Odisha news

ପବଜୀ କଲା ପାଗଳ: ହାତଗୋଡ଼ ବାନ୍ଧି ଯୁବକଙ୍କୁ ହସ୍ପିଟାଲକୁ ନେଲେ ପରିବାର ଲୋକ

0

ପାଟନ: ହସ୍ପିଟାଲରେ ପହଁଚାଇଦେଲା ପବଜୀ ଖେଳିବାର ନିଶା। ହାତଗୋଡ଼ ବାନ୍ଧି ଘରର ଭେଣ୍ଡିଆ ପୁଅକୁ ହସ୍ପିଟାଲକୁ ନେଇଗଲେ ପରିବାର ଲୋକ। ବିହାରର ବସ୍ତର ଜିଲ୍ଲାରେ ଗୋଟିଏ ପରିବାର କାନ୍ଦି କାନ୍ଦି ପୁଅକୁ ହାତଗୋଡ଼ ବାନ୍ଧି ହସ୍ପିଟାଲରେ ପହଁଚାଇଥିଲେ। ଏହାର କାରଣ ଥିଲା ପବଜୀ ଖେଳ। ଆଜିର ସମୟରେ ଅନଲାଇନ୍‌ ଗେମ୍‌ ପବଜୀ ଏତେ ପପୁଲାର୍‌ ହୋଇଛି ଯେ ପିଲାଠାରୁ ଯୁବକ ପର୍ଯ୍ୟନ୍ତ ସବୁ ଏହି ଖେଳ ମାୟାରେ ବାୟା। ଏଭଳି ଅନେକ ମାମଲା ଆଗରୁ ଆସିଥିବା ବେଳେ ଏବେ ବସ୍ତରରୁ ଆଉ ଏକ ମାମଲା ସାମ୍ନାକୁ ଆସିଛି। ବକ୍ସର ମାଠିିଆ ମୋଡ୍‌ ର ଜଣେ ଯୁବକ ମୋନୁକୁ ପବଜୀର ଏଭଳି ନିଶା ଲାଗିଥିଲା ଯେ, କେହି କିଛି କରିବାକୁ କହିଲେ ମୋନୁ ସମସ୍ତଙ୍କୁ ମାରିବାକୁ ଗୋଡାଉଥିଲା।

ମୋନୁର ଏଭଳି ବ୍ୟବହାରରେ ବିରକ୍ତ ହୋଇ ପରିବାର ଲୋକ ତା’ର ହାତଗୋଡ ବାନ୍ଧି ହସ୍ପିଟାଲରେ ଚିକିତ୍ସା ପାଇଁ ନେଇ ଯାଇଥିଲେ। ଯୁବକର ଚିକିତ୍ସା କରୁଥିବା ଡାକ୍ତର ଅନିଲ୍‌ ଙ୍କ କହିବାନୁସାରେ, ମୋନୁର ଏବେ ଚିକିତ୍ସା ଚାଲିଛି। ଖୁବଶୀଘ୍ର ସେ ପୂର୍ବବସ୍ଥାକୁ ଫେରିଆସିବାର ସମ୍ଭାବନା ରହିଛି। ତେବେ ଏହି ସବୁ ଅସୁବିଧା ଅତ୍ୟଧିକ ପବଜୀ ଖେଳିବା କାରଣରୁ ହୋଇଛି ବୋଲି ଡାକ୍ତର କହିଛନ୍ତି ।

Leave A Reply