Odisha news

ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ-ମହାତ୍ମାଗାନ୍ଧି

0

ଅକ୍ଷୟ କୁମାର ରାଉତ : ପୂଣ୍ୟ ଭୂମି ଭାରତ ।  ଏଠାରେ ଅନେକଧର୍ମ ,ସମ୍ପ୍ରଦାୟ, ଜାତି,ବର୍ଣ୍ଣ ଓ ବିଭିନ୍ନ ଭାଷାର ଲୋକ ବସବାସ କରନ୍ତି । ଏହି ପବିତ୍ର ଭୂମିରେ ଯେଉଁ କେତୋଟି ଉଜ୍ଜଳ ଜ୍ୟୋତିଷ୍କ ଉଦ୍ଭାସିତ ହୋଇ ସମଗ୍ର ବିଶ୍ୱକୁ ଦେଖାଇଥିଲେ ସତ୍ୟ, ଶାନ୍ତି,ଦୟା,କ୍ଷମା,ତ୍ୟାଗ ଓ ଅହିଂସାର ପଥ । ସେମାନଙ୍କ ମଧ୍ୟରୁ ସତ୍ୟ ଓ ଅହିଂସାର ପୂଜାରୀ, ଦୀନ ଦୁର୍ବଳର ବନ୍ଧୁ, ସ୍ୱାଧୀନ ଭାରତର ସ୍ରଷ୍ଟା, ଜାତିର ଜନକ, ଯୁଗ ମାନବ ମହାତ୍ମାଗାନ୍ଧି ୧୮୬୯ ଖ୍ରୀଷ୍ଟାଦ୍ଦ, ଅକ୍ଟୋବର ଦୁଇ ତାରିଖରେ ଗୁଜୁରାଟର ପୋରବନ୍ଦର ଠାରେ ଏକ ବୈଶ୍ୟ ବଣିକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଜନ୍ମ ସମୟରେ ମହାତ୍ମା ଗାନ୍ଧିଙ୍କର ନାମ ଥିଲା ‘ମୋହନ ଦାସ କରମଚାନ୍ଦ ଗାନ୍ଧି’ ।  ପିତା କରମଚାନ୍ଦ(କାବା) ଗାନ୍ଧି ଓ ମାଆଙ୍କର ନାମ ଥିଲା ପୁତ୍ଲୀବାଈ । କାବା ଗାନ୍ଧୀଙ୍କର ତିନୋଟି ସ୍ତ୍ରୀ ମରିଯିବା ପରେ ପୁତ୍ଲୀବାଇ ଥିଲେ ଚତୁର୍ଥ ସ୍ତ୍ରୀ ପୁତ୍ଲୀବାଇଙ୍କର ଚାରୋଟି ସନ୍ତାନ ମଧ୍ୟରୁ ମୋହନ ଥିଲେ ସବାସାନ  । କାବା ଗାନ୍ଧି ଥିଲେ ସାଧୁ ଓ ନୀତିନିଷ୍ଠ । ପୁତ୍ଲୀବାଈ ଥିଲେ ଧର୍ମ ପରାୟଣା, ସ୍ନେହ ବସôଳା, ତ୍ୟାଗମୟୀ ମାତା । ପିତାମାତାଙ୍କର ଏହି ସବୁ ସଦ୍ଗୁଣା ବଳି ଦ୍ୱାରା ମୋହନଦାସ ପ୍ରଭାବିତ ହୋଇଥିଲେ । ସମୟ କ୍ରମେ ମୋହନଦାସ ହେଲେ ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ । ସତ, ଅହିଂସା ମହାମନ୍ତ୍ରରେ  କାଶ୍ମୀର ଠାରୁ କୁମାରୀକାଯାଏ ଭାରତୀୟମାନଙ୍କୁ ଏକତ୍ରୀତ କରିପାରିଥିଲେ

