରି ଅସ୍ତ୍ରରେ ହାତପରି ଜୀବକୁ ମାହୁନ୍ତ ଆୟତ କରି ସ୍ୱଉଦେ୍ଦଶ୍ୟ ସିଦ୍ଧ କରେ । ଗଜମସ୍ତିଷ୍କର କୁମ୍ଭର ନରମ ସ୍ପର୍ଶ ଅଂଶରେ ଏହି ତୀକ୍ଷ୍ମମୂନ ଶକ୍ତିଶାଳୀ ଜୀବଟିକୁ ବ୍ୟତିବ୍ୟସ୍ତ କରେ । ସିଂହପରି ଦନ୍ତ ଓ ନଖ ଆକ୍ରମଣକାରୀ ଜୀବ ହାତିର ଏହି ଅଙ୍ଗକୁ ଲକ୍ଷ୍ୟ କରି ଝାମ୍ପମାରି ହାତିଟିକୁ ବିଦାରଣ କରି ମାରିପକାଏ । ଅଙ୍କୁଶ ତ ଆଙ୍କୁଡ଼ି । ଯେଉଁ ସମୟ ବା ଘଟଣା ବା ଭାସିଯାଉଥିବା ଦ୍ରବ୍ୟ ବା ନଗ୍ନ ତାରରେ ବିଦୁ୍ୟତ୍ ସ୍ରୋତର ଫେଜଟି ଯାଉଥିଲେ, ଏଇ ହୁକ୍ ବା ଆଙ୍କୁଡ଼ି ବା ଅରଟୀ ଲୋକ ପକାଇ ଧରନ୍ତି । ସମୟକୁ ଲୋକେ ବୃତ୍ତି, ପରିଶ୍ରମରେ ବିଦ୍ୟାର୍ଜନରେ, ବୁଦ୍ଧି ପରିଚାଳନାରେ ବାଣିଜ୍ୟରେ ଲଗାନ୍ତି ଏହା ବି ଅଙ୍କୁଶ ପ୍ରୟୋଗ । ଯେକୌଣସି ବିଜ୍ଞାପନ ଦେଖନ୍ତୁ ସେଥିରେ ଫାଶ ଅଛି ଅଙ୍କୁଶ ବି ଲାଗିଛି । କୌଣସି ଚୁକ୍ତିରେ ଫାଶ ଅଛି ଅଙ୍କୁଶ ଅଛି ।
କୌଣସି ଋଣ ଚୁକ୍ତି ଦ୍ରବ୍ୟକ୍ରୟ ଉପରେ ଏକ ତରକା ଚିହ୍ନରେ ସର୍ବନିମ୍ନରେ ଲେଖାଥାଏ କଣ୍ଡିସନ । ଏସବୁ ଅଙ୍କୁଶ । ଚାକିରୀ ପାଇଁ ଫାଶ ଅଛି ଅଙ୍କୁଶ ଅଛି । ସାମାଜିକ ଚଳନୀ ଧାର୍ମିକ ପରମ୍ପରାରେ ଫାଶ ଅଛି ଅଙ୍କୁଶ ଅଛି ଅନେକ ଚିନ୍ତନ କଲେ ଧରାପଡ଼େ । କୌଣସି ମାନବୀୟ ଚରିତ୍ର ସ୍ୱାର୍ଥନ୍ୱେଷୀ ଅର୍ଥ ଫାଏଦା ପାଇଁ ସଦା ଚେଷ୍ଟିତ ଏପାଇଁ ଫାଶ ଅଙ୍କୁଶ ସ୍ତର ମନକୁ ଆସିଥାଏ । ଏଥିରେ ଅଙ୍କୁଶ ଆଘାତରେ କଳାମୁହଁ ଭାବନା ଯେତେବେଳେ ଆସେ ଏଇ ଅଦୃଶ୍ୟ ଅଙ୍କୁଶ ଧାରୀର ଯେ କୋପ ଏକଥା ସେ ଜାଣିପାରନ୍ତି ନାହିଁ । ଦେବଅସ୍ତ୍ର ରକ୍ଷା ପାଇଁ ଉଦ୍ଦିଷ୍ଟ ତାକୁ ଅନ୍ୟକୁ ସାହାଯ୍ୟରେ ଲଗାଇଲେ ଦେବ ଅସ୍ତ୍ର ନିଜର ବିପଦ ବେଳେ ଅବଶ୍ୟ ସହାୟକ ହେବେ ।
