ନୂଆଦିଲ୍ଲୀ : G୨୦ ସମିଟ ରେ ନଜର ଆସିବେ ୨ ଟି ଏପରି ଦେଶର ରାଷ୍ଟ୍ର ନେତା ଯିଏ କି ପରସ୍ପର ଶତ୍ରୁ । ଏହି ଦୁଇଟି ଦେଶ ହେଲେ ଋଷ ଓ ୟୁକ୍ରେନ , ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୂତୀନ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେଂସ୍କି।
ଉଭୟ ଦେଶ ମଧ୍ୟରେ ଯୁଦ୍ଧ ହେବା ପରେ ଏହା ପ୍ରଥମ ଶିଖର ସମ୍ମିଳନୀ , ଯେଉଁଠି ଉଭୟ ଏକାଠି ହେବେ ପ୍ରଥମ ଥର ପାଇଁ । ଏହି ଶିଖର ସମ୍ମିଳନୀ ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ହେବାର ସମ୍ଭାବନା ରହିଛି । ଏହି ଶିଖର ସମ୍ମିଳନୀ ଆସନ୍ତା ମାସ ଇଣ୍ଡୋନେସିଆ ର ବାଲି ଠାରେ ଅନୁଷ୍ଠିତ ହେବ । ଗତ ୭ମାସ ହେଲାଣି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯାହା ସାରା ବିଶ୍ଵ ପାଇଁ ଗୋଟିଏ ଚିନ୍ତା ର କାରଣ ହୋଇଛି । ଦେଖାଯାଉ ଉଭୟ ଦେଶ ଙ୍କ ପ୍ରତିକ୍ରିୟା କଣ ରହୁଛି ।