ଗାନ୍ଧିଜୀଙ୍କ ବଂଶ ବିଭିନ୍ନ ରାଜ୍ୟରେ ଦେୱାନ ଭାବରେ କାମ କରୁଥିଲେ । ମୋହନ ଦାସ ପ୍ରଥମ ଲୁଲିଆ ମାଷ୍ଟ୍ରଙ୍କ ଚାଟଶାଳିରେ ପାଠ ପଢା ଆରମ୍ଭ କଲେ । ତାପରେ ବ୍ରାଂଚ ସ୍କୁଲରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପଢିଲେ । ୧୮୮୦ ମସିହାରେ ତାଲୁକ ସ୍କୁଲରୁ ପାଶ୍ କରି କାଥିଆ ୱାର୍ଡ଼ ହାଇସ୍କୁଲରେ ପାଠ ପଢିଲେ । ସେ ଭଲ ପାଠ ପଢୁନ ଥିଲେ ମଧ୍ୟ ଉତମ ଚରିତ୍ର ପାଇଁ ଶିକ୍ଷକମାନଙ୍କ ଶୁଭ ଦୃଷ୍ଟିରେ ରହିଥିଲେ । ଏକଦା ଇନିସ୍ପେକ୍ଟର ସ୍କୁଲ ପରିଦର୍ଶନରେ ଆସିଥିଲେ । ପ୍ରଧାନ ଶିକ୍ଷକ ଗାନ୍ଧିଙ୍କୁ ପାଖ ପିଲାଠାରୁ ଠିକ୍ ଉତର ଲେଖିବା ପାଇଁ ଯେତେ ଠାରିଲେ ମଧ୍ୟ ଗାନ୍ଧି କପି କରିନଥିଲେ । କାରଣ ତାଙ୍କ ଉପରେ ଶ୍ରବଣ କୁମାର ଓ ହରିଶ୍ଚନ୍ଦ୍ରଙ୍କର ନିଷ୍ଠା, ତ୍ୟାଗ, ସତ୍ୟର ପ୍ରଭାବ ପଡ଼ିଥିଲା । ପିଲା ସମୟରେ ସେ ସାଙ୍ଗମାନଙ୍କ ସାଙ୍ଗରେ ପଡ଼ି ବିଡ଼ି ଟାଣିବା ଅଭ୍ୟାସ ପ୍ରତିଜ୍ଞା ବଳରେ ଛାଡ଼ି ପାରିଥିଲେ । ପରବର୍ତୀ ସମୟରେ ନିଶାମୁକ୍ତ ସୁସ୍ଥ ସମାଜ ଗଠନ ପାଇଁ  ଲୋକମାନଙ୍କୁ ପରାମର୍ଶ ଦେଇଥିଲେ । ମୁସଲମାନ ସାଙ୍ଗ ପରୋଚନାରେ ଥରେ ମାଂସ ଖାଇଥିଲେ । ମାତ୍ର ମୋହନ ଜୀବନରେ ଆଉ କେବେ ଆମିଷ ଛୁଇଁ ନଥିଲେ । ମୋହନଙ୍କର ଠିକ୍ ସାତବର୍ଷ ବେଲେ କସ୍ତୁରୀବାଇଙ୍କ ସହିତ ନିର୍ବଦ୍ଧ ଓ  ତେରବର୍ଷ  ବୟସରେ ବିବାହ ହୋଇଥିଲା ।ପରଅବସ୍ଥାରେ ସେ ବାଲ୍ୟ ବିବାହ ସମାଜରୁ ଉଠାଇବାକୁ ଅନେକ ଉଦ୍ୟମ କରିଥିଲେ ।

ଛୋଟ ବେଳରୁ ମୋହନ ଖୁବ ଡ଼ରକୁଳା ଥିଲେ । ଭୂତପ୍ରେତ, ଚୋର, ଡ଼କାୟତ ଓ ଅନ୍ଧାରକୁ ବହୁତ ଭୟ କରୁଥିଲେ । ରାମନାମ  ଜପକଲେ ସବୁ ଭୟ ଭ୍ରାନ୍ତି ଓ ସଙ୍କଟ ଦୂର ହୋଇଯାଏ ବୋଲି ଧାଇ ମା ରମ୍ଭା ଠାରୁ ସେ ଶିକ୍ଷା କରିଥିଲେ ।  ସେହି ଦିନ ଠାରୁ ସେ ରାମାୟଣ ଶୁଣିବାକ,ୁ ରାମ ନାମ ଜପ କରିବାକୁ ଭଲ ପାଉଥିଲେ ।