ଶ୍ରୀଗଣେଶଙ୍କ ପ୍ରତିନିଧି ରାଜପୁରୁଷ ବିଦ୍ୟାୟତନର ଶିକ୍ଷକ, ପ୍ରଫେସର, ଲେକଚର, ହଡମାଷ୍ଟର, ପ୍ରିନ୍ସପାଲ, ପ୍ରଶାସନରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଏମ୍ଏଲଏ, ଏମ୍ପି, ରାଷ୍ଟ୍ରପତି, ରାଜ୍ୟପାଳ ସମସ୍ତ ଆଇଏଏସ୍, ଓଏଏସ୍, ଆଇପିଏସ୍, ଓପିଏସ୍ ପରି କର୍ତ୍ତାବାବୁମାନେ ବିଚାରପତି, ଖୋଦ ଧର୍ମବତାର ଅର୍ଥ ଶ୍ରୀଗଣେଶ । ସବୁ ବିଭାଗୀୟ କର୍ତ୍ତା ଗୃହର ମୁଖ୍ୟ ଏମାନେ ଶ୍ରୀଗଣେଶ, କଳାପ୍ରାପ୍ତ ଏମାନଙ୍କର ଶୁଦ୍ଧତା ରହିଲେ ଶ୍ରୀଗଣେଶ ତାଙ୍କୁ ସହାୟକ ହୁଅନ୍ତି । ଏମାନଙ୍କୁ ସେମାନଙ୍କ କର୍ତ୍ତବ୍ୟବୋଧ ବାତ୍ସରିକ ଭୁଲ ସୁଧାର ପାଇଁ ଏଇ ଶ୍ରୀଗଣେଶ ପୂଜାର ଆୟୋଜନ ଛାତ୍ର ମାନଙ୍କର ଶ୍ରୀଗଣେଶ ଆଦର୍ଶରେ ପାଠ ପଢ଼ାରେ ଋଦ୍ଧି ସିଦ୍ଧିମିକୁ ଏପାଇଁ ସଂକଳ୍ପ ପୂଜା ।
ଗୁଡ଼ିଆଙ୍କ ସେ ଇଷ୍ଟ (ମୋଦକ) ଲଡ଼ୁ ପ୍ରଥମ ମିଠା ଯେ ପ୍ରସ୍ତୁତ କରି ଶ୍ରୀଗଣେଶଙ୍କୁ ଭୋଗ ଲଗାଇ ତାଙ୍କ ଶିଶୁ କନ୍ଦଣାରୁ ନିବୃତ୍ତ କରିଥିଲେ । ବଂଶାନୁକ୍ରମେ ଏଇ ଜାତିର ପାଟକର ବା ଏପରି ବୃତ୍ତିଧାରୀମାନେ ମିଠା ପ୍ରସ୍ତୁତ କରି ବାଣିଜ୍ୟ କରି ଆସୁଛନ୍ତି । ପୂର୍ବେ ଗୁଡ଼ରେ ମିଠାଲଡ଼ୁ ହେଉଥିଲା ମୁଅାଁ ବୁନ୍ଦିଲଡ଼ୁ ଖସା ଲଡ଼ୁ, ବୁଟଲଡ଼ୁ ଇତ୍ୟାଦି ଏପାଇଁ ତାଙ୍କୁ ଗୁଡ଼ିଆ କୁହାଯାଏ ଓ ଅନ୍ୟ ରାଜ୍ୟରେ ସେମାନେ ମୋଦକରେ ପରିଚିତ ବି ହୁଅନ୍ତି । ଉତ୍ତମ ଶୁଦ୍ଧ ସ୍ୱାସ୍ଥ୍ୟକର ଖାଦ୍ୟ ମିଠା ପ୍ରସ୍ତୁତ କରି ବୃତ୍ତି ବଞ୍ଚାଇବା ସହିତ ଲୋକଙ୍କୁ ଉତ୍ତମ ସେବା ଦେବା ସହିତ ପିଲାଙ୍କ ମନତୋଷ କରି ଆକର୍ଷଣ ପାଇଁ ଏହି ପୂଜା ସଂକଳ୍ପର ପୂଜା ।