ପିତାଙ୍କର ମୃତୁ୍ୟ ପରେ ମୋହନ ବାପ ଛେଉଣ୍ଡ ହୋଇଗଲେ । ତାଙ୍କର କାମ ଓ ଆଚରଣରେ ବହୁତ ପରିବର୍ତନ ଘଟିଲା । ମନଲଗାଇ ପାଠ ପଢି ୧୮୮୭ ମସିହାରେ ବମ୍ବେ ବିଶ୍ୱା ବିଦ୍ୟାଳୟରୁ ମାଟ୍ରିକ ପାସ୍ କରି ବୃତି ପାଇଲେ । ଭାବନଗରସ୍ଥସାମଲ ଦାସ କଲେଜରେ ନାମ ଲେଖାଇଲେ । ସେଠାରେ ସେ ଇଂରାଜୀରେ ପାଠ ପଢିବାକୁ ଭୟକଲେ । ପାଠପଢି ପାସ୍ କଲେ ମଧ୍ୟ ଚାକିରି ମିଳି ବା କଷ୍ଟ ତେଣୁ ସେ ଲଣ୍ଡନ ଯାଇ ତିନି ବର୍ଷରେ ବାରିଷ୍ଟରୀ ପାସ୍ କରିଆସିଲେ ଭଲ ଦି ପଇସା ରୋଜଗାର କରିପାରିବେ । ଗାନ୍ଧି ପରିବାରର ଜଣେ ଦିଜଣ ବନ୍ଧୁଙ୍କର ପୁଅ ଲଣ୍ଡନରେ ପଢୁଥାନ୍ତି । ତେଣୁ ଗାନ୍ଧି ଲଣ୍ଡନ ରେ ରହି ପାଠ ପଢିବା ପାଇଁ ମନ ବଳାଇଲେ । ପୁଅର ଲଣ୍ଡନ ଯିବାକଥାଟା ମା ମନକୁ ପାଇଲା ନାହିଁ । ପରିଶେଷରେ ମାଆ ଗାନ୍ଧିଙ୍କୁ ମୁଣ୍ଡ ଛୁଆଁ ଶପଥ କରାଇନେଲେ, ତିନୋଟି କଥା ରକ୍ଷା କରିବା ପାଇଁ , ମଦ ପିଇବୁ ନାହିଁ, ମାଛ ମାଂସ ଖାଇବୁ ନାହିଁ, କୌଣସି ସ୍ତ୍ରୀ ଓ ଝିଅକୁ ଛୁଇଁ ବୁ ନାହିଁ

ମୋହନ ୧୮୮୮ ମସିହା ସେପ୍ଟେମ୍ବର ମାସ ୪ ତାରିଖରେ ସ୍ତ୍ରୀ କସ୍ତୁରବା ଓ ପୁଅ ହରିଲାଲକୁ ଛାଡ଼ି ବମ୍ବେ ବନ୍ଦରରୁ ଜାହାଜରେ ଲଣ୍ଡନ ଯାତ୍ରା କଲେ । ଦୀର୍ଘ ପଚିଶ ଦିନର ଯାତ୍ରା ପରେ ମୋହନ ଲଣ୍ଡନରେ ପହଂଚିଲେ । ଭିକ୍ଟୋରିଆ ହୋଟେଲେରେ ତିନି ଦିନ ରହିବା ପରେ , ମୋହନ ଜଣେ ଭଦ୍ର ମହିଳାଙ୍କ ଘରେ ରହିଲେ । ସେ ଇଂରାଜୀରେ ଦୁର୍ବଳ ଥିବାରୁ ଶିକ୍ଷକଙ୍କ ଠାରୁ ଇଂରାଜୀ ଓ ଫରାସୀ ଶିକ୍ଷା କଲେ । ମନୋରଞ୍ଜନ ପାଇଁ ଭାୟୋଲିନ ତାଲିମ ନେଲେ । ସେଠାରେ ଆଉଥରେ ମାଟ୍ରିକ ପରୀକ୍ଷା ଦେଇ ପାଶ୍ କଲେ ।