ରିକ୍ତା ତିଥିରେ ଚତୁର୍ଥୀ, ନବମୀ, ୧୪ଶୀ ତିଥି ଆସେ । ପ୍ରଥମରିକ୍ତା ୪ର୍ଥୀ, ରିକ୍ତାଅର୍ଥ ପରିତ୍ୟେଜ ବା ଶୂନ୍ୟଫଳ, ହେଲେ ଗଣେଶ ରିକ୍ତାକୁ ବର ଦେଇଛନ୍ତି ବର୍ଷକ ବାରମାସର ୨୪ଟି ଚତୁର୍ଥୀ, ବିନାୟକ ଚତୁର୍ଥୀ ରୂପେ ପାଳନ ହୋଇଥାଏ । ଏକମାତ୍ର ଭାଦ୍ରବ ଶୁକ୍ଳ ଚତୁର୍ଥୀ ଶ୍ରୀଗଣେଶ ଜନ୍ମଦିନ ରୂପେ ପାଳିତ କରାଯାଇ ରିକ୍ତାକୁ ଫଳବାନ କରାଯାଉଛି । ଗଣେଶ ଖଡ଼ି କହିଲେ ଶିଶୁର ୪/୪/୪ ଦିନରେ ଯେଉଁ ଖଡ଼ି ଛୁଅାଁ ଯାଏ ସେଥିରେ ପ୍ରଥମ ଲିଖନ ଶ୍ରୀ ସିଦ୍ଧିରସ୍ତୁ ଓ ପରେ ପରେ ତିନିଟି ମୁଣ୍ଡଳୀ ଶୂନ ଲେଖନୀରୁ ବିଦ୍ୟାରମ୍ଭ ଏହାପରେ ଅନ୍ୟ ଭାଷା ଆସିଥାଏ । ଏଥର ଏଇ ଶୂନ୍ୟ ତିଥିର ଶୂନ୍ୟାରମ୍ଭ ଦିଅଁଙ୍କ ପୂଜା ସ୍ଥୁଳତଃ ରାଜାଙ୍କାରେ ଆଡ଼ମ୍ବର ଶୂନ୍ୟ ହେଲେ ବି ପୂର୍ଣ୍ଣଶୂନ୍ୟ କେବେ ନୁହଁ ।
ଯେ ଗଣେଶ ଉପାସକ ସେ ଦିଅଁଙ୍କ ହୃଦୟ ସିଂହାସନରେ ବସାଇ ମନେ ମନେ ସଜାଇ ପୂଜା କରିଲେ ଏହି ଶୂନ୍ୟସ୍ଥାନରୁ ଋଦ୍ଧିସିଦ୍ଧି ଅବଶ୍ୟ ପାଇପାରିବେ । ରାଜାଙ୍କା ଦୁର୍ଯେ୍ୟାଗ କରିଥାଏ ଏହି ସଙ୍ଗରୋଧରେ ପ୍ରିୟଜନ ସାଥିସଙ୍ଗ ସ୍ଥୂଳତଃ ଧନୁ ଏ ଦୂର କରାଯାଇଛି । ଧନୁ ଅର୍ଥ ଚାରିହାତ ସେମିତି ଶୂନ୍ୟ ମଣ୍ଡପ ଆସନରେ ଗଣେଶ ମୂର୍ତ୍ତି ସେପରି ଶୂନ୍ୟରଖି କେହି ନଚିନ୍ତାା ନକରନ୍ତୁ ଗଣେଶ ନାହାଁନ୍ତି, ଗଣେଶ ସର୍ବଦା ଅଛନ୍ତି ସେ ଭାବନାଦୃଷ୍ଟେ ସଦାଫଳ ଦିଅନ୍ତି ଏଥରକ ବି ଦେବେ