ମୋହନ ଦକ୍ଷିଣ ଆଫ୍ରିକାର ନାଟାଲ ପ୍ରଦେଶର ରାଜଧାନୀ ଡ଼ର୍ବାନ ସହରରେ ରହୁଥିଲେ । ଥରେ ମକଦ୍ଦମା କାମରେ ମୋହନ ଟ୍ରାନ୍ ସଭାଲର ରାଜଧାନୀ ପ୍ରିଟୋରିଆ କୁ ପ୍ରଥମ ଶ୍ରେଣୀ ଟିକଟ୍ କାଟି ଡ଼ର୍ବାନରୁ ଟ୍ରେନ ଯାତ୍ରା ଆରମ୍ଭ କଲେ । ମରିସବର୍ଗଷ୍ଟେସନରେ ଜଣେ ଗୋରା ସାହେବ ରେଳ କର୍ମଚାରୀ ମାନଙ୍କ ଦ୍ୱାରା ମୋହନଙ୍କୁ  ଡ଼ବା ତଳକୁ ଠେଲି ଦେଲେ ଓ ଜିନିଷ ପତ୍ର ପ୍ଲାଟ ଫର୍ମ ଉପରକୁ ଫୋପାଡ଼ି ଦେଲେ । ମରିସ ବର୍ଗ ଷ୍ଟେସନର ବିଶ୍ରାମ ଗୃହର, ଏକ ଶିତରାତ୍ରୀ ମୋହନଙ୍କ ଜୀବନର ଗତିପଥ ବଦଳାଇ ଦେଲା । ଡ଼ରକୁଳା ମୋହନ ଦୁଃସାହସୀ, ନିର୍ଭୀକ, ହୋଇଗଲେ । ସେ ଦଳିତ,ଅବହେଳି, ଅତ୍ୟାଚାରିତ, ସର୍ବ ହରାଙ୍କର ସାଥୀ, ମୁକ୍ତିଦାତା, ରକ୍ଷାକର୍ତା, ଭାଗ୍ୟବିଧାତା ହୋଇ କଳା ଲୋକମାନଙ୍କ ପାଇଁ ଲଢେଇ ଆରମ୍ଭ କରି ଦେଲେ । ବ୍ୟବସାୟୀ ଅବଦୁଲ୍ଲାଙ୍କ ସାହାଯ୍ୟରେ ଭାରତୀୟମାନଙ୍କୁ

ଏକତ୍ରୀତ କଲେ । ରେଳ ବିଭାଗରେ ମୋହନଙ୍କ ଯୋଗୁ କଳା ଲୋକମାନେ ପ୍ରଥମ ଶ୍ରେଣୀରେ ଯାତାୟତ କଲେ । ଭାରତରେ ଜାତୀୟ କଂଗ୍ରେସ ଗଠନକୁ ଦେଖି, ମୋହନ ନାଟାଲ ଠାରେ ନାଟାଲ କଂଗ୍ରସ ଗଠନ କଲେ । ନାଟାଲ କଂଗ୍ରେସ ମାଧ୍ୟମରେ ଭାରତୀୟ ମାନଙ୍କ ଦାବି ନାଟାଲ ସରକାରଙ୍କୁ ଜଣାଇଲେ ।

ଭାରତରୁ ଯେଉଁ ଶ୍ରମିକମାନେ ପାଂଚ ବର୍ଷ ଚୁକ୍ତି ଭିତିରେ ଦକ୍ଷିଣ ଆଫ୍ରିକାର ନାଟାଲ ଅଂଚଳକୁ ଯାଉଥିଲେ । ପାଂଚ ବର୍ଷିଆ ଚୁକ୍ତି ଶେଷପରେ ସେଠାରେ ରହିବାକୁ ହେଲେ ଜଣକୁ ବର୍ଷକୁ ପଚିଶ ପାଉଣ୍ଡ କରଦେବାକୁ ପଡ଼ୁଥିଲା । ତେଣୁ ସେମାନେ ସାହେବଙ୍କର ଦାସ ପାଲଟିବାକୁ ବାଧ୍ୟହେଉଥିଲେ । ଦକ୍ଷିଣ ଆଫ୍ରିକାର କଳା ଗୋରା ମାନଙ୍କ ମଧ୍ୟରେ ଥିବା ବର୍ଣ୍ଣ ବୈଶ୍ୟମ୍ୟ ଓ ଶ୍ରମିକ ଶୋଷଣ ବାଦକୁ ଦୂରେଇବା ପାଇଁ ଗାନ୍ଧିଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଛି । ଦକ୍ଷିଣ ଆଫ୍ରିକାରେ ଗାନ୍ଧି ଶ୍ରମିକମାନଙ୍କର ତ୍ରାଣ କର୍ତା ପାଲଟି ଯାଇଥିଲେ । ଶେଷରେ ଗାନ୍ଧିଙ୍କ ନାଟାଲ କଂଗ୍ରେସ ପାଖରେ ନାଟାଲସରକାର ମୁଣ୍ଡ ନୂଆଁଇଲେ ।

୧୮୯୬ ମସିହାରେ ଗାନ୍ଧି ଭାରତକୁ ଫେରିଆସି ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟଙ୍କ ଦୁଃଖ ଦୁର୍ଦଶାକୁ ଏକ ପୁସ୍ତକ ମାଧ୍ୟମରେ ଲେଖି ି ଏହାର ଦଶ ହଜାର କପି ଛାପି ସବୁଆଡ଼କୁ ପଠାଇଲେ । ଲଣ୍ଡନରେ ଇଂରେଜ ସରକାର ଓଅଧିକାଂଶ ଭାରତୀୟ ଜାଣିଲେ । ଗାନ୍ଧିଙ୍କ ପାଇଁ ସଭା ସମିତି ∙ରିଆଡ଼େ ଆୟୋଜନ ହେଲା । କିନ୍ତୁ କଲିକତାରେ ସଭା କରାଇବା ଆଗରୁ ଦକ୍ଷିଣ ଆଫ୍ରିକାର ଟେଲିଗ୍ରାମ ପାଇଁ ଗାନ୍ଧି, ସ୍ତ୍ରୀ, ଦୁଇପୁଅ ଓ ଜଣେ ଭଣଜାକୁ ଧରି ଅବଦୁଲାଙ୍କ ଜାହାଜରେ ଡ଼ର୍ବାନ ଅଭିମୁଖେ ଯାତ୍ରା କଲେ । ମାତ୍ର ଡ଼ର୍ବାନରେ କିଛି ଖଳପ୍ରକୃତିର ଗୋରା ମାନେ ପ୍ରଚାର କରିଦେଲେ ଯେ ଗାନ୍ଧି ଦୁଇଟି ଜାହାଜରେ ଭାରତୀୟ ଗୁଣ୍ଡା ମାନଙ୍କୁ ଧରି ଇଂରେଜମାନଙ୍କୁ ମାରିବା ପାଇଁ ଆସୁଛନ୍ତି । ଜାହାଜକୁ ବନ୍ଦÿର ମଧ୍ୟକୁ ପ୍ରବେଶ କରାଇ ଦେଲେ ନାହଁ । ୨୩ ଦିନପରେ ଇଂରେଜମାନେ ଜାଣିଲେ ଯେ ଜାହାଜରେ କେହି ଗୁଣ୍ଡା ନାହାଁନ୍ତି, ତାପରେ ଅନୁମତି ମିଳିଲା । ଲଫଟନ ସାହେବ ଏକ ଗାଡ଼ିରେ କସ୍ତୁରବା ଓ ପିଲାମାନଙ୍କୁ ଜଣେ ବନ୍ଧୁଙ୍କ ଘରକୁ ପଠାଇ ଦେଲେ । ନିଜେ ଓ ଗାନ୍ଧି ଚାଲି ଚାଲି ରାସ୍ତାରେ ବନ୍ଧୁଙ୍କ ଘରକୁ ଯିବା ସମୟରେ କିଛି ଇଂରେଜ ଗୁଣ୍ଡା ଲୋକ ଗାନ୍ଧିଙ୍କୁ ନିର୍ଦୟ ଭାବରେ ପିଟି ଚାଲିଥାନ୍ତି । ସେହି ରାସ୍ତା ଦେଇ ଏସ୍.ପି ଙ୍କ ସ୍ତ୍ରୀ ଯାଉଥିବାରୁ ଗୁଣ୍ଡାମାନେ ଦେଖି ଗାନ୍ଧିଙ୍କୁ ଛାଡ଼ି ପଳାଇଲେ । ପୋଲିସ ଆସି ଗାନ୍ଧିଙ୍କୁ ନେଇ ତାଙ୍କ ବନ୍ଧୁଙ୍କ ଘରେ ଛାଡ଼ି ଦେଇଥିଲେ । ଏହି ଖବର ଲଣ୍ଡନରେ ପହଂଚିଲା । ବ୍ରିଟିଶ ସରକାରଙ୍କ ପାଖରୁ, ନାଟାଲ ସରକାରଙ୍କ ପାଖକୁ ନିଦେ୍ର୍ଦଶ ଆସିଲା । ଦୋଷିମାନଙ୍କୁ କଠୋର ଦଣ୍ଡ ଦିଅନ୍ତୁ । କିନ୍ତୁ ଗାନ୍ଧି ସମସ୍ତଙ୍କୁ କ୍ଷମା କରିଦେଲେ ।

ଦକ୍ଷିଣ ଆଫ୍ରିକାରେ ଆଶ୍ରମ ଜୀବନ ବିତାଇଥିବା ଗାନ୍ଧି ଆଉ ପାରିବାରିକ ବନ୍ଧନରେ ସଂକୁଚିତ ହୋଇରହିବାକୁ ଇଚ୍ଛା କଲେ ନାହିଁ । ତେଣୁ ସେ ଗୁଜୁରାଟର ଅହମ୍ମଦାବାଦ ନିକଟସ୍ଥ ସାବରମତୀ ନଦୀ କୂଳରେ ଆଶ୍ରମଟିଏ ପ୍ରତିଷ୍ଠା କରି ନାମ ଦେଲେ ‘ ସତ୍ୟାଗ୍ରହ ଆଶ୍ରମ’ । ଏହି ଆଶ୍ରମରେ ଛୁଆଁ ଅଛୁଆଁ ଭେଦଭାବ ରହିଲା ନାହିଁ ।

ଗାନ୍ଧିଙ୍କର ମୌଳିକନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ଓକିଲ ବଲ୍ଲଭ ଭାଇ ପଟେଲ ବିବାହ କଲେ ନାହିଁ । ପଟେଲ ଗାନ୍ଧିଙ୍କ ସହିତ ଶ୍ରମିକ ଧର୍ମଘଟ ଓ କୃଷକ ଆନେ୍ଦାଳନରେ ଯୋଗ ଦେଲେ । ସେହି ପରି ମହାଦେବ ଦେଶାଇ ନାମରେ ଜଣେ ଯୁବକ ଗାନ୍ଧିଙ୍କର ବିଶ୍ୱସ୍ତ ସେକ୍ରେଟେରୀ ଭାବରେ ଆଜୀବନ ରହିଲେ । ଗାନ୍ଧି ବିହାରର ଚମ୍ପାରଣ ଠାରେ ଇଂରେଜ ଜମିଦାର ମାନଙ୍କର ଚାଷୀମାନଙ୍କ ଉପରେ ହେଉଥିବା ଅକଥନିୟ ଅତ୍ୟାଚାର ଅନୁଭବ କଲେ । ଜମିଦାର ମାନଙ୍କ ସହିତ ଚୁକ୍ତି କରି ଅସହାୟ ଚାଷୀମାନଙ୍କ ଦୁଃଖ ଦୂରକଲେ । ୧୯୧୯ ଏପ୍ରିଲ ୧୩ରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡରେ ଗାନ୍ଧି ମର୍ମାହତ ହୋଇପଡ଼ିଲେ । ଇଂରେଜ ସରକାରଙ୍କର ଏତାଦୃଶ ନୀତିରେ ବ୍ୟଥିତ ହୋଇ, ଏ ଦେଶରୁ ସେମାନଙ୍କୁ ବିତାଡ଼ିତ କରିବା ପାଇଁ ଭାରତୀୟମାନଙ୍କୁ ସତ୍ୟାଗ୍ରହ ମଧ୍ୟରେ ନୂଆ ଉପାୟ ଚିନ୍ତା କଲେ । ମୁସଲମାନଙ୍କ ହୃଦୟରେ ସତ୍ୟାଗ୍ରହ ପାଇଁ ଅନୁରାଗ ନଥିବାରୁ ଗାନ୍ଧି ୧୯୨୦ ଜୁଲାଇ ୩୦ରୁ ଅସହେଯାଗ ଆନେ୍ଦାଳନ ପାଇଁ  ଆହ୍ୱାନ ଦେଲେ । ବହୁ ଭାରତୀୟ ଚାକିରି ଛାଡ଼ିଲେ । ମୋତିଲାଭ ନେହେରୁ ଦେଶବନ୍ଦୁ ଚିତରଞ୍ଜନ ଓକିଲାତି ଛାଡ଼ିଲେ । ରବୀନ୍ଦ୍ରନାଥ ତାଙ୍କର ନାଇଟିଉପାଧି, ଗାନ୍ଧି ତାଙ୍କର ଯୁଦ୍ଧ ପଦକ ଫେରାଇ ଦେଲେ । କଂଗ୍ରେସ ନେତାମାନେ ଖଦଡ଼ ପିନ୍ଧିଲେ, ଗାନ୍ଧି ସୂତା ବୁଣା ଛୋଟ ଲୁଗା ପିନ୍ଧିଲେ । କୁଟିଖାଅ, କାଟି ପିନ୍ଧ ନୀତିରେ ଚାଲିଲେ । ସବୁ ବଡ଼ ବଡ଼ ନେତା ଗିରଫ ହେଲେ । ୧୯୨୨ ମାର୍ଚ୍ଚରେ ଗାନ୍ଧି ଗିରଫ ହୋଇ ଛଅବର୍ଷ ଜେଲ ଦଣ୍ଡ ଭୋଗକଲେ । ଗାନ୍ଧିଙ୍କ ଦେହ ଅସୁସ୍ଥ ହେବାରୁ ସେ ଛଅ ବର୍ଷ ଜେଲଦଣ୍ଡ ବଦଳରେ ୨ ବର୍ଷ ଭୋଗ କଲେ ।

୧୯୨୯ ମସିହାରେ ଲାହୋର ଠାରେ କଂଗ୍ରେସର ଅଧିବେଶନରେ ନିଷ୍ପତି ନିଆଗଲା ଯେ ୧୯୩୦ ମସିହା ଜାନୁୟାରୀ ୨୬ କୁ ସମଗ୍ର ଭାରତ ସ୍ୱାଧୀନତା ଦିବସ ପାଳନ କରିବ । ଏହି ଦିନ ସମଗ୍ର ଭାରତରେ ଏକ ନୂତନ ଜାଗରଣ ଦେଖାଦେଲା । ଗାନ୍ଧି ଲବଣ ସତ୍ୟାଗ୍ରହ ଆରମ୍ଭ କରିଦେଲେ । ସରକାରଙ୍କ ନିୟମ ଭଙ୍ଗ କରି ଦାଣ୍ଡୀରେ ଗାନ୍ଧି ଲୁଣ ମରା କାର୍ଯ୍ୟ କଲେ । ଏହି ଖବର ଗାଁ ଠାରୁ ସହର ଯାଏ ବ୍ୟାପିଗଲା । ସମସ୍ତେ ଲୁଣ ମାରିବା ଆରମ୍ଭ କରିଦେଲେ । ଲକ୍ଷାଧିକ ଲୋକ ଓଗାନ୍ଧି ଗିରଫ ହେଲେ । କଂଗ୍ରେସ ପୂର୍ଣ୍ଣ ସ୍ୱାଧିନତା ପାଇଁ ଲଢେଇ ଆରମ୍ଭ କରିଦେଲା ।  ଗୋଲ ଟେବୁଲ ବୈଠକ ପରେ ଗାନ୍ଧିଙ୍କୁ ଗିରଫ କରାଗଲା । ଜେଲେରେ ଥିବା ସମୟରେ ଇଂରେଜ ସରକାର ହରିଜନଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଗଠନ କରିବାକୁ ନିଷ୍ପତି ନେଲେ । ଗାନ୍ଧି ଏହି ନୀତିକି ବିରୋଧ କରି ଅନଶନ କଲେ । ସରକାର ହରିଜନ ନୀତିର ପରିବର୍ତନ କଲେ । ଛୁଆଁ ଅଛୁଆଁ ଭେଦଭାବ ସମାଜରୁ କେତେକା ଅଂଶରେ ଉଠିଲା । ବହୁ ମନ୍ଦିରରେ ହରିଜନମାନେ ପ୍ରବେଶ କଲେ । ଗାନ୍ଧି ଅନଶନ ଭାଙ୍ଗିଲେ । ୧୯୪୨ରେ କଂଗ୍ରେସର ଭାରତ ଛାଡ଼ ଆନେ୍ଦାଳନ ଯୋଗୁ ସମଗ୍ର ଦେଶରେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ହିଂସାକାଣ୍ଡ ଆରମ୍ଭ ହୋଇଗଲା ।  ସୁବାଷ ବୋଷ ରେଙ୍ଗୁନରେଡ଼ିଓରୁ ଘୋଷଣା କଲେ ଯେ ଗାନ୍ଧିଜୀ ହେଉଛନ୍ତି “ଜାତିର ଜନକ ବିଂଶ ଶତାଦ୍ଦୀର ବିସ୍ମୟ ମହାନାୟକ” । ଇଂରେଜ ସରକାର ଜିନ୍ନାଙ୍କ ମାଧ୍ୟମରେ ଭାରତକୁ ଦୁଇଭାଗ କରିବାକୁ ଚକ୍ରାନ୍ତ କଲେ । ହିନ୍ଦୁ, ମୁସଲମାନଙ୍କ ହଣା କଟା ∙ଲିଲା । ଜିନ୍ନାଙ୍କର କ୍ଷମତା ଲୋଭ କଂଗ୍ରେସ ନେତାଙ୍କର ଉଦାସୀନତା, ଗାନ୍ଧିଙ୍କର ଅସହାୟତା ପାଇଁ ଅଖଣ୍ଡ ଭାରତ ଦୁଇ ଭାଗ ହୋଇଗଲା । ପ୍ରବଳ ହିଂସା, ରକ୍ତପାତ ମଧ୍ୟରେ ପାକିସ୍ଥାନକୁ ସ୍ୱାଧୀନତା ଅଗଷ୍ଟ ୧୪ ତାରିଖରେ ଦିଆଗଲା । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନତା ଲାଭକଲା । ଭାରତର ପଣ୍ଡିତ ନେହେରୁ ଓ ପାକିସ୍ଥାନର ଜÿିନ୍ନା ହେଲେ ମୁଖ୍ୟ କର୍ଣ୍ଣଧାର ।

କଠୋର ପନ୍ଥୀ ହିନ୍ଦୁମାନେ ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର କଲେ । ୧୯୪୮ ମସିହା ଜାନୁୟାରୀ ୩୦ ତା ରିଖରେ ଗାନ୍ଧି ପ୍ରାର୍ଥନା ସଭାକୁ ଆସିବା ମାତ୍ରେ ନାଥୁରାମ ତାଙ୍କୁ ଗୁଳିକଲେ । ‘ହା’ ରାମ କହି ଜାତିର ଜନକ ମହାତ୍ମା ବାପୁ ଟଳିପଡ଼ିଲେ । ∙ରି ଆଡ଼େ ଶୋକର ଛାୟା ଖେଳିଗଲା । ସମଗ୍ର ପୂଥିବୀରୁ ହଠାତ୍ ଅହିଂସାର ଆଲୋକ ନିର୍ବାପିତ ହୋଇଗଲା । ସ୍ୱାଧୀନ ଭାରତ ଏକ ଅନ୍ଧକାରମୟ ଗର୍ତକୁ ଠେଲି ହୋଇଗଲା । ଭାରତୀୟ ମୁକ୍ତ ସଂଗ୍ରାମର ମହାନାୟକ, ବିସ୍ମୟ ମହାମାନବ ମହାତ୍ମାଗାନ୍ଧି ଚିରଦୀନ ପାଇଁ ଧରା ପୃଷ୍ଟରେ ଅମର ହୋଇରହିଗଲେ ।

Leave A Reply